60 ନୁହେଁ ଏବେ 40 ବର୍ଷ ବୟସରେ ବି ରିଟାୟାର ହେଲେ ମିଳିବ ଆପଣଙ୍କୁ ମିଳିବ 70 ଲକ୍ଷ ଟଙ୍କା, କରିବାକୁ ହେବ ଏହି ଛୋଟ କାମ

କେମିତି ହେବ ଯେବେ ଆପଣ ରିଟାୟାର ହେଉଥିବେ ଓ ଆପଣଙ୍କ ପାଖରେ ୭୦ ଲକ୍ଷ ଟଙ୍କା କ୍ୟାସ ଥିବ ବା ବର୍ଷକୁ ୫ ଲକ୍ଷ ଟଙ୍କା ଆପଣଙ୍କୁ ପେନସନ ଆକାରରେ ମିଳିବ । ଏମିତି ଆପଣ କରି ପାରନ୍ତି ତାହା ବି ୬୦ ନୁହେଁ ୪୦ ବର୍ଷ ବୟସରେ ରିଟାୟାର ହୋଇ । ଏଥିପାଇଁ ଆପଣଙ୍କୁ କେବଳ ନିଜର ଫାଇନାନ୍ସିଆଲ ପ୍ଲାନିଂ ଟିକେ ଶୀଘ୍ର କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ କହିବୁ ଏହା କେମିତି ହୋଇପାରିବ ।

୨୫ ବର୍ଷରୁ ଆରମ୍ଭ କରନ୍ତୁ ନିବେଶ

ଧରନ୍ତୁ ଆପଣଙ୍କ ବୟସ ୨୫ ବର୍ଷ ଅଟେ ଓ ଆପଣ ବର୍ଷକୁ ୬ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏଥି ମଧ୍ୟରୁ ଅତି କମ ରେ ଆପଣଙ୍କୁ ୨ ଲକ୍ଷ ଟଙ୍କା ସେଭିଙ୍ଗ ଓ ଇନଭେଷ୍ଟମେଣ୍ଟ ରେ ଲଗାଇବାକୁ ପଡିବ ।

୨ ଲକ୍ଷ ଟଙ୍କାକୁ ଦୁଇ ଭାଗରେ ବାଣ୍ଟି ପାରନ୍ତି । ପ୍ରଥମ ଇନଭେଷ୍ଟମେଣ୍ଟ ରିଟର୍ନ ଦେଉଥିବା ସ୍କିମ ଯେପରି ପବ୍ଲିକ ପ୍ରୋବିଡେଣ୍ଟ ଫଣ୍ଡ ରେ କରି ପାରନ୍ତି । ସେଇଠି ଦ୍ଵିତୀୟ ଇନଭେଷ୍ଟମେଣ୍ଟ SIPs ରେ କରି ପାରିବେ , ଯିଏ ସାମାନ୍ୟ ଠାରୁ ଭଲ ରିଟର୍ନ ଦେଇଥାଏ ।

୧-୧ ଲକ୍ଷ ଟଙ୍କାକୁ ଏହି ପ୍ରକାରରେ ଦୁଇଟି ଜାଗାରେ କରନ୍ତୁ ଇନଭେଷ୍ଟ

ପ୍ରଥମ ଇନଭେଷ୍ଟମେଣ୍ଟ

୮୩୦୦(ହାରାହାରି ବାର୍ଷିକ ୧ ଲକ୍ଷ ଟଙ୍କା) ଟଙ୍କାର ମନ୍ଥଲି SIP ନେଲେ ଆପଣଙ୍କୁ ୧୨ % ଇଣ୍ଟରେଷ୍ଟ ମିଳିବ । ୧୫ ବର୍ଷରେ ହାରାହାରି ୪୧ ଲକ୍ଷ ଟଙ୍କା ଏଥିରୁ ମିଳିବ । ଏହି ଆମାଉଣ୍ଟ କୁ ଆପଣ LIC ର ଜୀବନ ଶାନ୍ତି ଭଳି ସ୍କିମ ରେ ରଖି ପାରନ୍ତି । ଏମିତି କଲେ ହାରାହାରି ୩ ଲକ୍ଷ ଟଙ୍କା ବର୍ଷକୁ ଆପଣଙ୍କୁ ମିଳିବ ।

ଦ୍ଵିତୀୟ ଇନଭେଷ୍ଟମେଣ୍ଟ

୧ ଲକ୍ଷ ଟଙ୍କା ଆପଣ ପିପିଏଫ ରେ ଇନଭେଷ୍ଟ କରି ପାରନ୍ତି । ଏହାର ଲକ-ଇନ ପିରିଅଡ ୧୫ ବର୍ଷର ହୋଇଥାଏ । ୧୫ ବର୍ଷ ପରେ ଏହାକୁ ୫-୫ ବର୍ଷର ଅବଧି ପାଇଁ ବଢା ବି ଯାଇପାରେ । ଏଥିରେ ଏବେ ୮ % ଇଣ୍ଟରେଷ୍ଟ ମିଳୁଅଛି ।

ପ୍ରତିବର୍ଷ ୧ ଲକ୍ଷ ଟଙ୍କା ରଖିବା ଦ୍ଵାରା ୧୫ ବର୍ଷରେ ହାରାହାରି ୨୯ ଲକ୍ଷ ଟଙ୍କା ଆପଣଙ୍କୁ ରିଟର୍ନ ମିଳିବ ।

ଯଦି ଆପଣ ଏହାକୁ ୨୦ ବର୍ଷ କୁ ବଢାଇ ଦିଅନ୍ତି ତେବେ ଏହି ଆମାଉଣ୍ଟ ୧.୩ କୋଟି ଟଙ୍କା ହୋଇଯିବ ।

ସେଇଠି ଯଦି ଆପଣ ୪୦ ବର୍ଷ ବୟସରେ ଏହି ୨୯ ଲକ୍ଷ ଟଙ୍କା ବାହାର କରି ଦିଅନ୍ତି ତେବେ ଆପଣଙ୍କ ପାଖରେ SIP ର ୪୧୦୦୦୦୦ ଓ ପିପିଏଫ ର ୨୯୦୦୦୦୦ ଟଙ୍କା ରହିବ । ଅର୍ଥାତ ସମୁଦାୟ ୭୦ ଲକ୍ଷ ଟଙ୍କା ଆପଣଙ୍କ ପାଖରେ ହେବ ।

ଏହାକୁ LIC ର ଜୀବନ ଶାନ୍ତି ଯୋଜନାରେ ନିବେଶ କରି ଆପଣ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇ ପାରିବେ । ଏହି ପେନସନ ପ୍ରତି ମାସରେ ୪୦୦୦୦ ଟଙ୍କା ହେବ ।