ଖରାପ ଏଲଇଡ଼ି ବଲ୍ବକୁ ଫ୍ରିରେ ସଜାଡି ପାରିବେ, ତାହା ବି କେବଳ 2 ମିନିଟ ରେ, ଜାଣନ୍ତୁ କେମିତି

ଗୋଟେ ସମୟରେ ପ୍ରାୟତଃ ସବୁ ଘରେ ହଳଦିଆ ବଲ୍ବ ର ବ୍ୟବହାର କରା ଯାଉଥିଲା । ବର୍ତ୍ତମାନ ସେହି ହଳଦିଆ ବଲ୍ବ ର ଲାଇଟ ସବୁ ଘରେ ଗାୟବ ହୋଇଯାଇଛି । ବର୍ତ୍ତମାନ ତାହା ଜାଗାରେ ବେଶି ଲାଇଟ ଏବଂ କମ ବିଜୁଳିରେ ଚାଲୁଥିବା ଏଲଈଡୀ ବଲ୍ବ ନେଇଛି । ଆଜି ଦେଶର ପାଖାପାଖି ସବୁ ଘରେ ଏହି ଏଲଈଡୀ ବଲ୍ବ ବ୍ୟବହାର କରୁଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ନୂଆ ଏଲଈଡୀ ବଲ୍ବ ପୁରୁଣା ଏଲଈଡୀ ବଲ୍ବ ତୁଳାନାରେ ବହୁତ ଗୁଣା ଭଲ ଅଟେ ।

ଏହି କାରଣ ଅଟେ କି ସରକାର ବି ବର୍ତ୍ତମାନ ପୁରୁଣା ହଳଦିଆ ବଲ୍ବକୁ ହଟାଇ ନୂଆ ଏଲଈଡୀ ବଲ୍ବ ର ବ୍ୟବହାର ଉପରେ ଜୋର ଦେଉଛନ୍ତି । ସର୍ବେ ପ୍ରଥମେ ଆପଣଙ୍କୁ କହିଦେଉଛୁ ଯେ ଏଲଈଡୀ ବଲ୍ବ ର କେଉଁ ପଟ ଟି ଖରାପ ହୋଇଥାଏ ।

ଏଲଈଡୀ ବଲ୍ବର ଭିତରେ ଏକ ଛୋଟ ସର୍କିଟ ହୋଇଥାଏ । ଯେଉଁଥିରେ କିଛି ଟ୍ରାଂଜିସ୍ଟର ଏବଂ କାପାସିଟର ଲାଗିଥାଏ । ଏହା ଛଡା ବହୁତ ଛୋଟ – ଛୋଟ ଏଲଈଡୀ ଲାଗିଥାଏ କିନ୍ତୁ ଏହି ଏଲଈଡୀ ର ଖରାପ ହେବାର ସମ୍ଭାବନା ବହୁତ କମ ହୋଇଥାଏ ।

ବଲ୍ବ ଭିତରେ ବେଶି ଖରାପ ହୋଇଥାଏ ଟ୍ରାଂଜିସ୍ଟର ଏବଂ କୈପେସିଟର । ଏହି ଟ୍ରାଂଜିସ୍ଟର ଏବଂ କୈପେସିଟର ର ଏକ ସମସ୍ୟା ହୋଇଥାଏ କି ଏହାକୁ ବେଶି ପ୍ରୟୋଗ ଦ୍ଵାରା ଗରମ ହୋଇଯାଏ ଯାହାଫଳରେ ଏହା ଫାଟି ଯାଏ । ଏହାକୁ ବଦଳାଇବା ବହୁତ ସହଜ ଅଟେ ଏହାକୁ ବହୁତ କମ ଦାମରେ ଦୋକାନରୁ କିଣି ସହଜରେ ବଦଳାଇ ଯାଇପାରିବା ।

ଏଲଈଡୀ ବଲ୍ବକୁ ଠିକ କରୁଥିବା ସମୟରେ ସର୍ବେ ପ୍ରଥମେ ଆପଣ ତାକୁ ଖୋଳିକରି ଦେଖିବେ କି ତାହାର ଭିତରେ କେଉଁ ଅଂସ ଟି ଖରାପ ଅଛି । ଏଲଈଡୀ ବଲ୍ବ ଖୋଲିବା ପରେ ଆପଣଙ୍କୁ ତାହା ଭିତରେ ଏକ ସର୍କିଟ ଦେଖାଦେବ ଯେଉଁଥିରେ ଏଲଈଡୀ ଲାଗିଥିବେ ଏବଂ ତାହା ପଛରେ ଟ୍ରାଂଜିସ୍ଟର ଓ କୈପେସିଟର ଲାଗିଥିବ ।

ଯଦି ଟ୍ରାଂଜିସ୍ଟର ଏବଂ କୈପେସିଟର ରେ କୌଣସି ପ୍ରକାରର ଖରାପ ଥିବା ତେବେ ତାହା ଫଟି ଯାଇଥିବା । ବର୍ତ୍ତମାନ ସୋଲ୍ଡିଂଗ ମେସିନ ସାହାର୍ଯ୍ୟରେ ଫାଟିଥିବା ଟ୍ରାଂଜିସ୍ଟର ଏବଂ କୈପେସିଟର ଜାଗା ଉପରେ ପଜିଟିୱ ଏବଂ ର ନେଗେଟିୱ ମାର୍କ ଦେଖି ନୂଆ ଟ୍ରାଂଜିସ୍ଟର ଓ କୈପେସିଟର ଲଗାଇଦିଆନ୍ତୁ । ଏତେ ସବୁ କରିବା ପରେ ଯେମିତ ଆପଣ ବଲ୍ବ କୁ ଖୋଲିଥିଲେ ସେହିଭଳି ତାହାକୁ ବନ୍ଦ କରିଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ବଲ୍ବ ଠିକ ହୋଇଯିବ ଏବଂ ପୁଣି ଥରେ ଜଳିବ ।