ପ୍ଲାଟଫର୍ମରେ ୧୦ ଟଙ୍କାରେ ପାଣି ବୋତଲ ବିକ୍ରି କରୁଥିବା ଯୁବକକୁ ଡାକି ଯାତ୍ରୀ ଜଣକ କହିଲା ୭ ଟଙ୍କାରେ ଦେବୁ କି ? ଆଉ ତା ପରେ …

ଏହା ଏକ ରେଲୱେ ଷ୍ଟେସନର ଘଟଣା ଅଟେ । ଏକ ଭଦ୍ର ବ୍ୟକ୍ତି ଟ୍ରେନର ଝରକା ପାଖରେ ବସିଥିଲେ ଏବଂ ସେହି ସମୟରେ ହିଁ ଗୋଟିଏ ଯୁବକ ଯାଉଥିଲା ଯିଏକି ‘ପାଣି ବୋତଲ ନିଅନ୍ତୁ’ ବୋଲି କହୁଥିଲା । ଏହା ପରେ ସେହି ବ୍ୟକ୍ତି ଜଣକ ଯୁବକକୁ ପଚାରିଲେ ପାଣି ବୋତଲର ଦାମ କେତେ ? ଯୁବକ ଜଣକ କହିଲେ କି ଗୋଟିଏ ବୋତଲର ଦାମ ୧୦ ଟଙ୍କା । ଏହା ପରେ ବ୍ୟକ୍ତି ଜଣକ କହିଲେ କି ୭ ଟଙ୍କାରେ ଦବ କି ? ଏହା ପରେ ଯୁବକ ଜଣକ ସେହି ବ୍ୟକ୍ତି ଆଡକୁ ଚାହିଁ ଅଳ୍ପ ହସି ଦେଇ ଚାଲିଗଲେ ।

ସେହି ଟ୍ରେନର ବସିଥିବା ଆଉ ଜଣେ ବ୍ୟକ୍ତି ଏସବୁ ଦେଖୁଥିଲେ । ତାଙ୍କ ମୁଣ୍ଡରେ ଗୋଟିଏ ପ୍ରଶ୍ନ ଆସିଲା କି ସେ ଯୁବକଟି ଶେଷରେ କାହିଁକି ହସିଲା ? ଯେତେବେଳେ ବି କେହି କମ ଟଙ୍କା କହିଥାଏ ତେବେ ରାଗ ଆସିବା ଦରକାର । ସମସ୍ତଙ୍କୁ ଜଣା ଅଛି ତ ପାଣି ବୋତଲ ୧୦ ଟଙ୍କାରେ ମିଳେ । ଏହା ପରେ ସେହି ଦ୍ଵିତୀୟ ବ୍ୟକ୍ତି ଜଣକ ଟ୍ରେନରୁ ଓଲ୍ହାଇ ଦଉଡି ଯାଇ ସେହି ଯୁବକକୁ ପଚାରିଲେ କି ତୁମେ ହସିଲ କଣ ପାଇଁ ?

ଏହି ବିଷୟରେ ଯୁବକ ଜଣକ ସିଧା ଉତ୍ତର ଦେଲେ କି, ସେହି ବ୍ୟକ୍ତିଙ୍କୁ ପାଣି ପିଇବାର ନଥିଲା । ଯାହାକୁ ଶୋଷ ଲାଗେ ସେମାନେ ପ୍ରଥମେ ମୋ ଠାରୁ ପାଣି ବୋତଲ ନିଅନ୍ତି ଏବଂ ତାହା ପରେ ପଚରାନ୍ତି କି ଏହାର ଦାମ କେତେ ? ସେ ତ ପ୍ରଥମରୁ ହିଁ ମୂଲ୍ୟ ପଚାରିଲେ ମାନେ ତାଙ୍କୁ ପାଣି ଦରକାର ନାହିଁ । ମୁଁ ତାଙ୍କ ସହିତ ଯୁକ୍ତି କରିବା ଠାରୁ ଭଲ ଅନ୍ୟ ଏକ ବ୍ୟକ୍ତିକୁ ପାଣି ବୋତଲ ବିକ୍ରି କରି ଦେବି । ସେହି ଯୁବକର କଥା ଶୁଣି ବ୍ୟକ୍ତି ଜଣକ ବହୁତ ପ୍ରଭାବିତ ହୋଇଗଲେ ଏବଂ ସେ ଫେରି ଆସି ନିଜ ସ୍ଥାନରେ ବସିଗଲେ ।

ଜୀବନରେ ବିଲକୁଲ ଏହିଭଳି ମ୍ୟାନେଜମେଣ୍ଟ ଦରକାର ହୋଇଥାଏ । ମଣିଷ ଏଣୁ ତେଣୁ କଥାବାର୍ତ୍ତା କରି ନିଜର ମୂଳ ଲକ୍ଷକୁ ଭୁଲି ଯାଏ । ଯେତେବେଳେ ତାକୁ ଏହି କଥାର ଅନୁଭବ ହୁଏ ସେତେବେଳ ପର୍ଯ୍ୟନ୍ତ ଡେରି ହୋଇ ଯାଇଥାଏ । ସେତେବେଳ ପର୍ଯ୍ୟନ୍ତ ତାର ସମସ୍ତ ଗ୍ରାହକ ଓ ଟ୍ରେନ ଚାଲି ଯାଇଥାଏ ।

ଆଶାକରୁଛୁ ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ସେଆର ନିଶ୍ଚୟ କରିବେ ।