ମା – ବାପା ପଢା ପାଇଁ ବିକ୍ରି କରିଦେଲେ ଘର, ପୁଅ ଏବେ ହେବ IAS ଅଫିସର, ତାଙ୍କ ସଫଳତାର କାହାଣୀ ଶୁଣିଲେ ଲୁହ ଆସିଯିବ ଆଖିରେ…

ପ୍ରତି ବର୍ଷ କିଛି ଯୁବକ ଓ ଯୁବତୀମାନେ IAS ଅଫିସର ହେବାର ସ୍ଵପ୍ନ ନେଇ ରାଜଧାନୀ ଦିଲ୍ଲୀ ଆସିଥାନ୍ତି । କିଛି ଲୋକମାନଙ୍କର ସ୍ଵପ୍ନ ସାକାର ହୋଇଥାଏ, ତ କିଛି ଲୋକମାନେ ନିଜ ସ୍ଵପ୍ନକୁ ସତ କରିବା ପାଇଁ ଚେଷ୍ଟା କରୁଥାନ୍ତି । ଇନ୍ଦୋର ର ପ୍ରଦୀପ ସିଂହ ବି ୨୦୧୭ରେ ଆଇଏଏସ ହେବା ପାଇଁ ଦିଲ୍ଲୀ ଆସିଥିଲେ । ସେ ସେଠାରେ ରହି ଆଇଏଏସ ପ୍ରସ୍ତୁତି କରିଲେ ଏବଂ ପରୀକ୍ଷା ଦେଲେ । ଶେଷରେ ପ୍ରଦୀପ ନିଜ ମାତା – ପିତାଙ୍କର ସ୍ଵପ୍ନକୁ ପୁରା କରିଲେ ଏବଂ ବର୍ତ୍ତମାନ IAS ଅଫିସର ହୋଇଗଲେ ।

ପୁରା ହୋଇଗଲା ପ୍ରଦୀପଙ୍କର ସ୍ଵପ୍ନ

ଶୁକ୍ରବାର ଦିନ ଯେତେବେଳେ UPSCର ଫଳାଫଳ ଘୋଷିତ କରାଗଲା, ତେବେ IAS, IPS ଏବଂ IFS ଭଳି ପଦ ପାଇଁ ୭୫୯ କ୍ୟାଣ୍ଡିଡେଟ ଙ୍କ ନାମ ମଧ୍ୟରେ ପ୍ରଦୀପ ଙ୍କ ନାମ ମଧ୍ୟ ସାମିଲ ଥିଲା । ସେ ଟପ ତ କରି ନାହାନ୍ତି, କିନ୍ତୁ ୯୩ ରୈଙ୍କ ରେ ଅଛନ୍ତି, ଯାହା କି ପ୍ରଶଂସା ଯୋଗ୍ୟ ଅଟେ ।

ପିତା ଭର୍ତ୍ତି କରନ୍ତି ଗାଡିରେ ପେଟ୍ରୋଲ

ପ୍ରଦୀପଙ୍କୁ ଆଇଏଏସର ଚେୟାର ସହଜରେ ମିଳି ନାହିଁ, ତାଙ୍କୁ ଓ ତାଙ୍କ ପରିବାରକୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଛି । ପ୍ରଦୀପଙ୍କର ପିତା ମନୋଜ ସିଂହ ଜିଏକି ଗାଡିରେ ପେଟ୍ରୋଲ ଭର୍ତ୍ତି କରନ୍ତି । ସେ ମଧ୍ୟପ୍ରଦେଶର ଦେବାସ ନାକା ପେଟ୍ରୋଲ ପମ୍ପରେ କାମ କରନ୍ତି । କହିଦେଉଛୁ କି, ପ୍ରଦୀପ ୨୦୧୭ରେ ଦେବୀ ଅହଲ୍ୟା ୟୂନିବର୍ସିଟୀର ଆଈଆଈପୀଏସ ରେ  ବି.କମ କରିଥିଲେ ।

ମା – ବାପା ବିକ୍ରି କରିଦେଲେ ପୁଅ ପାଇଁ ଘର

ରିପୋର୍ଟ ଅନୁସାରେ, ପ୍ରଦୀପ ଯେତେବେଳେ ପରୀକ୍ଷାର ପ୍ରସ୍ତୁତି କରୁଥିଲେ, ତେବେ ତାଙ୍କ ପାଖରେ ଟଙ୍କା ନଥିଲା । ଏମିତିରେ ତାଙ୍କର ମାତା – ପିତାଙ୍କୁ ଘର ମଧ୍ୟ ବିକ୍ରି କରିବାକୁ ପଡିଥିଲା, କେବଳ ପିଲାର ପାଠପଢା ପାଇଁ । ବର୍ତ୍ତମାନ ମଧ୍ୟ ପୁରା ପରିବାର ଭଡା ଘରେ ନିଜର ଜୀବନ ବିତାଉଛନ୍ତି । ପ୍ରଦୀପ କହିଛନ୍ତି କି ତାଙ୍କର ସ୍ଵପ୍ନ ଅଟେ କି ସେ ନିଜର ସଫଳତା ଦ୍ଵାରା ନିଜର ମାତା – ପିତାଙ୍କର ସଂଘର୍ଷକୁ କମ କରି ପାରିବେ ।

ପିତା କହିଛନ୍ତି ଏହି କଥା

ଏହା ସହିତ ପ୍ରଦୀପ କହିଛନ୍ତି କି ଯେତେବେଳେ ସେ UPSC ର ପରୀକ୍ଷା ଦେଉଥିଲେ, ସେହି ସମୟରେ ତାଙ୍କ ମା’ଙ୍କର ଦେହ ଖରାପ ଥିଲା । ଯେପରି ପୁଅର ପରୀକ୍ଷା ଉପରେ କୌଣସି ପ୍ରଭାବ ନ ପଡୁ ସେଥିପାଇଁ ପିତା ଏହାର ସୂଚନା ନିଜ ପୁଅକୁ ଦେଲେ ନାହିଁ । ଯଦି ଆପଣଙ୍କୁ ପ୍ରଦୀପଙ୍କ କାହାଣୀ ପ୍ରେରିତ କରିଥାଏ ଗୋଟେ ସେଆର କରନ୍ତୁ ତାଙ୍କ ପାଇଁ । ଆଗକୁ ଆମ ସାହି ଯୋଡି ହେଇ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।