RBI ଜଲ୍ଦି ହିଁ ଜାରି କରିବ ୨୦ ଟଙ୍କାର ନୂଆ ନୋଟ, ଦେଖନ୍ତୁ ନୂଆ ୨୦ ଟଙ୍କା ନୋଟ ର ପ୍ରଥମ ଝଲକ, ଜାଣନ୍ତୁ କଣ ରହିଛି ଏଥିରେ ଖାସିୟତ

ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ଜଲ୍ଦି ହିଁ ୨୦ ଟଙ୍କାର ନୂଆ ନୋଟ ଜାରି କରିବାକୁ ଯାଉଛି । ବର୍ତ୍ତମାନ ହିଁ ୨୦ ଟଙ୍କିଆ ନୂଆ ନୋଟ ର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଜଲ୍ଦି ହିଁ ଏହି ନୂଆ ନୋଟ ବଜାରରେ ଆସିଯିବ । ୨୦ ଟଙ୍କାର ଏହି ନୂଆ ନୋଟରେ ଏଲୋରା ଗୁମ୍ଫାମାନଙ୍କର ଚିତ୍ର ଛପା ଯାଇଛି । ଏହି ନୋଟ ଉପରେ ଆରବିଆଇର ଗବର୍ନର ଶକ୍ତିକାନ୍ତ ଦାସଙ୍କର ହସ୍ତାକ୍ଷର ଅଛି ।

୨୦ ଟଙ୍କା ନୋଟକୁ ଭାରତୀୟ ରିଜର୍ବ ବ୍ୟାଙ୍କ ଲେମନ ହଳଦିଆ ରଙ୍ଗର କରିଛି । କହିବାକୁ ଗଲେ ନୋଟବନ୍ଦି ପର ଠାରୁ ହିଁ ଲଗାତାର ଆରବିଆଇ ତରଫରୁ ପୁରୁଣା ନୋଟକୁ ନୂଆ ଆକାରରେ ଓ ନୂଆ ରଙ୍ଗରେ ଜାରି କରା ଯାଉଛି । ଆରବିଆଇ ଏହା ପୂର୍ବରୁ ୫୦, ୧୦୦ ଓ ୧୦ ଟଙ୍କାର ନୋଟକୁ ବି ନୂଆ ଆକାରରେ ଜାରି କରିସାରିଛି ।

୨୦ ଟଙ୍କାର ପୁରୁଣା ନୋଟ ହେବ ନାହିଁ ବନ୍ଦ

ଆରବିଆଇ ତରଫରୁ କୁହାଯାଇଛି କି ଏହି ନୂଆ ନୋଟ ବ୍ୟାଙ୍କରେ ଆସିବା ପରେ ପୁରୁଣା ୨୦ ଟଙ୍କାର ନୋଟ ବନ୍ଦ ହେବ ନାହିଁ । ପୁରୁଣା ୨୦ ଟଙ୍କା ନୋଟର ବ୍ୟବହାର ଜାରି ରହିବ ।

ନୂଆ ୨୦ ଟଙ୍କାର ନୋଟ ସହ ଜଡିତ କିଛି ଖାସ କଥା :-

୧. ନୂଆ ୨୦ ଟଙ୍କା ନୋଟ ଉପରେ ଜିୟୋମୈଟ୍ରିକ ପାର୍ଟନ ସଂରଖିତ କରାଯାଇଛି । ଏହି ନୋଟର ସାଇଜ ୬୩ mm x ୧୨୯ mm ଅଟେ, ମାନେ ଏହି ନୋଟ ୬୩ ମିଲିମିଟର ଚଉଡା ଅଟେ ଓ ୧୨୯ ମିଲିମିଟର ଲମ୍ବା ଅଟେ ।

୨. ଏହି ନୋଟର ଉପର ଭାଗରେ ଅନ୍ୟ ନୋଟ ଭଳି ମହାତ୍ମା ଗାନ୍ଧୀଙ୍କର ଫଟୋ ଅଛି ।

୩. ନୂଆ ନୋଟରେ ଦେବନାଗରୀ ଭାଷାରେ ୨୦ ନମ୍ବର ଲେଖା ହୋଇଛି ।

୪. ଏହି ନୋଟରେ ଛୋଟ ଶବ୍ଦରେ “RBI”, “Bharat” ଓ “୨୦” ଲେଖା ହୋଇଛି ।

୫. ଏହାର ପଛ ପଟେ ଅଶୋକ ସ୍ତମ୍ବ ବି ଅଛି । ଏହା ଛଡା ଏହି ନୋଟରେ ସ୍ଵଚ୍ଛ ଭାରତର ଲୋଗୋ ଓ ସ୍ଲୋଗାନ ବି ଲେଖା ହୋଇଛି ।

୬. ୨୦ ଟଙ୍କା ନୋଟରେ ଅଲଗା ଅଲଗା ୧୫ ଟି ଭାଷାରେ ୨୦ ଟଙ୍କା ବି ଲେଖା ହୋଇଛି ।

୭. ଏହା ଛଡା ୨୦ ଟଙ୍କାର ନୂଆ ନୋଟ ପଛରେ ଏଲୋରା ଗୁମ୍ଫାର ଛବି ବି ଅଛି ।