ରାତିରେ ଟ୍ରେନରେ ଯାତ୍ରା କରୁଥିଲେ ଜାଣି ରଖନ୍ତୁ ଏହି ନିୟମ, ନହେଲେ ଅସୁବିଧାରେ ପଡ଼ିପାରନ୍ତି, ରେଳବିଭାଗ ଜାରି କଲା ଏହିସବୁ ନୂଆ ନିୟମ

ଆପଣ ଟ୍ରେନରେ ନିୟମିତ ଯାତ୍ରା କରୁଛନ୍ତି କି ? କିମ୍ବା କୌଣସି ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିଛନ୍ତି କି ? ତେବେ ଯାତ୍ରା କରିବା ପୂର୍ବରୁ ରେଲୱେର ନୂଆ ନିୟମାବଳୀ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ । ନଚେତ ଆପଣ ଅସୁବିଧାରେ ପଡ଼ିପାରନ୍ତି । କାରଣ ଯାତ୍ରୀମାନଙ୍କ ପାଇଁ ନୂଆ ନିୟମ ଜାରି କରିଛି ଭାରତୀୟ ରେଳବିଭାଗ । ଖାସ କରି ରାତ୍ରି ସମୟରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି IRCTC ।

ଆଜ୍ଞା ହଁ, ରାତିରେ ଟ୍ରେନରେ ଶୋଉଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି ସରକାର । ଯଦି ଆପଣ ଏହି ବିଷୟରେ ନଜାଣନ୍ତି ବା ନମାନନ୍ତି ତେବେ ହୁଏତ ଅସୁବିଧାରେ ପଡ଼ିପାରନ୍ତି । ଗତ ବର୍ଷ ରେଲୱେ ପକ୍ଷରୁ ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଟ୍ରାଭେଲ ଟିକେଟ ପରିକ୍ଷକ ଟିକେଟ ଯାଞ୍ଚ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ମିଡିଲ ବର୍ଥ ର ଯାତ୍ରୀମାନେ ସେମାନକ ବର୍ଥରେ ଶୋଇପରିବେ ଏବଂ ଯଦି କୌଣସି ଯାତ୍ରୀ ସିଟ୍ ନପାଆନ୍ତି ତେବେ ଟିଟିଇ ତାଙ୍କୁ ସିଟ୍ ଉପଲବ୍ଧ କରାଇବେ ।

ଏସବୁ ନିୟମ ପୂର୍ବରୁ ଥିବାବେଳେ ଆହୁରି କେତେକ ନୂଆ ନିୟମ ସାମିଲ କରିଛନ୍ତି ସରକାର । କୌଣସି ଯାତ୍ରୀ ନିଜ ସିଟ୍ କମ୍ପାଟମେଣ୍ଟ କିମ୍ବା କୋଚରେ ବସି ଉଚ୍ଚ ସ୍ଵରରେ ମୋବାଇଲରେ କଥା ହୋଇପାରିବେ ନାହିଁ କି ଗୀତ ଶୁଣିପାରିବେ ନାହିଁ । ଅନ୍ୟ ଯାତ୍ରୀ ଏବଂ ବିଶେଷ କରି ବରିଷ୍ଠ ନାଗରିକଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନୂଆ ନିୟମ ଲାଗୁ କରିଛନ୍ତି ସରକାର । କାରଣ ଅନେକ ଥର ଅଭିଯୋଗ ହୋଇଛି କି, ଯାତ୍ରା ସମୟରେ ଯାତ୍ରୀ ଉଚ୍ଚ ସ୍ଵରରେ କଥା ହେଉଛନ୍ତି ଏବଂ ଗୀତ ମଧ୍ୟ ଶୁଣୁଛନ୍ତି ।

ରେଲୱେ ଷ୍ଟାଫମାନେ ମଧ୍ୟ ଏଭଳି କରୁଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ଅନ୍ୟ ଯାତ୍ରୀଙ୍କୁ ବିଶ୍ରାମ କରିବାରେ ଅସୁବିଧା ହେଉଛି । ତେଣୁ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ନୂଆ ନିୟମ ଜାରି କରିଛନ୍ତି ସରକାର । ଯାତ୍ରା ସମୟରେ ହେଡଫୋନ ବ୍ୟବହାର କରି କଥା ହେବା ପାଇଁ କିମ୍ବା ଗୀତ ଶୁଣିବାକୁ ରେଳବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ରାତି ୧୦ଟା ପରେ କିଛି ଯାତ୍ରୀ ଲାଇଟ ଅନ୍ କରି ରଖିବା ଦ୍ଵାରା ମଧ୍ୟ କିଛି ଯାତ୍ରୀଙ୍କୁ ଅସୁବିଧା ହେଉଥିବା ଅଭିଯୋଗ ଆସିଛି ।

ତେଣୁ ରାତି ୧୦ଟା ପରେ ଲାଇଟ ମଧ୍ୟ ବନ୍ଦ ରଖିବା ନେଇ ନିୟମ ଜାରି କରିଛି ରେଳବିଭାଗ । ଯଦି କୌଣସି ଯାତ୍ରୀ ଏହି ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।