ଫେବୃଆରୀ 28ରେ ସ୍ଵାମୀ ସ୍ତ୍ରୀ ଉଭୟ ବାହା ହୋଇ ହାତ ଧରିଥିଲେ ହେଲେ ମେ 28ରେ ବିଧାତା ଏମିତି ଖେଳ ଖେଳିଲା କାହାର ବି ଆଖି ରେ ଲୁହ ରହିବ ନାହିଁ

ନମସ୍କାର ବନ୍ଧୁଗଣ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି କହିବେ ଭାଗ୍ୟ ର ଏ କି ଖେଳ ? ଆସନ୍ତୁ ଜାଣିବା ସେହି ଖବର ବିଷୟରେ ବିସ୍ତାର ଭାବେ । ଫେବୃଆରି 28ରେ ସିନ୍ଥିରେ ସିନ୍ଦୁର ପିନ୍ଧିଥିଲେ ଆଉ ମେ 28ରେ ଲିଭିଗଲା ସିନ୍ଦୁର । ମାତ୍ର 2 ମାସରେ ବିଧାଟା ନେଇଗଲେ ଡାକ୍ତର ସ୍ଵାମୀ । କୋହ ସମ୍ଭାଳି ପାରୁ ନାହାନ୍ତି ସ୍ତ୍ରୀ । ବାହାଘରକୁ 3 ମାସ ପୁରିଲା ବେଶ ଖୁସି ଥିଲେ ସ୍ଵାମୀ, ସ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ବାହାରିଥିଲେ ।

ହେଲେ ଭୁବନେଶ୍ଵର ଫାୟାର ଷ୍ଟେସନରେ ଘଟିଲା ଦୁର୍ଘଟଣା ଆଉ ଆଖି ବୁଜି ଦେଲେ ଡାକ୍ତର ସ୍ଵାମୀ । ସ୍ବାମୀ- ସ୍ତ୍ରୀ ଉଭୟ ଡାକ୍ତର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଅଙ୍କୋଲୋଜି ବିଭାଗରେ ଡାକ୍ତର ଥିଲେ ମନୋଜ କୁମାର। କଟକ ଏସସିବି ମେଡିକାଲରେ ଆନେସ୍ଥେସିଆ ବିଭାଗରେ ଡାକ୍ତର ଥିଲେ ପତ୍ନୀ ସୁଶ୍ରୀ ସଂଗୀତା । ଗତ ଫେବୃଆରୀ 28 ତାରିଖରେ ଧୂମ ଧାମରେ ଉଭୟଙ୍କ ବିବାହ ହୋଇଥିଲା ।

ମେ 28 ରେ ଉଭୟଙ୍କ ବିବାହକୁ 3 ମାସ ପୁରିଛି । ଏହି ଖୁସିରେ ସ୍ଵାମୀ ସ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାହାରି ପଡିଥିଲେ । ହେଲେ ବିଧିର ବିଧାନ କିଛି ଭିନ୍ନ ଲେଖା ଥିଲା । ଭୁବେଶ୍ଵର ଫାୟାର ଷ୍ଟେସନ ରେ ଦୁର୍ଘଟଣା ଘଟିଲା । ସ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ପୂର୍ବରୁ ସବୁ ଦିନ ପାଇଁ ନୀରବ ହୋଇଗଲେ ସ୍ଵାମୀ ।

ଯେଉଁ 28 ତାରିଖରେ ସ୍ତ୍ରୀ ଙ୍କ ସହ ସିନ୍ଥି ରେ ସିନ୍ଦୁର ଭରିଥିଲେ ଆଜି ସେହି 28ରେ ବିଧାତା ସିନ୍ଦୁର ଛଡାଇ ନେଲା । ଉଭୟଙ୍କର ବାହାଘର କିଛି ଫୋଟୋ ଏବେ ସୋସିଆଲ ମିଡିଆରେ ବେଷ ଭାଇରାଲ ହେବାରେ ଲାଗିଛି । ଭୋଜି ଭାତ ସାଙ୍ଗକୁ ଉଭୟଙ୍କ ବାହାଘର ବେଶ ଧୂମ ଧାମ ରେ ହୋଇଥିଲା ।

ମାତ୍ର 3 ମାସରେ ସ୍ଵାମୀ ଆରପାରିକୁ ଚାଲିଗଲେ । ଗୋଟେ ପଟେ ସ୍ଵାମୀ ଙ୍କ ଶବ ବ୍ୟବଛେଦ ଚାଲିଛି ଆଉ ଅନ୍ୟ ପଟେ ସ୍ତ୍ରୀ ଙ୍କ ଆଖି ରୁ ଝଋ ପଡୁଛି ଲୁହ । ଜୀବନ ସାଥୀଙ୍କୁ ହରାଇ ସ୍ତ୍ରୀ ସୁଶ୍ରୀ ସଂଗୀତା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଯେଉଁ ଆତ୍ମୀୟ ସ୍ଵଜନ ମାନେ ଫେବୃଆରି 28 ତାରିଖରେ ବାହାଘର ଭୋଜି ଭାତ ଖାଇ ଫେରିଥିଲେ ସେମାନେ ଆଜି ମନୋଜ ଙ୍କୁ ଦେଖିବା ପାଇଁ ଆସୁଛନ୍ତି । ମନୋଜ ଙ୍କର ଶେଷ ଦର୍ଶନ କରିବାକୁ ତାଙ୍କ ଘରେ ଏବେ ଆତ୍ମୀୟ ମାନେ ଆସୁଛନ୍ତି ।

ସ୍ବାମୀଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ସୁଶ୍ରୀ ସଂଗୀତା ଆଉ ନିଜ ଆଖି ର କୋହକୁ ସମ୍ଭାଳି ପାରୁ ନାହାନ୍ତି । ସତରେ ଭାଗ୍ଯର ବିଡମ୍ବନା କିଏ ବା କହି ପାରିବ ? ଭାଗ୍ୟ କେମିତି ଏମିତି ନିଷ୍ଠୁର ହୋଇଗଲା କହି କାନ୍ଦି କାନ୍ଦି ଗଡି ଯାଉଛନ୍ତି ସ୍ତ୍ରୀ ସୁଶ୍ରୀ ସଂଗୀତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।