ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଇବା ପରେ କିଛି ଏମିତି ହେବ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଯେତେବେଳେ ଆମେ ଛୋଟ ପିଲା ଥିଲୁ ଆମର କିଛି ଖଣ୍ଡିଆ ହୋଇଗଲେ ଆମ ବଡମାନେ ଆମକୁ ଏହି ପରାମର୍ଶ ଦିଅନ୍ତି କି ଖଣ୍ଡିଆରେ ହଳଦୀ ଲଗେଇବାକୁ । ଧାର୍ମିକ କାର୍ଯ୍ୟରେ ମଧ୍ୟ ହଳଦୀର ବ୍ୟବହାର କରାଯାଏ । ବାହାଘରରେ ମଧ୍ୟ ହଳଦୀର ବ୍ୟବହାର କରାଯାଏ । ହଳଦୀର ବହୁତ ମହତ୍ତ୍ଵ ରହିଛି । ହଳଦୀରୁ ବହୁତ ସାରା ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ହଳଦୀ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ । ଏହା ଦ୍ଵାରା ବହୁତ ରୋଗ ଭଲ ହୋଇଥାଏ ।

ଏଥିରେ କର୍କ୍ୟୁମିନ ନାମକ ତତ୍ୟ ରହିଥାଏ । ହଳଦୀ ବିଶେଷ ରୂପେ କ୍ୟାନ୍ସର ରୋଗୀମାନଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହା ଦ୍ଵାରା କ୍ୟାନ୍ସର ରୋଗ ଠିକ ହେବାର ସମ୍ଭାବନା ରହିଥାଏ । ଆଜି ଆମେ ଆପଣଙ୍କୁ ହଳଦୀ କେଉଁ କ୍ଷେତ୍ରରେ ବ୍ୟବହାର କରିବା ଉଚିତ ଓ କେଉଁ କ୍ଷେତ୍ରରେ ବ୍ୟବହାର କରିବା ଉଚିତ ନୁହେଁ ଜଣାଇବୁ

ହଲଦିର ବ୍ୟବହାର

ବାତ ରୋଗ ଓ ଆଣ୍ଠୁ ଗଣ୍ଠି ଦରଜରେ ମଧ୍ୟ ହଳଦୀର ବ୍ୟବହାର କରାଯାଏ । ଥଣ୍ଡା, କାଶ, ତଣ୍ଟି ଦରଜ ଏ ସବୁ ରୋଗରେ ହଳଦୀ ବହୁତ ଉପକାରୀ ହୋଇଥାଏ । ହଳଦୀ ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ, ଆଣ୍ଟି ଭାଇରାଲ ଗୁଣ ରହିଥାଏ । ଏହି ସବୁ ଗୁଣ ଥିବାରୁ ଇନଫେକ୍ସନରୁ ଆମକୁ ହଳଦୀ ରକ୍ଷା କରିଥାଏ । ହଳଦୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାର୍ଯ୍ୟ କରିଥାଏ ।

ଯେତେବେଳେ ରକ୍ତ ବିଷାକ୍ତ ହୋଇଯାଏ ସେତେବେଳେ ଚର୍ମ ରୋଗ ଦେଖାଯାଏ । ଚର୍ମ ରୋଗରୁ ମୁକ୍ତି ପାଇବା ପାଇଁ ହଳଦୀର ଉପଯୋଗ କରାଯାଏ । ହଳଦୀ ମୁହଁରେ ଲଗେଇବା ଦ୍ଵାରା ମୁହଁରେ କିଛି ଦାଗ ରହେ ନାହିଁ ଓ ମୁହଁ ଗ୍ଲୋ କରେ । ହଳଦୀ ଦ୍ଵାରା ଲିଭର ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

ଗର୍ଭ ସମ୍ବନ୍ଧୀୟ ରୋଗରେ ମଧ୍ୟ ହଳଦୀର ପ୍ରୟୋଗ କରାଯାଏ ।  ଆୟୁର୍ବେଦରେ ଡାଇବେଟିସ ରୋଗରେ ହଳଦୀର ବ୍ୟବହାର କରବା ପାଇଁ କୁହାଯାଇଛି ଏହା ଦ୍ଵାରା ସୁଗାର ନିୟନ୍ତ୍ରଣ ହୋଇଥାଏ ।

କେଉଁ ମାନଙ୍କୁ ହଳଦୀର ବ୍ୟବହାର କରିବା ଉଚିତ ନୁହଁ ।

ଯେଉଁ ମାନଙ୍କର ପିତ୍ତ ରୋଗ ଅଛି ଅର୍ଥାତ ଯେଉଁମାନଙ୍କ ଶରୀର ଗରମ ରହିଥାଏ ଓ ଏସିଡିଟିର ଅସୁବିଧା ରହିଥାଏ, ସେମାନଙ୍କୁ ହଳଦୀ ବ୍ୟବହାର କରିବା ଉଚିତ ନୁହେଁ ।

କିପରି ବ୍ୟବହାର କରିବେ ହଳଦୀ

ଏହାକୁ କ୍ଷୀରରେ ମିଶାଇ ପିଇ ପାରିବେ । ହଳଦୀ ପାଉଡର ମଧ୍ୟ ବ୍ୟବହାର କରିପାରିବେ । ତାଜା ହଳଦୀର ବ୍ୟବହାର ସବୁଠାରୁ ଭଲ ହୋଇଥାଏ । ଘିଅ ସହିତ ମଧ୍ୟ ହଳଦୀର ସେବନ କରିପାରିବେ । ରାତିରେ ନିଦ ନ ହେଲେ ମଧ୍ୟ ହଳଦୀର ବ୍ୟବହାର କରିପାରିବେ । ଦିନକୁ ଅଧ ଚାମଚ ହଳଦୀ ବ୍ୟବହାର କରିବା ଉଚିତ ।