ରାତିରେ ଶୋଇବା ସମୟରେ ରସୁଣ ଖାଆନ୍ତୁ, 3 ଦିନରେ ଫରକ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଆପଣମାନେ କେବେ ପଶୁମାନଙ୍କୁ ହୃଦଘାତ ଆସିବାର ଦେଖିଛନ୍ତି କି ? ନା । କିନ୍ତୁ ମଣିଷ ମାନଙ୍କୁ ହୃଦଘାତ ପ୍ରାୟତଃ ଅସିଥାଏ । କାରଣ ଆମର ଖାଦ୍ୟପେୟ ଓ ଲାଇଫ ଷ୍ଟାଇଲ ଠିକ ନ ଥାଏ । ପ୍ରାୟତଃ ଆମେ ସବୁବେଳେ ଜଙ୍କ ଫୂଡ ସେବନ କରିଥାଉ । ସେହି ଯୋଗୁଁ  ହୃଦଘାତ, ଡାୟବେଟିସ, କୋଲେଷ୍ଟଲ, ବ୍ଲଡ଼ ପ୍ରେସର, କେସ ଝଡ଼ିବା ଭଳି ବିଭିନ୍ନ ପ୍ରକାରର ରୋଗ ହେଇଥାଏ ।

ଆସନ୍ତୁ ଏହିଭଳି ଏକ ଜିନିଷ ବିଷୟରେ ଜାଣିବା ଯାହା ଦ୍ଵାରା ବର୍ତ୍ତମାନର ଭାଇରସ ଠାରୁ ବି ଆପଣଙ୍କୁ ବଞ୍ଚାଇବ ଓ ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରିବ । ସେହି ଜିନିଷଟି ଆମ ଘରେ ଅଛି କିନ୍ତୁ ତାକୁ ସଠିକ ଉପାୟରେ ସେବନ କରିବାର ଅଛି ।

ସେହି ଜିନିଷଟି ହେଉଛି ରସୁଣ । ଯାହାକି ବିଭିନ୍ନ ପନିପରିବାରେ ପଡି ତରକାରି ହୋଇଥାଏ । ବହୁତ ଲୋକଙ୍କୁ ରସୁଣ ଭଲ ଲାଗେ । ରସୁଣକୁ କଞ୍ଚା ଖାଇବା ଦ୍ଵାରା ଆପଣ ସୁସ୍ଥ ରହି ପାରିବେ । ରସୁଣରେ ଏମିତି ବହୁତ ପ୍ରକାରର ଗୁଣ ଅଛି ଯାହା ଶରୀରର ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଵର୍ତମାନ ଯୁଗରେ ସବୁ ଜିନିଷକୁ ଆମେ ରାନ୍ଧି କରି ଖାଉ । ଯାହା ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି କମ କରିଦିଏ ।

ସେଥିପାଇଁ ବହୁତ ଖାଦ୍ୟ ଅଛି ଯାହାକି ଆମକୁ କଞ୍ଚା ଖାଇବାର ଅଛି । ଯାହା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ । ରସୁଣରେ ଆଣ୍ଟି ବ୍ୟାକଟ୍ରିଅଲ, ଆଣ୍ଟିଅକ୍ସିଡେନ୍ଟ, ଆଣ୍ଟି ଭାଇରଲ, ଆଣ୍ଟି ଇନ୍ଫ୍ଲମଟୋରୀ ଇତ୍ୟାଦି ରହିଥାଏ । ଯାହାକି ବିଭିନ୍ନ ପ୍ରକାରର ଔଷଧରେ ମିଳିଥାଏ । ଯଦି ଆପଣ ରସୁଣକୁ କଞ୍ଚା ଖାଉଛନ୍ତି ତେବେ ଆପଣଙ୍କୁ ଆଉ ଔଷଧ ଖାଇବାକୁ ପଡିବ ନାହିଁ । ରସୁଣରେ ଥିବା ଆଣ୍ଟି ବ୍ୟାକଟ୍ରିଆଲ ଗୁଣ ଆମକୁ ବ୍ୟାକ୍ଟ୍ରିଆରୁ ବଞ୍ଚାଇ ଥାଏ ।

ରସୁଣରେ ଥିବା ଆଣ୍ଟି ଅକ୍ସଡାଂଟ ଆମକୁ କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ । ରସୁଣରେ ଥିବା ଆଣ୍ଟି ଭାଇରଲ ବର୍ତ୍ତମାନର ଭାଇରସରୁ ଆମକୁ ରକ୍ଷା କରି ପାରିବ । ରସୁଣରେ ଥିବା ଅଣ୍ଟି ଇନ୍ଫ୍ଲମୋଟାରୀ ଇନ୍ଫ୍ଲମୋଟାରୀ ରୋଗରୁ ରକ୍ଷା କରିଥାଏ । ଆପଣ ଦୁଇଟି ଉପାୟରେ କଞ୍ଚା ରସୁଣକୁ ସେବନ କରି ପାରିବେ । ରସୁଣର ଗୋଟିଏ କଲିର ପେଷ୍ଟ କରି ସେଥିରେ ଗୋଟେ ଚାମଚ ମହୁ ମିଶାଇ ସେବନ କରି ପାରିବେ । ନଚେତ ରସୁଣର ଗୋଟିଏ କଲିକୁ ଉସୁମ ପାଣି ସହିତ ରାତିରେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ସେବନ କରିବା ଉଚିତ ।

ଯଦି ଆପଣ ଗୋଟିଏ ମାସ ପରଜ୍ଯନ୍ତ ରସୁଣକୁ ଏହିଭଳି ସେବନ କରୁଛନ୍ତି ତେବେ ଆପଣଙ୍କ ଦେହରେ ଥିବା ସମସ୍ତ ରୋଗ ମୂଳରୁ ଭଲ ହୋଇଯାଏ । ଯେମିତି କି ପେଟ ରୋଗ ଭଲ ହୋଇଥାଏ, ଗ୍ୟାଷ୍ଟିକ ଭଲ ହୋଇଥାଏ, କଫ ଜନିତ ସମସ୍ୟାରୁ ରକ୍ଷା ମିଳିଥାଏ, ଚର୍ମର ଜନିତ ରୋଗରୁ ମୁକ୍ତି ମିଳିଥାଏ । ରସୁଣ ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ରସୁଣ ଖାଇବା ଦ୍ୱାରା କୌଣସି ପର୍ଶ୍ୱପ୍ରତିକ୍ରିୟା ବି ହୁଏ ନାହିଁ ।

ଯଦି ଆପଣଙ୍କ ନିଦ ଆସୁ ନାହିଁ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ରସୁଣର ସେବନ କରି ପାରିବେ । ଏହା ସହିତ ଓଜନକୁ କମ କରିବା ପାଇଁ ବି ସବୁଦିନ ଆପଣ ଗୋଟିଏ ରସୁଣ କଲିର ସେବନ କରି ପାରିବେ । ଏହା ସହିତ ଆପଣଙ୍କ ଚେହେରାର ଉଜ୍ବଳତା ବି ବଢିଥାଏ । ପୁରୁଷ ଫର୍ଟିଲିଟିର ଅସୁବିଧା ମଧ୍ୟ ଦୂର କରିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।