ଲିଭିଗଲାଣି Gopal ର ହସ, ଏବେ ଜେଲ ଭିତରେ ଏକାକୀ ଗୁମସୁମ୍ ରହୁଛି, ଜେଲ ଭିତରର ସବୁ କଥା ଖୁଲାସା କଲେ ଏହି ଅନ୍ତେବାସୀ, ଦେଖନ୍ତୁ video

କଟକ ଚୌଦ୍ବାର ଜେଲର 3 ନଂ ସେଲ ଗୋପାଳର ନୂଆ ଠିକଣା ପାଲଟିଛି । ଜେଲ ଭିତରେ ଏକା ଏକା ରହିବା ସହ ଗୁମସୁମ୍ ରହୁଛି ଗୋପାଳ । କାହା ସହ କଥା ହେଉ ନଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି । ଜେଲ ଯିବା ପରେ ପରେ ଗୋପାଳ ଯେମିତି ହସୁଥିଲା ଏବେ ଆଉ ସେମିତି ହସିବାର ଦେଖିବାକୁ ମିଳୁନି । ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମଲାରେ ଗି-ର-ଫ ହୋଇ ଝାରସୁଗୁଡାରୁ ଆସି ଚୌଦ୍ବାର ଜେଲରେ ରହିଛି ଗୋପାଳ ।

ମନ୍ତ୍ରୀଙ୍କୁ କେମିତି ମା-ରି-ଲା ଏହାର ସିନ୍ ରିକ୍ରିଏସନ କରିବା ଦିନ ଏବଂ ନା-ର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଯିବା ଆଗରୁ ଗୋପାଳ ବେଶ ହସୁଥିବାର ଦେଖା ଯାଇଥିଲା । ହେଲେ ଏବେ ଜେଲର ଚାରିକାନ୍ଥ ଭିତରେ ତା’ ହସ ଧୀରେ ଧୀରେ ଲିଭି ଯାଉଛି । ହସିବା କଥା ଛାଡ କାହା ସହ କଥାବାର୍ତ୍ତା ମଧ୍ୟ ହେଉନି ଗୋପାଳ । ଅଧିକାଂଶ ସମୟ ଗୋପାଳ ଚୁପ୍ ରହୁଛି ଏବଂ ଜେଲ କର୍ମଚାରୀ କିଛି ପଚାରିଲେ କେବଳ ଏହାର ଉତ୍ତର ଦେଉଛି ।

ଏନେଇ ଖୁଲାସା କରିଛନ୍ତି ଚୌଦ୍ଵାର ଜେଲରୁ ଜାମିନରେ ବାହାରିଥିବା ଜଣେ ବ୍ୟକ୍ତି । ଅନ୍ୟମାନଙ୍କ ଭଳି ଗୋପାଳକୁ ସେଲ ଭିତରୁ ବାହାରିବା ପାଇଁ ଦିଆ ଯାଉନାହିଁ । ଖାଦ୍ଯ ମଧ୍ୟ ତା’ ପାଖେ ନେଇ ପହଞ୍ଚାଇ ଦିଆଯାଉଛି । ତେବେ ଏକଥା ଶୁଣି ଲାଗୁଛି ଗୋପାଳ ଜେଲ ଭିତରେ ଖୁବ ଚିନ୍ତାରେ ରହିଛି । ରାଗରେ ମନ୍ତ୍ରୀଙ୍କୁ ମା-ରି ଦେଇଛି ବୋଲି କହୁଥିବା ଗୋପାଳ ହୁଏତ ଏବେ ଜେଲ ଚାରିକାନ୍ଥ ମଧ୍ୟରେ ଅନୁତାପ କରୁଛି ।

ନବ ଦାସଙ୍କୁ ହ-ତ୍ୟା କରିବା ପରଠାରୁ ପୁରା ରାଜ୍ୟରେ ବେଶ ଚର୍ଚ୍ଚାରେ ରହିଛି ବହିଷ୍କୃତ ଏଏସଆଇ ଗୋପାଳକୃଷ୍ଣ ଦାସ । ତାକୁ ନେଇ ବିଧାନସଭାରେ ମଧ୍ୟ ହାଇଡ୍ରାମା ଦେଖିବାକୁ ମିଳୁଛି । ଗୋପାଳର ସୁରକ୍ଷାକୁ ନେଇ ଅନେକ ଲୋକ ପ୍ରଶ୍ନ କରୁଥିବା ବେଳେ ତା’ ଅବସ୍ଥା ମଧ୍ୟ ଗୋବିନ୍ଦ ସାହୁ ଭଳି ହେବ ବୋଲି ଅନେକେ କହୁଛନ୍ତି । ଇତିମଧ୍ୟରେ ଜେଲରୁ ଜାମିନରେ ବାହାରିଥିବା ବ୍ୟକ୍ତି ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଗୋପାଳ ରହିଥିବା ସେଲ ପାଖକୁ କାହାରିକୁ ମଧ୍ୟ ଯିବାକୁ ଦିଆ ଯାଉନାହିଁ । ଜେଲରେ ଏକା ରଖାଯିବା ସହ ଅନ୍ୟ କଏଦୀଙ୍କ ଭଳି ସମାନ ଖାଦ୍ୟ ଦିଆଯାଉଛି । ଦିନ ଗଡିବା ସହ ଗୋପାଳକୁ ସେତିକି ନେଇ ପ୍ରଶ୍ନ ବଢିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।