ରାତିରେ ଭଲ ନିଦ ହେଉନାହିଁ କି ? ଏଥିରୁ ରାତିରେ କେବଳ 1 ଗ୍ଲାସ୍ ପିଅନ୍ତୁ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ

ଅନିଦ୍ରତା କାରଣରୁ ଅନେକ ଲୋକ ରାତିରେ ଭଲଭାବେ ଶୋଇ ପାରନ୍ତି ନାହିଁ । ଯଦି ଆପଣଙ୍କର ଏହିଭଳି ସମସ୍ଯା ରହିଛି ତେବେ ତାହା ଦୂର କରିବା ପାଇଁ ଆଜି ଆମେ ଏକ ଚମତ୍କାରୀ ଘରୋଇ ଉପାୟ ନେଇ ଆସିଛୁ । ଏଥିପାଇଁ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ତାହା ଆପଣଙ୍କ ରୋଷେଇ ଘରୁ ଅତି ସହଜରେ ମିଳିଯିବ । ଏହା ସଂପୂର୍ଣ୍ଣ ପ୍ରାକୃତିକ ଏବଂ ପ୍ରଭାବଶାଳୀ ଉପଚାର ଅଟେ । ତେବେ ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଏବଂ କିପରି ସେବନ କରିବେ ଏହି ଘରୋଇ ଉପଚାର ।

ବୟସ ବଢିବା ସହ ମଣିଷର ନିଦ କମି କମି ଆସେ, ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଏହାସହ ଅତ୍ୟଧିକ ମାନସିକ ଚିନ୍ତା ମଧ୍ୟ ନିଦ ନହେବାର ମୁଖ୍ୟ କାରଣ ହୋଇଥାଏ । ଭଲ ଭାବେ ଶୋଇ ନ ପାରୁଥିଲେ ଆପଣ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ପାଦକୁ ଉଷୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ଓ ପାଦରେ ସୋରିଷ ତେଲର ମାଲିସ୍ କରନ୍ତୁ । ଏପରି କରିବା ଦ୍ଵାରା ମସ୍ତିଷ୍କ ଶାନ୍ତ ହେବାସହ ଭଲ ନିଦ ଆସିଥାଏ ।

ଘରର ମହିଳାମାନେ ସବୁଠୁ ଅଧିକ ଷ୍ଟ୍ରେସ୍ ନେଇଥାନ୍ତି । ତେଣୁ ଆପଣ ୟୁଟ୍ଯୁବରୁ “Osho Dynamic Meditation” ନିଶ୍ଚିତ ଭାବେ ଶିଖନ୍ତୁ ଓ ସକାଳୁ ଉଠି ଏହା କରନ୍ତୁ । ନିଦ ହେବା ପାଇଁ ଆଉ ଏକ ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଅଶ୍ଵଗନ୍ଧା ଚୂର୍ଣ୍ଣ ଏବଂ ସର୍ପଗନ୍ଧା ଚୂର୍ଣ୍ଣ । ଏହି ଦୁଇଟି ଚେରମୂଳିର ଚୂର୍ଣ୍ଣ ସମାନ ପରିମାଣରେ ନେଇ ମିଶାଇ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣରୁ ମାତ୍ର ୩-୪ ଗ୍ରାମ ନେଇ ପାଣି ସହ ସେବନ କରିବା ଦ୍ଵାରା ଭଲ ନିଦ ଆସିଥାଏ ।

ସେହିପରି ଡାଲଚିନିର ପ୍ରୟୋଗ କରି ମଧ୍ୟ ଆପଣ ବେଶ ନିଦ୍ରା ଯାଇପାରିବେ । ରାତିରେ ଶୋଇବା ପୂର୍ବରୁ ଆପଣ ଏକ କପ୍ ଉଷୁମ କ୍ଷୀର କିମ୍ବା ଗରମ ପାଣିରେ ଅଧଚାମୁଚ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଦ୍ଵାରା ମଧ୍ୟ ଭଲ ନିଦ ଆସିଥାଏ । ଏହିସବୁ ଉପଚାରର ପ୍ରୟୋଗ କରିବା ସହ ଆପଣ ଓଶୋ ଡାଇନାମିକ ମେଡିଟେସନ ମଧ୍ୟ ନିଶ୍ଚୟ କରନ୍ତୁ ।

୪୦ ମିନିଟର ଏହି ମେଡିଟେସନ କରିବା ଦ୍ଵାରା ଆପଣଙ୍କର ସବୁ ଚିନ୍ତା ଦୂର ହୋଇ ମସ୍ତିଷ୍କ ଶାନ୍ତ ହୋଇଥାଏ ଏବଂ ଭଲ ନିଦ ଆସିଥାଏ । ମନ ଦୁଃଖ ଥିଲେ ନିଦ ନ ଆସିବା ଭଳି ସମସ୍ଯା ଦେଖା ଦେଇଥାଏ । ଏହି ମେଡିଟେସନ ଆପଣଙ୍କ ମନକୁ ପ୍ରଫୁଲ୍ଲ ରଖିବ, ଫଳରେ ଆପଣଙ୍କୁ ଭଲ ନିଦ ଆସିବ ।

ନିଦ ଆସିବା ପାଇଁ ଆପଣ ଜାଇଫଳରେ ଆଉ ଏକ ଉପଚାର ମଧ୍ୟ ପ୍ରୟୋଗ କରିପାରିବେ । ଏକ କପ୍ ଗରମ କ୍ଷୀରରେ ଆପଣ ଏକ ଚାମୁଚ ଜାଇଫଳ ଗୁଣ୍ଡ ମିଶାଇ ସେବନ କରନ୍ତୁ । ଏହାଛଡା ଗରମ ଖିରେ ଚିମୁଟାଏ କେଶର ମିଶାଇଆ ପିଇବା ଦ୍ଵାରା ମଧ୍ୟ ଭଲ ନିଦ ଆସିଥାଏ । କ୍ଷୀର ଏବଂ ମହୁର ମିଶ୍ରଣ ମଧ୍ୟ ନିଦ ଆଣିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

କିନ୍ତୁ ଧ୍ୟାନ ରଖିବେ କ୍ଷୀର ଯେପରି ଅତ୍ୟଧିକ ଗରମ ନଥିବ । ଏକ ଗ୍ଳାସ କ୍ଷୀରରେ ଏକ ଚାମୁଚ ମହୁ ମିଶାଇ ପିଇବା ଦ୍ଵାରା ମଧ୍ୟ ନିଦ ସମସ୍ଯା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।