ଆଜି ଆମେ ଆପଣଙ୍କୁ କହିବୁ କି ରାତିରେ ଶୋଇବା ପୂର୍ବରୁ କେବଳ ଦୁଇଟି ଲବଙ୍ଗ ଖାଇବା ଦ୍ଵାରା ଆମ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ । ଆମ ରୋଷେଇ ଘରେ ଏଭଳି ଅନେକ ଜିନିଷ ରହିଛି ଯାହାକୁ ଆମେ କେବଳ ମସଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ଆୟୁର୍ବେଦ ଅନୁସାରେ ଆମେ ସାଧାରଣ ମସଲା ଭାବୁଥିବା ସାମଗ୍ରୀ ଗୁଡିକ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟନ୍ତି । ଏଗୁଡିକର ସଠିକ ପ୍ରୟୋଗ ଜାଣିଲେ ଆପଣ ସାରା ଜୀବନ ନିରୋଗ ରହିବେ ।
ଆମ ରୋଷେଇ ଘରେ ଥିବା ଔଷଧୀୟ ସାମଗ୍ରୀ ମଧ୍ୟରୁ ଲବଙ୍ଗ ହେଉଛି ଅନ୍ଯତମ । ଲବଙ୍ଗ ସ୍ଵଭାବରେ ବହୁତ ଗରମ ହୋଇଥାଏ । ତେଣୁ ଥଣ୍ଡା ଦିନେ ଲବଙ୍ଗର ସେବନ କରିବା ଦ୍ଵାରା ଆମ ଶରୀରକୁ ବହୁତ ଫାଇଦା ମିଳିଥାଏ । ରାତିରେ ଶୋଇବା ପୂର୍ବରୁ କେବଳ ଦୁଇଟି ଲବଙ୍ଗକୁ ଖାଇଦେଲେ ଆମ ଶରୀରକୁ ବହୁତ ସାରା ଫାଇଦା ମିଳିବ । ଏହି ଲବଙ୍ଗରେ ଆଣ୍ଟି ଅକ୍ସିଡାଣ୍ଟ, ଜୀବନରୋଧୀ, ଆଣ୍ଟି ସେପ୍ଟିକ ଆଦି ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।
ତେବେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଲବଙ୍ଗର ସେବନ ଦ୍ଵାରା ଆମକୁ କେଉଁ କେଉଁ ଫାଇଦା ମିଳିଥାଏ । ଲବଙ୍ଗ ଆମ ଦାନ୍ତ ସମସ୍ଯା ତଥା ଦାଣ୍ଟ ଦରଜକୁ ଠିକ କରିଥାଏ । ଏହାସହ ଲବଙ୍ଗ ଆମ ମୁହଁର ଖରାପ ଗନ୍ଧକୁ ମଧ୍ୟ ଦୂର କରିଥାଏ । ମୁହଁ ଦୁର୍ଗନ୍ଧକୁ ନେଇ ଅନେକ ଲୋକ ଚିନ୍ତିତ ରହିଥାନ୍ତି । ଏହିଭଳି ଲୋକଙ୍କ ପାଇଁ ଲବଙ୍ଗ ଏକ ରାମବାଣ ଔଷଧୀ ଅଟେ ।
ଲବଙ୍ଗର ସେବନ କରିବା ଦ୍ଵାରା ଆମ ପାଚନତନ୍ତ୍ର ମଜବୁତ ରହିଥାଏ ଓ ପେଟଜନିତ ଅନେକ ସମସ୍ଯାରୁ ମୁକ୍ତି ମିଳିଥାଏ । ପ୍ରତିଦିନ ଲବଙ୍ଗ ଖାଇବା ଦ୍ଵାରା ନିଦ ସମସ୍ଯା, ଡିପ୍ରେସନ ଓ ଟେନସନ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ । ଲବଙ୍ଗ ଆମ ପାଚନ କ୍ରିୟା ଠିକ ରଖୁଥିବାରୁ ଗ୍ଯାସ ଜନିତ ସମସ୍ୟା, କୋଷ୍ଠକାଠିନ୍ୟ ଆଦି ଭଲ ହୋଇଯାଏ ।
ଥଣ୍ଡା, କାଶ, କଫ ଓ ଗଳାର ସମସ୍ଯା ପାଇଁ ଲବଙ୍ଗକୁ ଚାହାରେ ପକାଇ ପିଇଲେ ଖୁବ ଫାଇଦା ମିଳିଥାଏ । ଯଦି କାହାର ପ୍ରତିଦିନ ପେଟ ବ୍ୟଥା ହେଉଛି ସେମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦୁଇଟି ଲବଙ୍ଗକୁ ଗରମ ପାଣି ସହ ଖାଇ ଦିଅନ୍ତୁ । ନଚେତ ଖାଇବା ପରେ ଗୋଟିଏ ଲବଙ୍ଗ ଚୋବେଇ ଖାଆନ୍ତୁ ।
ଏମିତି କିଛି କରିବା ଦ୍ଵାରା ଦେଖିବେ ପେଟ ସମସ୍ଯା ଦୂର ହୋଇଯିବ । ପେଟ ସହ ମୁଣ୍ଡବ୍ୟଥାକୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରେ ଲବଙ୍ଗ । ସେଥିପାଇଁ ମୁଣ୍ଡବ୍ୟଥା ହେଉଥିଲେ ପେନକିଲର ବଦଳରେ ଗୋଟିଏ ଲବଙ୍ଗକୁ ଗରମ ପାଣି ସହ ଖାଇ ନିଅନ୍ତୁ । ଦେଖିବେ କିଛି ସମୟ ମଧ୍ୟରେ ହିଁ ଆରାମ ମିଳିବ ।
ସବୁଠୁ ଭଲ କଥା ହେଉଛି ଲବଙ୍ଗ ଖାଇବାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ । ଥଣ୍ଡା ହୋଇଥିଲେ ଏକ ଚାମୁଚ ମହୁରେ ଗୋଟିଏ ଲବଙ୍ଗ ଖାଇବା ଦ୍ଵାରା ଥଣ୍ଡା ଭଲ ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।