ଆଜିର ରାଶିଫଳ, 26 ନଭେମ୍ବର 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ଭୋଗ ବିଳାସ ଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ବିଦ୍ୟା କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ ।

ବୃଷ ରାଶି : ବାଦ ବିବାଦ, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ସଫଳ ହେବେ । ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଆଜି ଅଧ୍ୟୟନ କ୍ଷେତ୍ର ରେ ଉଶଚାହିତା ହେବେ । ଯାହା ଦ୍ଵାରା ଆପଣ ସଫଳତା ଆଡକୁ ଅଗ୍ରସର କରାଇବେ । କଳା କ୍ଷେତ୍ରରେ ବ୍ୟକ୍ତି ଙ୍କୁ ଆଜି ସମ୍ମାନ ମିଳିବ ଓ ଲୋକେ ଆପଣଙ୍କ ଠାରୁ ପ୍ରେରଣା ପାଇବେ । ଆପଣଙ୍କ କାମରେ ସ୍ଥିରତା ଆସିବ ।

ମିଥୁନ ରାଶି : ଭୂମି ବା ବାହନ ଇତ୍ୟାଦି ସମ୍ବଧିତ କାର୍ଯ୍ୟ ରୁ ବଡ ଲାଭ ହେବ । ପରିବାର ର ସଦସ୍ୟ ଙ୍କ ସଂଗତି ରେ ଯାତ୍ରା ରୁ ଆନନ୍ଦ ଓ ଶାନ୍ତି ମିଳିବ । ରଚନାତ୍ମକ କାର୍ଯ୍ୟ ରେ ପ୍ରଗତି ହେବ । କାଗଜପତ୍ର କାର୍ଯ୍ୟ ରେ ଫାଇଦା ହେବାର ସମ୍ଭାବନା ରହିଛି । ବିଜେନ୍ସ କରୁଥିବା ଲୋକେ ଆଜି ନିବେଶ କରିବେ । ଆଜି ଆପଣଙ୍କ ପାଇଁ ଯୋଜନା ବେହତର ରହିବ । ସେୟାର ଆଦିରେ ଧନ ନିବେଶ କରିଲେ ଲାଭଦାୟକ ରହିବ ।

କର୍କଟ ରାଶି : ଚାକିରି କରିଥିବା ଜାତକ କଠିନ ପରିଶ୍ରମ ରେ ନିଜର ବରିଷ୍ଠ ସନ୍ତୁଷ୍ଟ କରିବେ । କୌଣସି ବିବାଦରେ ବିଜୟ ପ୍ରାପ୍ତ ହେବେ । ଆଜି ଧନ ପ୍ରାପ୍ତିର ଯୋଗ ରହିଛି । ଏହି ରାଶିର ଛାତ୍ର ଙ୍କୁ ମେହନତ ବରାବର ପରିଣାମ ହାସିଲ ହେବ । ଅଫିସରେ କୌଣସି କାମକୁ ନେଇ ଆପଣ ଫସି ପାରନ୍ତି । ସମୟ ବିତିବା ଅନୁଯାୟୀ ଅନେକ ଅବସର ଆପଣଙ୍କ ସାମନାକୁ ଆସିବ । ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ରରେ କରିଥିବା ଶ୍ରମ ସାର୍ଥକ ହେବ ।

ସିଂହ ରାଶି : ଏହି ଦିନ ଆପଣଙ୍କ ପାଇଁ ମିଶ୍ରିତ ହେବ । କୌଣସି ତୀର୍ଥ ସ୍ଥାନ ର ଦର୍ଶନ ଲାଭ ର ଅବସର ପ୍ରାପ୍ତ ହେବ । କୌଣସି କାମକୁ ନେଇ ଗଭୀର ଚିନ୍ତା ରେ ରହିବେ । ଲଭ ମେଟ ପରସ୍ପରକୁ କିଛି ଉପହାର ଦେଇ ପାରନ୍ତି । ଏହା ଦ୍ଵାରା ସମ୍ପର୍କ ମଜବୁତ ହେବ । ମାତା ପିତା ଙ୍କ ସହଯୋଗରେ ଆପଣଙ୍କର ଉନ୍ନତି ର ମାର୍ଗ ଖୋଲିବ । ଆଜି ଘର ଓ ଅଫିସ ଦୁଇଟିଜାକ ଜାଗାରୁ ମାହୋଲ ଆପଣଙ୍କ ପାଇଁ ଖୁସିମୟ ରହିବ । ଯେଉଁ ଲୋକ ସମ୍ପତି ଡିଲର ଆଜି ସେମାନଙ୍କୁ କିଛି କ୍ଲାଇଣ୍ଟ ରୁ ଫାଇଦା ମିଳିପାରେ ।

