ରାତିରେ ମସାରି ଭିତରେ ଶୋଇଥିଲା 7 ବର୍ଷର ଶିଶୁ, ଆଉ ମସାରି ଭିତରେ ପଶି ଶିଶୁକୁ କାମୁଡିଲା ସାପ… ଆଉ ଶେଷରେ ଶିଶୁର ଜୀବନ ଚାଲିଗଲା

ବାପା ତୁମେ ମୋ ପାଖରେ ନ ଥିଲ ଆଉ ମୁଁ ଶୋଇ ପଡିଥିଲି । ହେଲେ ବାପା ରାତି ଅଧରେ ମଶାରୀ ଭିତରେ ସାପ ପଶି ମୋତେ କାମୁଡି ଦେଲା । ମୋତେ ବହୁତ କଷ୍ଟ ହେଲା ଆଉ କଷ୍ଟକୁ ସମ୍ଭାଳି ପାରିଲି ନାହିଁ । ଶେଷ ଥର ପାଇଁ ମୁଁ ତୁମକୁ ଦେଖି ପାରିଲି ନାହିଁ ବାପା । ହଁ ଦର୍ଶକ ବନ୍ଧୁ ଏମିତି କିଛି କଭର୍ଡ ଭିତରେ ରହି ବାପା-ମା ଙ୍କୁ କାନ୍ଦି କାନ୍ଦି କହୁଥିଲେ ମୃତ ଶିଶୁ ଜଣକ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଗୋରିଙ୍ଗ ଗାଁ ରେ । 7  ବର୍ଷର କୁନି ପିଲା ଟି ସାଇକେଲ ଚଲାଉଛି ଆଉ ସମସ୍ତଙ୍କ ସହ ମଜା ବି କରୁଛି । ହେଲେ ଆପଣ ଦେଖୁଥିବା ଏହି କୁନି ପିଲା କୁ ସାପ କାମୁଡି ଦେଇଛି । ଯାହା ପରେ ଏ ହେଉଛି ଘର ଲୋକଙ୍କ ଦୃଶ୍ୟ ।

କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ । ସମସ୍ତଙ୍କ ଆଖି ରେ ଲୁହର ବର୍ଷା । ଲୁହକୁ ମାଡି କାନ୍ଦୁ ଛନ୍ତି ଆଜି ସମସ୍ତେ । କାରଣ କୁନି ପିଲାଟି ସାପ କାମୁଡାରେ ଆରପାରି କୁ ଚାଲି ଯାଇଛି । ସେ ଆଉ କେବେ ଅଳି ଅଝଟ କରିବନି । ଖବର ମୁତାବିକ ମୃତ ଶିଶୁର ନାମ ହେଉଛି ତାପସ । ତେବେ ତାମିଲନାଡୁ ରେ ତାର ବାପା ମା ଦାଦନ ଖଟିବାକୁ ଯାଉଛନ୍ତି । ଆଉ ଏପଟେ ତାଙ୍କ ପୁଅ ସମସ୍ତଙ୍କୁ ଛାଡି ଆରପାରି କୁ ଚାଲି ଯାଇଛି ।

ଜେଜେ ମା ପାଖରେ ରହିଉଠିବା ପୁଅ ଖାଇ ପିଇ ରାତି ରେ ମସାରି ଭିତରେ ସୋଇଥିଲା । ହେଲେ କିଏ ବା ଜାଣିଥିଲା ଏମିତି ହୋଇଯିବ ବୋଲି । ରାତି ଅଧରେ ଚିତି ସାପ ତାପସ କୁ କାମୁଡି ଦେଇଥିଲା । ଫଳରେ ଝାଡା ବାନ୍ତି ହେବାରୁ ଜେଜେ ମା ତାପସ କୁ ମେଡିକାଲ କୁ ନେଇ ଯାଇଥିଲେ । ହେଲେ ସେଠାରେ ତାପସ ଅବସ୍ଥା ଗୁରୁତର ହୋଇ ପଡିବାରୁ ଡାକ୍ତର ତାକୁ ଅନ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ତାପସ ର ମୃତ୍ୟୁ ହୋଇ ଯାଇଥିଲା ।

ସବୁଠାରୁ ଦୁଖର ବିଷୟ ହେଉଛି କି ତାପସ ର ବାପା ମା ତାର ଶେଷ ସମୟରେ ଦେଖି ପାରିଲେ ନାହିଁ । ସେମାନେ ତାମିଲନାଡୁ ରେ ଦାଦନ ଖଟୁ ଥିବାରୁ ଅନ୍ତିମ ସଂସ୍କାର ରେ ଆସିପାରି ନ ଥିଲେ ତାପସର ବାପା ମା । ଯେଉଁଥି ପାଇଁ ବିନା ଉପସ୍ଥିତି ରେ ଅନ୍ତିମ ସଂସ୍କାର ହୋଇଥିଲା ମୃତ ତାପସ ର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।