ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ଉଡିବା କୌଣସି ବଡ ବିପଦର ସଂକେତ ନୁହେଁ ତ !

ଏପଟେ ଫୋନିକୁ ନେଇ ଲୋକମାନେ ଆତଙ୍କିତ ଥିବା ବେଳେ ସେପଟେ ଶ୍ରୀ ଜଗନ୍ନାଥ ଧାମରେ ଘଟିଛି ଏକ ଅଘଟଣ । ଯାହା ସାରା ଦେଶ ବାସୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ । ଏମିତି ରେ ଲୋକମାନେ ଆହୁରି ଭୟବିତ ହୋଇପଡିଛନ୍ତି । ତେବେ ଘଟଣାଟି ହେଲା କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପତିତପାବନ ବାନା ଆଜି ସକାଳୁ ଉଡିଯାଇଛି ।

ତେବେ ଏହା ଅତ୍ୟଧିକ ପବନ ପାଇଁ ହୋଇଛି ବୋଲି ସୂଚନାରୁ ଜଣା ପଡିଛି । ପୁନଶ୍ଚ ଏହାକୁ ବାନ୍ଧିବା ପାଇଁ ପ୍ରସ୍ତୁତି କରା ଯାଇଛି । ତେବେ ଏହା କୌଣସି ଅଘଟଣର ସୂଚନା ଦେଉଛି ବୋଲି ସମସ୍ତଙ୍କର କହିବା କଥା, କାହିଁକି ନା ଗୋଟେ ପଟେ ବାତ୍ୟା ଫୋନି ପୁରୀ ଆଡକୁ ଅତି ବେଗରେ ମାଡି ଆସୁଛି ଓ ସେହି ସମୟରେ ଏପରି ଏକ ଘଟଣା ସମସ୍ତଙ୍କୁ ଆହୁରି ଭୟଭୀତ କରିଦେଇଛି ।

ସାମୁଦ୍ରିକ ବାତ୍ୟା ଫୋନି ଓଡିଶା ଛୁଇଁବା ପୂର୍ବରୁ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବା ଏକ ଅଶୁଭ ସଂକେତ ବୋଲି ଏବେ ପୁରୀରେ ଚର୍ଚ୍ଚା ଜୋର ଧରିଛି । ଏହାଛଡା ପୂର୍ବରୁ ମଧ୍ୟ ପତିତପାବନ ବାନା ଅନେକ ସମୟରେ ଉଡ଼ିଯାଇଛି ।  ସାମୁଦ୍ରିକ ଝଡ ଫୋନିକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।

କିନ୍ତୁ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ କଥା ହେଲା ସାମୁଦ୍ରିକ ବାତ୍ୟା ଫୋନି ଓଡିଶା ଆଡକୁ କ୍ଷୀପ୍ରଗତିରେ ମାଡି ଆସୁଥିବା ନେଇ ଖବର ଆସୁଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ଭକ୍ତମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି।