ନମସ୍କାର ବନ୍ଧୁଗଣ । Untalented Guy ର ପ୍ଳାନ ଏବେ ଫେଲ ମାରିଲା । ଆଉ ଧରି ନେଲା ପୋଲିସ । ଯୁବକ ଙ୍କ ଉପରକୁ ଗୁଳି ମାରିବା ସହ ଛାତିକୁ ଛୁରୀ ରେ କାଟି ପକାଇ ଥିଲେ Untalented Guy ଓ ତାର ସହ ଯୋଗୀ ମାନେ । ଆଉ ଏବେ ସିଧା ପୋଲିସ ହାତରେ ଧରା ପଡିଛନ୍ତି । ଇଂଷ୍ଟାଗ୍ରାମ ରେ ଋଲ୍ସ ସାଙ୍ଗ କୁ ଦମଦାର ଡାଇଲଗ ଓ କଥା କଥା ରେ ଖାଣ୍ଟି ଅଭଦ୍ର ଭାଷା ଆଉ ଧମକ କଥା ।
କିନ୍ତୁ ଗଣମାଧ୍ୟମ କ୍ୟାମେରା ଆଗରେ ସରଳିଆ କଥା କହୁଥିଲେ । ସେ କହୁଥିଲେ ଅଭଦ୍ର ଭାଷା ସିନା କହୁଛି କି ଗାଳି ଗୁଲଜ କରୁଛି କିନ୍ତୁ ମୁଁ ସେମିତି ନୁହେଁ । ମୁଁ ପୁରା ଶାନ୍ତ ଶିଷ୍ଟ ପିଲା । ଆଉ ଏବେ ଦେଖିଲା ବେଳକୁ ଗାଁ ରେ ପଶି ଗୁଳି ମାରିଛନ୍ତି । ଏହି ଘଟଣା ସାମ୍ନା କୁ ଆସିବା ପରେ Untalented Guy ସହ ତାର ସହ ଯୋଗୀ ମାନଙ୍କୁ ପୋଲିସ ଖୋଜିବା ଆରମ୍ଭ କରି ଦେଇଥିଲା । ତେବେ ସହଜରେ ଧରା ପଡି ନ ଥିଲେ ।
ଆଉ ଜାଗା ପରିବର୍ତ୍ତନ କରି କରି ଶେଷରେ ପୋଲିସ ଏବେ ଆରେଷ୍ଟ କରିଛି । ପୋଲିସ ଏବେ ଆରେଷ୍ଟ କରିଛି Untalented Guy ଆଉ ତାର ସହ ଯୋଗୀ ମାନଙ୍କୁ । ଗୁଳି ମାରି ଫେରାର ହୋଇ ଯାଇଥିଲା Untalented Guy । ଆଉ ଏବେ ତାକୁ କାବୁ କରିଛି ପୋଲିସ । ଇଂଷ୍ଟା ଗ୍ରାମରେ ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଘଟାଇ ଥିବା କୁହା ଯାଇଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ସିପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଗୋଳେଇ ଫ୍ରାଏ ଓଭର ବ୍ରିଜ ତଳେ ଗୁଳି ଫୁଟିବା ଶବ୍ଦ ହୋଇଥିଲା । ଆଉ ତା ସହ ଛୁରା ମାଡ ହୋଇଥିଲା ।
ଗୁଳି ମାରିଥିବା ଯୁବକ ଜଣକ ଅତି ଗୁରୁତର ହୋଇ ପଡିଥିଲେ । ତା ପରେ ଗ୍ରାମ ବାସୀ ଉତ୍ୟକ୍ତ ହୋଇ ଅସନ୍ତୋଷ ପ୍ରକାଶ କରିବା ସହ ଥାନାର ଦ୍ଵାରସ୍ଥ ହୋଇଥିଲେ । ଆଉ ତା ସହ କହିଥିଲେ ଯଦି ଜଲ୍ଦି ନ୍ୟାୟ ନ ମିଳେ ତା ହେଲେ ଆମେ ଥାନାରେ ଧାରଣ ଦେବୁ । ଏହି Untalented Guy ସୋସିଆଲ ମିଡିଆରେ ଅଭଦ୍ର ଭାଷା ର କଣ୍ଟେନ ପ୍ରସ୍ତୁତ କରି ଚର୍ଚ୍ଚା ରେ ରହିଥିଲା ଆଜି ସେ ଜେଲ ରେ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।