ଅକ୍ଷୟ କୁମାର ବଲୀଉଡର ଜଣେ ଏମିତି ଅଭିନେତା ଅଟନ୍ତି ଯାହାଙ୍କୁ ସମସ୍ତ ପ୍ରକାର ଦର୍ଶକ ପସନ୍ଦ କରିଥାନ୍ତି । ଅକ୍ଷୟ ଆଜିକାଲି ସାମାଜିକ ମୁଦ୍ଦା ଉପରେ ଅଧିକ ଫିଲ୍ମ କରୁଛନ୍ତି । ମିଡିୟା ରିପୋର୍ଟସ ଅନୁସାରେ ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ଗୁଡ ନ୍ୟୂଜ’ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ କରୀନା କପୂର ବି ନଜର ଆସିବେ ।
ସାହାର୍ଯ୍ୟ ପାଇଁ ସବୁବେଳେ ଆଗକୁ ରୁହନ୍ତି ଅକ୍ଷୟ
ଅକ୍ଷୟ କୁମାର ଏକ ଭଲ ଅଭିନେତା ହେବା ସହିତ ଏକ ଭଲ ମଣିଷ ବି ଅଟନ୍ତି । ଅକ୍ଷୟଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ହୋଇଥାଏ । ଅକ୍ଷୟଙ୍କର ଗଣନା ବଲୀଉଡର ସବୁଠୁ ଧନୀ ଅଭିନେତାଙ୍କ ମଧ୍ୟରେ କରାଯାଏ । ଏହା ଛଡା ଯେତେବେଳେ ବି ସାହାର୍ଯ୍ୟର କଥା ଆସେ ସେତେବେଳେ ସେ ସର୍ବଦା ଆଗରେ ଥାନ୍ତି । ସେ ଅନ୍ୟ ବ୍ୟକ୍ତିଙ୍କ ଉପରେ କୋଟି କୋଟି ଟଙ୍କା ଖର୍ଚ କରି ଦିଅନ୍ତି ।
ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ପରିବାରଙ୍କୁ ସେ ୫ କୋଟି ଟଙ୍କା ଦାନ କରିଛନ୍ତି । ବର୍ତ୍ତମାନ ହିଁ ଓଡିଶାରେ ହୋଇଥିବା ବାତ୍ୟାରେ ପୀଡିତ ଲୋକମାନଙ୍କ ପାଇଁ ସେ ଏକ କୋଟିରେ ସାହାର୍ଯ୍ୟ କରିଛନ୍ତି । କିଛି ଦିନ ତଳେ ଅକ୍ଷୟ ରେସ୍ଟୋରାନ୍ଟରେ ନିଜ ପରିବାର ସହିତ ଖାଦ୍ୟ ଖାଇ ବାହାରକୁ ବାହାରୁଥିଲେ । କଣ ଅଟେ ଏହି ପୁରା ଘଟଣା ଚାଲନ୍ତୁ ଜାଣିବା ।
ରେସ୍ଟୋରାନ୍ଟ ବାହାରେ ଗରିବ ପିଲାକୁ କରିଲେ ସାହାର୍ଯ୍ୟ
ବର୍ତ୍ତମାନ ହିଁ ଅକ୍ଷୟ କୁମାର ନିଜ ପତ୍ନୀ ଟ୍ୱିଂକଲ ଖନ୍ନା, ବବୀ ଦେଓଲ ଏବଂ ତାଙ୍କର ପତ୍ନୀ ତାନ୍ୟାଙ୍କ ସହିତ ରେସ୍ଟୋରାନ୍ଟରେ ଡିନର କରିବାକୁ ପହଞ୍ଚିଥିଲେ । ଯେମିତି ହିଁ ସେ ଡିନର ସାରି ବାହାରକୁ ବାହାରିଲେ ମିଡିୟା ତାଙ୍କର ଫଟୋ ଉଠାଇବାରେ ଆରମ୍ଭ କରିଦେଲେ । ଯେତେବେଳେ ସମସ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ ସେତେବେଳେ ଅକ୍ଷୟ କୁମାରଙ୍କର ନଜର ଦୂରରେ ଥିବା ଏକ ଗରିବ ପିଲା ଉପରେ ପଡିଲା । ଏହା ପରେ ତାଙ୍କୁ ସେହି ପିଲା ଉପରେ ଦୟା ଆସିଲା ଏବଂ ସେ ସବୁ କିଛି ଛାଡି ତାହା ପାଖକୁ ଚାଲିଗଲେ ।
ଏହା ଦେଖି ସେଠି ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଅକ୍ଷୟ ସେହି ଗରିବ ପିଲାମାନଙ୍କ ସହିତ କଥାବାର୍ତ୍ତା କରିଲେ, ତାହା ମୁଣ୍ଡ ଉପରେ ହାତ ଦେଲେ ଏବଂ ତାକୁ ନିଜ ସହିତ ଫଟୋ ଉଠାଇବା ପାଇଁ ନେଇ ଆସିଲେ । ଏହା ପରେ ଅକ୍ଷୟ ସେହି ଗରିବ ପିଲାକୁ ବହୁତ ଗୁଡେ ଟଙ୍କା ବି ଦେଲେ । ଏହ ପ୍ରଥମ ଥର ନୁହେଁ ଯେତେବେଳେ କି ଅକ୍ଷୟ କାହାକୁ ସାହାର୍ଯ୍ୟ କରିଛନ୍ତି । ସେ ପ୍ରାୟତଃ ଗରିବ ପିଲାମାନଙ୍କୁ ସାହାର୍ଯ୍ୟ କରନ୍ତି ।