କଣ ଆପଣ ଜାଣିଛନ୍ତି ରେଷ୍ଟୁରାଣ୍ଟରେ କାହିଁକି ଦିଆଯାଇଥାଏ ଫିଙ୍ଗର ବାଉଲ, ଜାଣନ୍ତୁ ଏହା ପଛର କାରଣ

ସମସ୍ତେ ପ୍ରାୟତଃ କୌଣସି ନା କୌଣସି ହୋଟେଲକୁ ନିଶ୍ଚିତ ଖାଇବାକୁ ଯାଉଥିବେ । କହିବାକୁ ଗଲେ ଆପଣମାନେ ପ୍ରାୟତଃ ଦେଖିଥିବେ କି କୌଣସି ବଡ ହୋଟେଲରେ ଖାଇବା ପରେ ୱେଟର ହାତ ଧୋଇବା ପାଇଁ ଏକ ବାଉଲରେ ଲେମ୍ବୁ କାଟି ପାଣିରେ ପକାଇ ଆଣିଥାଏ । କଣ ଆପଣଙ୍କୁ ଜଣା ଅଛି କି ଏହିଭଳି କାହିଁକି ହୋଇଥାଏ । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ କହିବୁ ।

ଏହା ପଛରେ ବି ବହୁତ ବଡ କାରଣ ଅଛି । ଏହା ବିଷୟରେ କୁହାଯାଏ କି ପୂର୍ବ ଜମାନାରେ ଖାଇବା ପରେ ଓ ମିଠା ଖାଦ୍ୟ ଖାଇବା ପରେ ଲେମ୍ବୁ ପାଣିରେ ହାତ ଧୋଇବାକୁ ପଡୁଥିଲା । ଯାହା ଦ୍ଵାରା ଖାଇବା ପରେ ହାତ ଦ୍ଵାରା କପଡା ଖରାପ ନ ହେବ । ଏହା ଏଥିପାଇଁ କରାଯାଏ କାରଣ ଲେମ୍ବୁରେ ଆଣ୍ଟି ବ୍ୟାକ୍ଟେରିଆ ଓ ଜୀବାଣୁଙ୍କୁ ମାରିବା ଭଳି ଗୁଣ ଓ ତତ୍ଵ ରହିଥାଏ ।

ଲେମ୍ବୁର କଟା ଯାଇଥିବା ଫାଳ ଆପଣଙ୍କ ହାତରେ ଥିବା ଖାଦ୍ୟର ମଇଳାକୁ ପରିଷ୍କାର କରିବା କାମରେ ଆସିଥାଏ ଓ ହାତରେ ଲାଗିଥିବା ତେଲକୁ ବି ଦୂର କରିଥାଏ । କହିବାକୁ ଗଲେ ଆଜି ଆମ ଦେଶର କେତେକ ଜାଗାରେ ଖାଇବା ପରେ ଏହିଭଳି କରାଯାଉଛି ।

କିନ୍ତୁ ଆମର ଭାରତୀୟ ସମାଜରେ ଏହାକୁ ଭୁଲ କୁହାଯାଏ । କାରଣ ଆମର ଏଠି ବାସନକୁ  ମାତା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ । ସେଥିପାଇଁ ବାସନରେ ହାତ ଧୋଇବା ଆମର ଏଠାରେ ଭୁଲ ବୋଲି କୁହାଯାଏ । କିନ୍ତୁ ଆଜି ବି କିଛି ଉଚ୍ଚ ସ୍ତରର ହୋଟେଲ ଗୁଡିକରେ ଲୋକମାନେ ଏହିଭଳି ନିଜ ହାତ ପରିଷ୍କାର କରିଥାନ୍ତି ।

ଲୋକମାନେ ଖାଦ୍ୟ ଖାଇବା ପରେ ୱେଟର ତାଙ୍କୁ ଏକ ବାଉଲରେ ଲେମ୍ବୁ କାଟି ଆଣି ଦିଅନ୍ତି । ଆଜିକାଲି କହିବାକୁ ଗଲେ ସବୁ ଜାଗାରେ ଏହା ଚାଲିଛି । କିନ୍ତୁ କେତେକ ହୋଟେଲରେ ଲୋକମାନଙ୍କୁ ହାତ ଧୋଇବା ପରେ କେବଳ ଧଳା ରଙ୍ଗର ନ୍ୟାପକିନ ଦିଅନ୍ତି । ଯାହା ଦ୍ଵାରା ହାତରେ ଲାଗିଥିବା ତେଲ ସଫା ହୋଇଯିବ ।