କନ୍ୟା ରାଶି : ଆଜି ନ ବୁଝି ବିଚାରୀ କୌଣସି ବଡ ନିସ୍ପତି ନିଅନ୍ତୁ ନାହି । ଆଜି ପାର୍ଟି ର ଅନେକ ବାସର ମିଳିପାରେ । ବ୍ୟାପାରୀ ଙ୍କୁ ପୁଞ୍ଜି ନିବେଶ ର ପ୍ଲାନିଙ୍ଗ କରିବେ । ନିବେଶକ ଙ୍କ ଭରସା ରଖିବା ପାଇଁ ପାରଦର୍ଶୀତା ଜରୁର ହେବ । ବିଦ୍ୟାର୍ଥୀ ଙ୍କୁ ନିଜର ପୁରା ସମୟ ପଢା ରେ ଦେବାର ଅଛି । ଭଲ ସ୍ୱାସ୍ଥ୍ୟ ପାଇଁ ଆପଣ ମାନସିକ ଚାପ ରୁ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ବ୍ୟାପାର ଓ ପରିବାର ରେ ସନ୍ତୁଳନ ରକ୍ଷା କରିବାକୁ ଆବଶ୍ୟକତା ପଡିବ । ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ର ରେ ପ୍ରଗତି ହେବ ।

ତୁଳା ରାଶି : ବ୍ୟାପାରି ଙ୍କ ପାଇଁ ଉନ୍ନତି ତଥା ବ୍ଯବସାୟିକ ଲାଭ ର ସମୟ ଅଟେ । ଜରୁରୀ ଓ ଫାଇଦା ଦେବାର କାମ ଉପରେ ଧ୍ୟାନ ରଖନ୍ତୁ । ସରକାରି ବିଭାଗ ରେ ଜଡିତ ଲୋକଙ୍କର ପ୍ରତିଷ୍ଠା ରେ ବୃଦ୍ଧି ହେବ । ପ୍ରମୋଶନ ସହ ସ୍ଥାନାନ୍ତରଣ ମିଳିପାରେ । କାରୋବାର ବଢିବାର ସମ୍ଭାବନା ଅଛି । ଦାଂପତ୍ଯ ଜୀବନରେ ମଧୁରତା ରହିବ । ଛାତ୍ର ସଫଳତା ପ୍ରାପ୍ତି କରିବେ । ଜଟିଳ କାମ ମଧ୍ୟ ସହଜରେ ପୁରା ହେବ ।

ବିଛା ରାଶି : ଆଜି ଆପଣ ଭବିଷ୍ୟ ପାଇଁ ଯୋଜନା ହୋଇପାରେ । ଆର୍ଥିକ ପକ୍ଷ ମଜବୁତ ରହିବ । ମହତ୍ଵ ପୂର୍ଣ୍ଣ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ମେଡିକାଲ ସମ୍ଭଧିତ କାରୋବାର କରୁଥିବା ଲୋକଙ୍କୁ ଆର୍ଥିକ ଲାଭ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି । ଆପଣଙ୍କ ଜୀବନ ସାଥି ଙ୍କ ସ୍ୱାସ୍ଥ୍ୟ କୁ ଚିନ୍ତା ରହିବାର ଅଛି । କାହା ପ୍ରତି ଆକର୍ଷିତ ହେବେ । ଶିକ୍ଷା କ୍ଷେତ୍ର ରେ ଆଶାତୀତ ସଫଳତା ମିଳିବ । ନୂଆ ସମ୍ପର୍କ ପ୍ରତିଷ୍ଠା ହେବ । ବ୍ଯବସାୟିକ ପ୍ରତିଷ୍ଠା ବଢିବ ।

ଧନୁ ରାଶି : ଆଜି ଆପଣଙ୍କ ସମାଜିକ ପ୍ରତିଷ୍ଠା ବଢିପାରେ । ମାତା ପିତା ଙ୍କ ଆଶୀର୍ବାଦ ଓ ସହଯୋଗ ମିଳିପାରେ । ପୂର୍ବରୁ କରିଥିବା ମେହନତର ଫଳ ପ୍ରାପ୍ତ ହେବ । ଅଫିସ ରେ କୌଣସି କନଫ୍ୟୁଜ ଥିଲେ ତାର ନିରାକରଣ କରନ୍ତୁ । ଅନେକ ପ୍ରକାରର ବ୍ଯବଧାନ ଆପଣଙ୍କ କାର୍ଯ୍ୟ ରେ ବିଳମ୍ବ ହେବାର ସମ୍ଭାବନା ଅଛି । ବ୍ୟାପାରିକ ସ୍ଥିତି ଆଜି ସାମାନ୍ଯ ରହିବ । ଆଜି ଆପଣ ଲାଭ ଚକର ରେ ପଡନ୍ତୁ ନାହି । କିଛି କଥାକୁ ନେଇ ଆଜି ଆଗକୁ ବଢନ୍ତୁ ନାହି ।

