କେବଳ 2 ଘଣ୍ଟାରେ ଚୁଟକି ରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଦହି, ଜାଣନ୍ତୁ ଏହାର ସହଜ ବିଦ୍ଧି

ଭାରତୀୟ ଖାଦ୍ୟପେୟର ବହୁତ ସୌକିନ ହୋଇଥାନ୍ତି । ଏଥିପାଇଁ ତାଙ୍କ କିଚେନ ରେ ବହୁତ କିଛି ଜିନିଷ ଥାଏ । ଏହି ଖାଦ୍ୟପେୟ ଜିନିଷ ମଧ୍ୟରେ ଦହି ମଧ୍ୟ ଏକ ବିଶେଷ ଖାଦ୍ୟ ଅଟେ, ଯାହା ହାରାହାରି ସବୁ ଘରେ ମିଳିଥାଏ । କିଛି ଥର ଦହି ନ ଜମିବା କାରଣରୁ ଆପଣଙ୍କୁ ଦୋକାନକୁ ଯିବାକୁ ପଡେ, କିନ୍ତୁ ଦହି ଆପଣ ନିଶ୍ଚୟ ଖାଇଥାନ୍ତି । ଦହି ଅଧିକାଂଶ ଲୋକଙ୍କର ପ୍ରିୟ ହୋଇଥାଏ, ଏଥିପାଇଁ ତାଙ୍କୁ ଖାଦ୍ୟ ସହିତ ଦହି ତ ନିଶ୍ଚୟ ଦରକାର ହୋଇଥାଏ । ଦହି ଯେତେ ସ୍ଵାଦିଷ୍ଟ ହୋଇଥାଏ , ତା ଠାରୁ ଅଧିକ ହେଲଦି ମଧ୍ୟ ହୋଇଥାଏ ।

ସାଧାରଣତଃ ମହିଳାମାନେ ରାତିରେ ଦହି ଜମାଇ ଥାଆନ୍ତି, କିନ୍ତୁ କିଛି ଥର ଏହା କରିବାକୁ ଭୁଲିଯାଇଥାନ୍ତି, ଯାହା ପରେ ଅସୁବିଧାରେ ପଡିଥାନ୍ତି । ଆମେ ଆଜି ଆପଣଙ୍କ ପାଇଁ ଏକ ଉପାୟ ଆଣି ଆସିଛୁ ଯେଉଁଥିରେ ଆପଣ କେବଳ 2 ଘଣ୍ଟାରେ ସ୍ଵାଦିଷ୍ଟ ଦହି ଜମାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ବିଦ୍ଧି ।

କେବଳ 2 ଘଣ୍ଟାରେ ଦହି ଜମାଇବାର ବିଦ୍ଧି

ସବୁଠୁ ପ୍ରଥମେ ଗାଢା କ୍ଷୀରକୁ ଏକ ବାସନରେ ନିଅନ୍ତୁ । ଏହା ପରେ ବଞ୍ଚିଥିବା ଅଳ୍ପ ଦହି, ଯାହାକୁ ଆପଣ ସାଧାରଣ ଭାଷାରେ ମହି କୁହନ୍ତି ଏକ ଛୋଟ ବାସନରେ ନିଅନ୍ତୁ । ଯଦି ଆପଣ ମହିକୁ ଫ୍ରିଜ ରେ ରଖିଥାନ୍ତି ତେବେ ଏହାକୁ ଦହି ଜମାଇବାର ଅଧ ଘଣ୍ଟା ପୂର୍ବରୁ ବାହାର କରି ଦିଅନ୍ତୁ । କାରଣ ଥଣ୍ଡା ଦହି କ୍ଷୀରରେ ପକାଇଲେ ଦହି ଜମି ନଥାଏ, ଏଥିପାଇଁ ପୂର୍ବରୁ ଫ୍ରିଜ ରୁ ବାହାର କରି ଦିଅନ୍ତୁ ଯାହାଦ୍ୱାରା ତାହାର ତାପମାନ ନର୍ମାଲ ହୋଇଯିବ । ଏହି କଥାର ଧ୍ୟାନ ରଖିବେ କି ମହି ଅଧିକ ପୁରୁଣା ନ ହୋଇଥିବା ଆବଶ୍ୟକ ।

ଦହି ଜମାଇବା ପାଇଁ ପ୍ରଥମେ କ୍ଷୀରକୁ ସିଝାଇ ଥଣ୍ଡା କରି ଦିଅନ୍ତୁ । ଏହା ପରେ ଏକ କୁକର ରେ ଗୋଟିଏ ଗ୍ଳାସ ପାଣିକୁ ଫୁଟାଇ ଦିଅନ୍ତୁ ତା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଏହା ପରେ ଏକ କାଚ ବାସନରେ ବା ଚାଇନା ମାଟିର ବାସନରେ ହାଲ୍କା ଗରମ କ୍ଷୀର ଓ ମହି ମିଶାଇ ଦିଅନ୍ତୁ । ଏହା ପରେ କୁକରରେ କାଚ ବାସନଟିକୁ ରଖନ୍ତୁ ଓ ଢାକୁଣୀ ବନ୍ଦ କରି ଦିଅନ୍ତୁ । କୁକର ର ଢାକୁଣୀ 2 ଘଣ୍ଟା ପରେ ଖୋଲନ୍ତୁ ଓ ଯେବେ ଆପଣ ଢାକୁଣୀ ଖୋଲିବେ ଆପଣଙ୍କ ଦହି ଜମି ଯାଇଥିବ ।