ଅଢେଇ ଘଣ୍ଟା ଧରି Anubhav ଙ୍କ ଆଗରେ କାଠଗଡାରେ ଜେରା ହେଲେ ପତ୍ନୀ Varsha Priyadarshini, ପ୍ରଶ୍ନବାଣରେ ନାକେଦମ ହୋଇଥିବା ବର୍ଷାଙ୍କୁ ଆଜି ପୁଣି ହେବ ଜେରା !

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଚୂଡାନ୍ତରେ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଚର୍ଚ୍ଚା ହେଉଛି । ଆଉ ଏତିକି ବେଳେ ବର୍ଷାଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବର୍ତ୍ତମାନ ବର୍ଷାଙ୍କୁ କୋର୍ଟରେ ଜେରା ଚାଲିଛି । ଆଉ ଏହା ପୂର୍ବରୁ ଅନୁଭବଙ୍କ ଜେରା ମଧ୍ୟ ସରିଛି । ତେବେ ବର୍ଷା ଅନେକ ଥର ଅନୁପସ୍ଥିତ ରହୁଥିବାରୁ ଅନୁଭବଙ୍କୁ ଜେରା ପାଇଁ ୧୩ ଥର କୋର୍ଟ ଦୌଡିବାକୁ ପଡିଥିଲା । ଆଉ ବର୍ଷା ବି ସହଜରେ ଧରା ଦେଉ ନଥିଲେ ।

ଆଉ ଧରାଦେବା ପରେ ଅଢେଇ ଘଣ୍ଟାକାଳ କାଠଗଡାରେ ଠିଆ ହୋଇ ପ୍ରଶ୍ନବାଣର ସାମ୍ନା କରି କରି କୁଆଡେ ଝାଳନାଳ ହୋଇ ଯାଇଥିଲେ ବର୍ଷା । କାଠଗଡାରେ ଠିଆ ହୋଇ ପଚରା ଯାଉଥିବାର ପ୍ରଶ୍ନର ଗୋଟିଏ ପରେ ଗୋଟିଏ ଉତ୍ତର ଦେଇ ଚାଲିଥିଲେ ବର୍ଷା । ଯାହାସବୁ ଦିନେ ଫିଲ୍ମ କ୍ଯାରିୟରରେ ଅଭିନୟ କରିଥିଲେ ସେସବୁ ଅଙ୍ଗେ ନିଭାଇଛନ୍ତି ଅଭିନେତ୍ରୀ ବର୍ଷ ପ୍ରିୟଦର୍ଶିନୀ । ସୂଚନା ମିଳିଛି କି, ଅନୁଭବ ମହାନ୍ତିଙ୍କ ଓକିଲଙ୍କ କ୍ରସ୍ ପ୍ରଶ୍ନରେ ବର୍ଷା ଝାଳନାଳ ହୋଇ ପଡିଥିଲେ ।

ଆଉ ଏଥିପାଇଁ ବାରମ୍ବାର ହାତ ଓ ମୁହଁକୁ ପୋଛୁଥିଲେ ବୋଲି ଜଣାପଡିଛି । ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ଗତକାଲି ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ମଧ୍ୟ ଏନେଇ କୋର୍ଟରେ ହାଜର ହୋଇଥିଲେ । ଉଭୟଙ୍କୁ ଜେରା କରା ଯାଇଥିବା ବେଳେ ବର୍ଷାଙ୍କୁ କୁଆଡେ ଅଢେଇ ଘଣ୍ଟା ଧରି ଜେରା କରାଯାଇଥିଲା । ମଙ୍ଗଳବାର ବର୍ଷାଙ୍କୁ କୋର୍ଟରେ ହାଜର ହେବାକୁ କୁହା ଯାଇଥିଲା ।

କିନ୍ତୁ ସେ ଧାମନଗର ନିର୍ବାଚନ ପ୍ରଚାରରେ ଏତେ ବ୍ୟସ୍ତ ଥିଲେ ଯେ ତାଙ୍କୁ କୋର୍ଟ ଆସିବାକୁ ଉଚିତ ମନେ ହେଲାନାହିଁ । ନୂଆ ନୂଆ ରାଜନୀତିରେ ପାଦ ଥାପିଥିବା ବର୍ଷା ନିଜ ପାରିବାରିକ କଳହ ସମାଧାନ କରିବାରେ ପୂର୍ଣ୍ଣ ସହଯୋଗ କରୁନାହାନ୍ତି । ହେଲେ ଦାଖଲ କରିଥିବା ସତ୍ୟପାଠ କଥା ମନେପଡିବା ପରେ କୋର୍ଟରେ ହାଜର ହୋଇଥିଲେ ବର୍ଷା । ତେବେ ବର୍ଷାଙ୍କ ଜେରା ଅସଂପୂର୍ଣ୍ଣ ରହିଥିବା ବେଳେ ଆଜି ପୁଣି ଥରେ ବର୍ଷାଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି ।

ବର୍ଷାଙ୍କୁ ଯେଉଁ ପ୍ରଶ୍ନ ଅଧା ପଚରା ଯାଇଥିଲା ସେସବୁ ଆଜି ପୁରା ହେବ । ଅର୍ଥାତ ବର୍ଷା ଆଜିବି କାଠଗଡାରେ ଠିଆ ହୋଇ ଘଣ୍ଟା ଘଣ୍ଟା ଜେରା ହେବେ । ଏହାସହ ବର୍ଷା ଦାଖଲ କରିଥିବା ୨୫୦ ପୃଷ୍ଠାର ଡକ୍ୟୁମେଣ୍ଟକୁ ଗ୍ରହଣ ନକରିବା ଲାଗି ଅନୁଭବ ଯେଉଁ ଆବେଦନ କରିଥିଲେ ତା’ର ଶୁଣାଣି ଆଜି ହେବ । ତେବେ ଦେଖାଯାଉ ଆଗକୁ କଣ ନିଷ୍ପତ୍ତି ଶୁଣାଉଛନ୍ତି କୋର୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।