ମକର ରାଶି : ରଚନାତ୍ମକ ଊର୍ଜା ଆପଣଙ୍କ ଆତ୍ମବିଶ୍ଵାସ ବଢାଇବ । ବ୍ୟାପାରିକ ଯାତ୍ରା ଲାଭପ୍ରଦ ରହିବ । ବିବାହ ସମ୍ବଧିତ ବିଷୟ ରେ ପାରିବାରିକ ସହଯୋଗ ପ୍ରାପ୍ତ ହେବ । ସନ୍ତାନ ସହ ସମ୍ବଧିତ କୌଣସି ଶୁଭ ସମାଚାର ମିଳିବାରୁ ମନ ପ୍ରସନ୍ନ ହେବ । ଲ ପାଠ ପଢୁଥିବା ଛାତ୍ର ଙ୍କ ପାଇଁ ଦିନ ଭଲ ରହିବାର ଅଛି । ଅଫିସ ରେ କୌଣସି ସହକର୍ମୀ ଙ୍କ ସହ ଆପଣଙ୍କ ବନ୍ଧୁତା ବଢିପାରେ । ବିଦ୍ୟାର୍ଥୀ ଙ୍କୁ ଉଚ୍ଚ ଶିକ୍ଷା ହାସିଲ କରିବାର ଅବସର ମିଳିବ ।

କୁମ୍ଭ ରାଶି : ଆପଣଙ୍କ ଆୟ ଭଲ ହେବ କିନ୍ତୁ ଆପଣଙ୍କ ଖର୍ଚ୍ଚ ରେ ବୃଦ୍ଧି ହେବ । ଏହା ଦ୍ଵାରା ଆପଣଙ୍କ ବଜେଟ ରେ ପ୍ରଭାବ ପଡିପାରେ । ପରିବାର ରେ ସୁଖ ଶାନ୍ତି ଓ ସ୍ଥିରତା ର ଆନନ୍ଦ ଉଠାନ୍ତୁ । ଚାକିରି ବା ବ୍ୟାପାର ରେ କିଛି ନୂଆ ପାଇଁ ଆଣିବାକୁ ଚେଷ୍ଟା କରନ୍ତୁ ନିଶ୍ଚୟ ଲାଭବାନ ହେବେ । ନିବେଶ ପାଇଁ ଏହି ସମୟ ଯାହା ଦ୍ଵାରା କାମରେ ପ୍ରଗତି ହେବ । ସାଥି ଙ୍କ ଠାରୁ ସାହାଜ୍ଯ ମିଳିବ । ମନ ମୁତାବକ କୌଣସି କାମ ଅଚାନକ ହୋଇପାରେ । ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି ।

ମୀନ ରାଶି : ଆଜି ଆର୍ଥିକ ରୂପରେ ଆପଣ ଅଧିକ ସୁରକ୍ଷିତ ରହିବ । କୌଣସି ବହୁ ମୂଲ୍ୟ ବସ୍ତୁ କ୍ରୟ କରିବା ପାଇଁ ଆପଣ ମନ ବଳାଇବେ । କାର୍ଯ୍ୟ କ୍ଷେତ୍ର ରେ ବରିଷ୍ଠ ଅଧିକାରି ଙ୍କ ସହଯୋଗ ମିଳିବ । ଆଜି କୌଣସି ବଡ କାର୍ଯ୍ୟ ରେ ସଫଳ ହେବାରୁ ଅତ୍ୟଧିକ ଖୁସି ପ୍ରାପ୍ତ ହେବ । ବାଣୀ ଉପରେ ସଂଯମ ରଖନ୍ତୁ । ପରିବାର ରେ ମଙ୍ଗଳମୟ କାର୍ଯ୍ୟକ୍ରମ ହେବାରେ ସମ୍ଭାବନା ଅଛି । ଆଜି ଆପଣଙ୍କ ମନରେ ପଜେଟିଭ ଊର୍ଜା ଆସିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।