ରିୟଲ ଲାଇଫରେ ବିବାହ କଲେ ଏହି ଲୋକପ୍ରିୟ ସିନେ କଳାକାର ଯୋଡି, ଭାଇରାଲ ହେଉଛି ଫଟୋ ଓ ଭିଡିଓ, ଦେଖନ୍ତୁ ବାହାଘରର କିଛି ଭିଜୁଆଲ

ଏବେ ଆଉ ରିଲ୍ ଲାଇଫରେ ନୁହେଁ ବରଂ ରିୟଲ ଲାଇଫରେ ସ୍ଵାମୀ ସ୍ତ୍ରୀ ହେଲେ ଏହି ଲୋକପ୍ରିୟ ସିନେ କଳାକାର ଯୋଡି । ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ପଡିଲା ହାତଗଣ୍ଠି । ଏହି ଯୋଡି ଏବେ କେବଳ ରିଲ୍ ଜୀବନରେ ନୁହେଁ ବରଂ ଅସଲ ଜୀବନରେ ମଧ୍ୟ ପରସ୍ପରର ହାତ ଧରି ସାତ ଜନ୍ମର ସାଥି ହୋଇଗଲେ । ଆଜ୍ଞା ହଁ, ଆମେ କହୁଛୁ ଲୋକପ୍ରିୟ ସିନେ କଳାକାର ରୋଶନ ପଣ୍ଡା ଏବଂ ମୁନିଆ ପାଣିଗ୍ରାହୀଙ୍କ କଥା । ରିଲ୍ ଲାଇଫ ର ଏହି ଯୋଡି ଏବେ ରିୟଲ ଲାଇଫରେ ମଧ୍ୟ ପରସ୍ପରର ଜୀବନସାଥି ହୋଇଛନ୍ତି ।

ବେଶ ଧୁମଧାମରେ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ରୋଶନ ଓ ମୁନିଆଙ୍କ ବିବାହ ବେଳର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ଉଭୟଙ୍କ ପ୍ରଶଂସକ ରୋଶନ ଓ ମୁନିଆଙ୍କ ଯୋଡିକୁ ମରଡା ଉପରେ ଯେତିକି ପସନ୍ଦ କରୁଥିଲେ ଏବେ ଅସଲ ଜୀବନରେ ଏମାନଙ୍କ ଯୋଡିକୁ ନେଇ ସେତିକି ଖୁସି ଥିବା ଦେଖିବାକୁ ମିଳୁଛି ।

ରୋଶନ ଓ ମୁନିଆଙ୍କୁ ତାଙ୍କ ପ୍ରଶଂସକ ମାନେ ବିବାହର ଶୁଭେଚ୍ଛା ଜଣାଇବା ସହ ଉଭୟଙ୍କ ମଙ୍ଗଳ କାମନା କରୁଥିବା ଦେଖିବାକୁ ମିଳିଛି । ଓଡିଆ ହିନ୍ଦୁ ବୈଦିକ ରୀତିନୀତିରେ ବେଦିରେ ବସି ମନ୍ତ୍ର ପଢି, ହାତଗଣ୍ଠି ପକେଇ ଉଭୟ ଚିରଦିନ ପାଇଁ ସ୍ଵାମୀ ସ୍ତ୍ରୀ ଭାବେ ପରସ୍ପରକୁ ଗ୍ରହଣ କରିଛନ୍ତି । ରୋଶନ ବର ଭେଶରେ ବେଶ ହ୍ୟାଣ୍ଡସମ ଲାଗୁଛନ୍ତି ଓ ମୁନିଆ ମଧ୍ୟ ପରଦା ଉପରେ ଯେତିକି ସୁନ୍ଦର ଲାଗନ୍ତି ତା’ ଥ୍କାରୁ ଆହୁରି ବେଶୀ ସୁନ୍ଦରୀ ଦିଶୁଥିବା ଲୋକେ କହୁଛନ୍ତି ।

ରୋଶନ ବରଯାତ୍ରୀ ନେଇ ରୋଷଣୀ କରି ନାଚି ନାଚି ମୁନିଆଙ୍କ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ମୁନିଆଙ୍କ ପରିବାର ତାଙ୍କର ବରଣୀ କରିବା ସହ ମଣ୍ଡପକୁ ପାଛୋଟି ନେଇଥିଲେ । ଉଭୟଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବିବାହ କରିଛନ୍ତି । ଅସଲ ଜୀବନରେ ପରସ୍ପରର ଜୀବନସାଥି ହୋଇଥିବା ରୋଶନ ଓ ମୁନିଆ ବେଶ ଖୁସି ଥିବା ଦେଖିବାକୁ ମିଳୁଛି ।

ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ବାହାଘରକୁ ନେଇ ବେଶ ଖୁସି ଓଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ତେବେ ଏହି ନୂଆ ଯୋଡିଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ ଓ ଏମାନକ ଯୋଡି ସର୍ବଦା ବନେଇ ରଖନ୍ତି ବୋଲି ଆମର ପ୍ରାର୍ଥନା ଓ କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।