ଭଗବାନ ରାମ ପୃଥିବୀକୁ କେମିତି ତ୍ୟାଗ କରିଲେ

ଆପଣ ସମସ୍ତଙ୍କୁ କହିଦେଉଛୁ କି ଶାସ୍ତ୍ର ଓ ପୁରାଣ ଅନୁସାରେ ଭଗବାନ ଶ୍ରୀ ରାମ ୧୦,୦୦୦ରୁ ବି ଅଧିକ ବର୍ଷ ପୃଥିବୀରେ ଶାସନ କରିଛନ୍ତି । ଏହି ଶାସନ କାଳ ମଧ୍ୟରେ ଭଗବାନ ରାମ ଏମିତି ବହୁତ ମହାନ କାମ କରିଛନ୍ତି । ଯାହା ହିନ୍ଦୁ ଧର୍ମକୁ ଏକ ଗୌରବମୟ ଇତିହାସ ପ୍ରଦାନ କରିଛି । ତେବେ କାହିଁକି ଭଗବାନ ରାମ ଏହି ଦୁନିଆକୁ ଛାଡି ଚାଲି ଗଲେ । ତାହା କଣ କାରଣ ଥିଲା କି ତାଙ୍କୁ ନିଜର ପରିବାରକୁ ଛାଡି ବିଷ୍ଣୁ ଲୋକ ଯିବାକୁ ପଡିଲା । ଚାଲନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

ପଦ୍ମ ପୁରାଣରେ ଥିବା ଏକ କଥା ଅନୁସାରେ ଦିନେ ଜଣେ ବୃଦ୍ଧ ସନ୍ୟାସୀ ଭଗବାନ ରାମଙ୍କ ରାଜ ଦରବାରରେ ପହଞ୍ଚିଲେ । ତାଙ୍କ ସହ ଏକାନ୍ତରେ ଚର୍ଚା କରିବା ପାଇଁ ନିବେଦନ କରିଲେ ।

ସେ ସନ୍ୟାସୀଙ୍କ କଥା ଶୁଣି ଭଗବାନ ରାମ ତାଙ୍କୁ ଏକ କକ୍ଷକୁ ନେଇଗଲେ ଏବଂ ସେହି କକ୍ଷର ଦ୍ଵାରରେ ଲକ୍ଷ୍ମଣଙ୍କୁ ଛିଡା କରି ଦେଲେ ଓ ଭଗବାନ ରାମ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ କି ଯଦି କୌଣସି ବ୍ୟକ୍ତି ତାଙ୍କର ଓ ସନ୍ୟାସୀଙ୍କ ଚର୍ଚାକୁ ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ ସେ ତାଙ୍କୁ ସ୍ଵୟଂ ମୃତ୍ୟୁ ଦଣ୍ଡ ଦେବେ । ଲକ୍ଷ୍ମଣ ନିଜ ଭାଇ ରାମଙ୍କ ଆଜ୍ଞା ପାଳନ କରି ତାଙ୍କୁ ସେହି କକ୍ଷକୁ ଏକାନ୍ତରେ ଛାଡି ଦେଲେ ଓ ଲକ୍ଷ୍ମଣ ନିଜେ ବାହାରେ ଛିଡା ହେଲେ ।

ସେହି ସନ୍ୟାସୀ ଜଣକ ଆଉ କେହି ନୁହନ୍ତି, ଅଥବା ବିଷ୍ଣୁ ଲୋକରୁ ଆସିଥିବା କାଳଦେବ ଥିଲେ । କାଳଦେବ ରାମଙ୍କୁ କହିଲେ କି ପୃଥିବୀ ପୃଷ୍ଠରେ ତାଙ୍କର ଜୀବନ କାଳ ସମାପ୍ତ ହୋଇ ଯାଇଛି ଓ ତାଙ୍କୁ ବର୍ତ୍ତମାନ ବିଷ୍ଣୁ ଲୋକ ଫେରି ଯିବାକୁ ପଡିବ । ଏହି ସମୟରେ ଅଚାନକ ସେହି କକ୍ଷ ସାମ୍ନାରେ ଋଷି ଦୁର୍ବାସା ଆସିଗଲେ ଓ ସେ ଲକ୍ଷ୍ମଣକୁ ରାମଙ୍କ କକ୍ଷକୁ ଯିବା ପାଇଁ ଅନୁମତି ମାଗିଲେ । କିନ୍ତୁ ଲକ୍ଷ୍ମଣ ନିଜ ବଡ ଭାଇ ରାମଙ୍କ ଆଜ୍ଞାକୁ ପାଳନ କରି ଦୁର୍ବାସା ଋଷିଙ୍କୁ କକ୍ଷ ଭିତରକୁ ଯିବା ପାଇଁ ଅନୁମତି ଦେଲେ ନାହିଁ ।

କହିବାକୁ ଗଲେ ଋଷି ଦୁର୍ବାସା ସର୍ବଦା ନିଜର କ୍ରୋଧ ପାଇଁ ପରିଚିତ ଅଟନ୍ତି । ଲକ୍ଷ୍ମଣଙ୍କ ଦ୍ଵାରା ବାରମ୍ବାର ମନା କରିବା ପରେ ଋଷି ଦୁର୍ବାସା କ୍ରୋଧିତ ହୋଇ ଶ୍ରୀ ରାମଙ୍କୁ ଅଭିଶାପ ଦେଇ ଦେବେ ବୋଲି ଲକ୍ଷ୍ମଣଙ୍କୁ କହିଲେ । ଏହି କଥା ଶୁଣି ଲକ୍ଷ୍ମଣଙ୍କ ଚିନ୍ତା ବଢିଗଲା । ସେ କିଛି ଚିନ୍ତା କରି ପାରୁ ନ ଥିଲେ ବଡ ଭାଇଙ୍କ ଆଜ୍ଞା ପାଳନ କରିବେ ନା ତାଙ୍କୁ ଅଭିଶାପରୁ ରକ୍ଷା କରିବେ । ଲକ୍ଷ୍ମଣ କେବେ ବି ଚାହୁଁ ନ ଥିଲେ କି ତାଙ୍କ କାରଣରୁ ତାଙ୍କ ଭାଇଙ୍କୁ କୌଣସି ପ୍ରକାରର ହାନି ହେଉ ।

