ରାଧାଙ୍କୁ ପ୍ରେମ କରିବା ପରେ ମଧ୍ୟ ଶ୍ରୀ କୃଷ୍ଣ କରି ନଥିଲେ ତାଙ୍କ ସହ ବିବାହ ଓ ରୁକ୍ମଣିଙ୍କୁ କରିଥିଲେ ପତ୍ନୀ, ଏହା ଥିଲା କାରଣ

ପୁରାଣରେ ରାଧା ଓ କୃଷ୍ଣଙ୍କର ପ୍ରେମ ଅମର ହେଇରହିଛି । ଆଜି ମଧ୍ୟ ସବୁ ମନ୍ଦିରରେ ରାଧା ଓ କୃଷ୍ଣଙ୍କୁ ପୂଜା ଅର୍ଚନା କରାଯାଉଛି । କୃଷ୍ଣ ୮ ବର୍ଷ ବୟସରେ ରାଧାଙ୍କୁ ପ୍ରେମ କରିଥିଲେ । ରାଧା କୃଷ୍ଣଙ୍କ ଠାରୁ ୧୧ ମାସ ବଡ ଥିଲେ ଓ ରାଧା କୃଷ୍ଣଙ୍କର ପିଲାବେଳର ପ୍ରେମ ଥିଲେ କିନ୍ତୁ କୃଷ୍ଣ ରାଧାଙ୍କୁ ବିବାହ ନକରି ରୁକ୍ମଣିଙ୍କୁ ପତ୍ନୀ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହାର କାରଣ ।

ରାଧାଙ୍କୁ କରିନଥିଲେ ବିବାହ

ରାଧା ଓ କୃଷ୍ଣ ପିଲାବେଳର ସାଥି ଥିଲେ । ଶ୍ରୀ କୃଷ୍ଣଙ୍କୁ ପୁରା ସଂସାରରେ ଦୁଇଟି ଜିନିଷରେ ପ୍ରେମ ଥିଲା । ଗୋଟେ ହେଲା ତାଙ୍କର ବଇଁଶି ଓ ଅନ୍ୟ ଜେନ ହେଲେ ରାଧା, ଯିଏ ତାଙ୍କର ମନରେ ଘର କରିନେଇଥିଲେ । ବଇଁଶି ତାଙ୍କର ପ୍ରେମର ପ୍ରତୀକ ଥିଲା । ସେଥିପାଇଁ ଯେତେବେଳେ ରାଧା ସଂସାରରୁ ଚାଲି ଯାଇଥିଲେ ସେତେବେଳେ କୃଷ୍ଣ ନିଜର ବଇଁଶିକୁ ଭାଙ୍ଗି ଦେଇଥିଲେ । ହେଲେ ସାମାଜିକ ରୁପରେ ଏହି ଦୁଇ ଜଣଙ୍କର ବିବାହ ହୋଇନଥିଲା ।

କୃଷ୍ଣ ଥିଲେ ବିଷ୍ଣୁ ଭଗବାନଙ୍କର ଏକ ଅବତାର ଓ ଏହି ରୁପରେ ମା ଲକ୍ଷ୍ମୀ ତାଙ୍କର ପତ୍ନୀ ହୋଇଥିଲେ । ଦ୍ଵାପର ଯୁଗରେ ବିଷ୍ଣୁ ଭଗବାନ କୃଷ୍ଣଙ୍କ ରୂପରେ ଆସିଥିଲେ ଓ ମାତା ଲକ୍ଷ୍ମୀ ରୁକ୍ମଣିଙ୍କ ରୂପରେ ଜନ୍ମ ନେଇଥିଲେ । ରୁକ୍ମଣିଙ୍କର ଜନ୍ମ ବିଦର୍ଭ ଦେଶରେ ହୋଇଥିଲା ଓ ସେ ଥିଲେ ବିଦର୍ଭ ଦେଶର ରାଜାଙ୍କର ଝିଅ । ସେ ଜନ୍ମ ହେବା ପରେ ତାଙ୍କ ଉପରେ ବିପତ୍ତି ଆସିବା ଆରମ୍ଭ ହୋଇଯାଇଥିଲା ।

ରୁକ୍ମଣି ଓ କୃଷ୍ଣଙ୍କର ବିବାହ

ପୁତନା ରୁକ୍ମଣିଙ୍କୁ କ୍ଷୀର ପିଆଇବା ପାଇଁ ଚାହୁଁଥିଲା, ହେଲେ ଏହା ହୋଇପାରିନଥିଲା । କ୍ରୋଧରେ ପୁତନା ରୁକ୍ମଣିଙ୍କୁ ନେଇ ପବନରେ ଉଡିଯାଇଥିଲା, ହେଲେ ସେହି ସମୟରେ ରୁକ୍ମଣି ନିଜର ଓଜନ ବଢେଇବାକୁ ଲାଗିଲେ । ଯାହାଫଳରେ ପୁତନା ରୁକ୍ମଣିଙ୍କର ଓଜନ ସହ୍ୟ କରିନପାରି ତାଙ୍କୁ ତଳେ ପକେଇ ଦେଇଥିଲା । ଯାହାଦ୍ଵାରା ରୁକ୍ମଣି ଏକ ଗାଡିଆର ପଦ୍ମ ଫୁଲ ଉପରେ ପଡି ଯାଇଥିଲେ, ସେହି ଗାଡିଆଟି ବରସାନାରେ ଥିଲା । ସେଇଠି ରିଜବାନ ଓ କୃତି ନାମକ ଏକ ଦମ୍ପତି ତାଙ୍କୁ ନେଇ ଲାଳନ ପାଳନ କରିଥିଲେ ଓ ତାଙ୍କର ନାମ ରାଧା ରଖିଥିଲେ ।


ରାଧା ଓ କୃଷ୍ଣଙ୍କର ଦେଖା ହୋଇଥିଲା ଓ କୃଷ୍ଣଙ୍କର ମାମୁଁ କଂଶ ପାଇଁ ତାଙ୍କୁ ଅଲଗା ହେବାକୁ ପଡିଥିଲା । ହେଲେ ସେହି ସମୟରେ ରାଧାଙ୍କର ଠିକଣା ବିଦର୍ଭର ରାଜା ଜାଣିଦେଇଥିଲେ । ସେଥିପାଇଁ ସେ ରାଧାଙ୍କୁ ନେଇଯାଇଥିଲେ । ହେଲେ କୃଷ୍ଣ ତାଙ୍କୁ ଭଗେଇ ଆଣି ବିବାହ କରିଥିଲେ । ଏଥିରୁ ଏହା ଜଣା ପଡିଯାଉଛି ଯେ ରାଧା ଓ ରୁକ୍ମଣି ଅଲଗା ନୁହନ୍ତି । ରୁକ୍ମଣିଙ୍କ ରୂପରେ କୃଷ୍ଣ ରାଧାଙ୍କୁ ବିବାହ କରିଥିଲେ ।