ଏହି ସବୁ ଜିଲ୍ଲାମାନଙ୍କୁ ବାତ୍ୟା ‘ଫୋନି’ ପାଇଁ ଅରେଂଜ, ରେଡ୍, ୟେଲୋ ୱାର୍ଣ୍ଣିଂ ଜାରି, ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ବର୍ତ୍ତମାନ ସବୁଠୁ ଗମ୍ଭୀର ପୂର୍ଣ୍ଣ ନ୍ଯୁଜ ହେଉଛି ବାତ୍ୟା ଫୋନି ଉପରେ । ସମସ୍ତେ ଏହି ବାତ୍ୟାକୁ ନେଇ ବହୁତ ଭୟବିତ ଥିବା ବେଳେ ରାଜ୍ୟ ସରକାର ଏ ନେଇ ପୁରା ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ତେବେ ଏହି ସାମୁଦ୍ରିକ ଝଡ଼  ଫୋନି ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ଏହି ସବୁ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ। ତେବେ ସେହି ସବୁ ଜିଲ୍ଲାକୁ ରେଡ, ଅରେଞ୍ଜ ଓ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଅନୁମାନ କରାଯାଇଛି । ସେହିସବୁ ଜିଲ୍ଲାମାନଙ୍କ ମଧ୍ୟରେ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । ତେବେ କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହେବ ନାହିଁ ।

ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ଯେ ଆଜିଠାରୁ ପବନର ବେଗ ବଢିବ ଏବଂ ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାକୁ ସାମୁଦ୍ରିକ ଝଡ ପ୍ରଭାବିତ କରିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ 2ତାରିଖରୁ  ଅରେଞ୍ଜ ୱାର୍ନିଙ୍ଗ ଦିଆଯାଇଥିବା ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡା ଏବଂ କନ୍ଧମାଳ। ଏସବୁ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଏହା ବ୍ୟତୀତ ୩ ତାରିଖରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୭ଟି ଜିଲ୍ଲା ଗୁଡ ହେଲା -ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ । ଅର୍ଥାତ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ତେବେ ସେହି ୩ ତାରିଖରେ ଆଉ ୪ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି, ସେଗୁଡିକ ହେଲେ – ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର ଏବଂ ଦେବଗଡ।