ସେଥିପାଇଁ ସେ ନିଜର ପ୍ରାଣ ଦେବା ପାଇଁ ନିଷ୍ପତି ନେଲେ । ଲକ୍ଷ୍ମଣ ଚିନ୍ତା କରିଲେ କି ଯଦି ଋଷି ଦୁର୍ବାସାଙ୍କୁ ଭିତରକୁ ଯିବାକୁ ନ ଦେବେ ତେବେ ତାଙ୍କୁ ଋଷି ଦୁର୍ବାସାଙ୍କ ଅଭିଶାପର ସାମ୍ନା କରିବାକୁ ପଡିବ । କିନ୍ତୁ ଯଦି ସେ ନିଜେ ରାମଙ୍କ ଆଜ୍ଞା ନ ମାନି ଭିତରକୁ ଯିବେ ତେବେ ତାଙ୍କୁ ନିଜ ଭାଇଙ୍କ ଠାରୁ ମୃତ୍ୟୁ ଦଣ୍ଡ ମିଳିବ । ଲକ୍ଷ୍ମଣ ଏହି କଥାକୁ ସଠିକ ଭାବି କକ୍ଷ ଭିତରକୁ ପ୍ରବେଶ କରିଲେ । ଲକ୍ଷ୍ମଣଙ୍କୁ ଚର୍ଚାରେ ବାଧା ଦେବାର ଦେଖି ବଡ ଭାଇ ରାମ ଧର୍ମ ସଙ୍କଟରେ ପଡିଗଲେ ।

ଗୋଟିଏ ପଟେ ସେ ନିଜର ନିଷ୍ପତିରେ ଅଟଳ ଥିଲେ ଓ ଅନ୍ୟ ପଟେ ଭାଇ ଲକ୍ଷ୍ମଣଙ୍କ ଭଲ ପାଇବାରେ ନିସହାୟ ଥିଲେ । ସେହି ସମୟରେ ଭଗବାନ ରାମ ଭାଇ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡ ଦେବା ପରିବର୍ତ୍ତେ ରାଜ୍ୟ ଓ ଦେଶରୁ ବାହରି ଯିବା ପାଇଁ କହିଲେ । ସେହି ଯୁଗରେ ଦେଶରୁ ବାହାରି ଯିବା ଅର୍ଥ ମୃତ୍ୟୁ ଦଣ୍ଡ ସଙ୍ଗେ ସମାନ ଥିଲା । କିନ୍ତୁ ଲକ୍ଷ୍ମଣ ନିଜ ଭାଇଙ୍କୁ ଛାଡି ଗୋଟିଏ ମୁହୂର୍ତ ବି ରହି ପାରୁ ନ ଥିଲେ । ଶେଷରେ ସେ ଏହି ଦୁନିଆକୁ ଛାଡି ଦେବା ପାଇଁ ନିଷ୍ପତି ନେଲେ ।

ସେ ସରିୟୁ ନଦୀ ପାଖକୁ ଗଲେ ଓ ନଦୀ ଭିତରକୁ ଯିବା ମାତ୍ରେ ହିଁ ଲକ୍ଷ୍ମଣ ଅନନ୍ତ ଶେଷ ନାଗ ଅବତାର ଧାରଣ କରି ବିଷ୍ଣୁ ଲୋକକୁ ଚାଲିଗଲେ । ନିଜ ଭାଇ ଲକ୍ଷ୍ମଣଙ୍କ ଚାଲି ଯିବାର ଦୁଖରେ ରାମ ବହୁତ ଭାଙ୍ଗି ପଡିଲେ । ଯେଉଁଭଳି ଭାବରେ ରାମ ବିନା ଲକ୍ଷ୍ମଣ ନୁହନ୍ତି, ସେହିଭଳି ଭାବରେ ରାମଙ୍କୁ ଲକ୍ଷ୍ମଣ ବିନା ରାମଙ୍କ ବଞ୍ଚିବା ଅର୍ଥହୀନ ଲାଗିଲା । ସେ ନିଷ୍ପତ୍ତି ନେଲେ କି ସେ ବି ରାଜ କାର୍ଯ୍ୟ ତ୍ୟାଗ କରି ଚାଲି ଯିବା ପାଇଁ ନିଷ୍ପତି ନେଲେ ।

ସେ ବି ସରିୟୁ ନଦୀ କୂଳକୁ ଯାଇ ନଦୀର ପୁରା ତଳକୁ ଚାଲିଗଲେ ଓ ଅଚାନକ ଗାୟବ ହୋଇଗଲେ । କିଛି ସମୟ ପରେ ସେହି ନଦୀରୁ ଭଗବାନ ବିଷ୍ଣୁ ସମସ୍ତଙ୍କୁ ଦେଖାଦେଲେ । ଏହିଭଳି ଭାବରେ ଭଗବାନ ରାମ ମାନବୀୟ ରୂପ ତ୍ୟାଗ କରି ବିଷ୍ଣୁ ରୂପରେ ବୈକୁଣ୍ଠକୁ ଚାଲି ଗଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।