ଖଣ୍ଡ ହଳଦୀ ଦ୍ଵାରା ନିଜର ବିଘ୍ନକୁ କିପରି ଦୂର କରିବେ ? ଜାଣନ୍ତୁ Astrologer Pragyan Tripathy ଙ୍କ ଖାସ୍ ଟିପ୍ସ

ଆପଣଙ୍କ ଯେକୌଣସି କାର୍ଯ୍ୟରେ ଯଦି ବିଘ୍ନ ଆସୁଛି ତେବେ ତାହା କିପରି ଦୂର କରିବେ ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ଅନେକ ସମୟରେ ଆମର ସବୁ ପ୍ରକାର କାର୍ଯ୍ୟରେ ବାଧାବିଘ୍ନ ଆସିଥାଏ । ଆମେ ଯାହା ଚାହିଁଥାଉ ବା କରିବାକୁ ଚେଷ୍ଟା କରିଥାଉ ତାହା ହୋଇପାରେ ନାହିଁ । କାହାର କେଉଁଠି ଆଡମିଶନ ହୋଇପାରୁନି ତ କାହାର ବାହାଘର ହେବାରେ ବିଘ୍ନ ଆସୁଛି । କିଏ ଜାଗା କିଣିବାରେ ବିଘ୍ନ ଆସୁଛି ତ ଆଉ କାହାକୁ ଚାକିରି କ୍ଷେତ୍ରରେ ବିଘ୍ନ ଆସୁଛି ।

ଏମିତି ଯେକୌଣସି କାର୍ଯ୍ୟ ମଧ୍ୟ ଆମେ କରିବାକୁ ଚାହିଁଥାଉ କିନ୍ତୁ ହୋଇପାରେ ନାହିଁ । ଆମ ଜୀବନରେ ବିଘ୍ନ ଆସିଲେ ତାହା ଦୂର କରିବା ପାଇଁ ଆମେ ଭଗବାନ ଗଣେଶଙ୍କ ପୂଜା କରିଥାଉ । ତେବେ ଭଗବାନ ଗଣେଶଙ୍କ କେଉଁ ଉପାୟରେ ପୂଜା କରିବା ଦ୍ଵାରା ଏହି ବିଘ୍ନ ଦୂର ହେବ ଚାଲନ୍ତୁ ଜାଣିବା । ଏହି ଉପାୟକୁ ଆପଣ ପ୍ରତ୍ଯେକ ବୁଧବାର ଦିନ କରିବେ ।

ବୁଧବାର ଦିନ ସ୍ନାନ ପରେ ଗୋଟିଏ ଖଣ୍ଡ ହଳଦୀ ଆଣିବେ । ଗଣେଶ ଭଗବାନଙ୍କ ପୂଜା କରି ସେହି ଖଣ୍ଡ ହଳଦୀକୁ ଧରି ଆପଣଙ୍କ ଯାହାବି ବିଘ୍ନ ଅଛି ତାହା କହିବେ ଓ ସେହି ବିଘ୍ନ ଦୂର ହୋଇଯାଉ ବୋଲି ମଧ୍ୟ ଖଣ୍ଡ ହଳଦୀକୁ ଧରି କହିବେ । ଉଦାହରଣ ସ୍ୱରୂପ, ଆପଣଙ୍କର ସନ୍ତାନରେ ବାଧା ହେଉଛି ବା ଯେତେ ଚେଷ୍ଟା କଲେ ମଧ୍ୟ ସନ୍ତାନ ରହୁନି ।

ତେବେ ଆପଣ ଖଣ୍ଡ ହଳଦୀକୁ ଧରି କହିବେ ସନ୍ତାନରେ ବାଧା ଆସୁଛି, ସନ୍ତାନରେ ବିଘ୍ନ ଆସୁଛି ସନ୍ତାନ ହେଉନାହିଁ । ଏହି ବିଘ୍ନ ଦୂର କରିଦିଅ ଅପମକୁ ସନ୍ତାନର ଯୋଗ ମିଳୁ ଓ ଏହି ବିଘ୍ନ ହଟିଯାଉ । ଏହାପରେ ଆପଣ ହଳଦୀ ଖଣ୍ଡଟିକୁ ଗଣେଶଙ୍କୁ ଅର୍ପଣ କରିବେ ।

ହଳଦୀ ଖଣ୍ଡକୁ ଗଣେଶଙ୍କ ଶୁଣ୍ଢ ପାଖେ, ହାତ ପାଖେ ବା ଯେଉଁଠି ସେ ଲଡୁ ଧରୁଛନ୍ତି ସେଇଠି ରଖିଦେବେ । ଯଦି ଫଟୋ ପୂଜା କରୁଛନ୍ତି ତେବେ ଫଟୋ ତଳେ ରଖିଦେବେ । ବୁଧବାର ଦିନ ଓ ରାତିସାରା ଗଣେଶଙ୍କ ପାଖରେ ସେହି ଖଣ୍ଡ ହଳଦୀକୁ ଛାଡିଦେବେ ।

ତା’ ପରଦିନ ଅର୍ଥାତ ଗୁରୁବାର ଦିନ ସ୍ନାନ କରିବା ପରେ ଆପଣ ସେହି ଖଣ୍ଡ ହଳଦୀକୁ ନେଇ ଶିବଲିଙ୍ଗରେ ରଖି ଦେଇ ଆସିବେ କିମ୍ବା ନନ୍ଦୀଙ୍କ ପାଖେ ରଖିଦେବେ । ଖଣ୍ଡ ହଳଦୀକୁ ଆପଣ ସେଠାରେ ପୂଜା କରି ନେଇ ଆସିପାରିବେ । ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ବିଘ୍ନ ଦୂର ନ ହୋଇଛି ସେପର୍ଯ୍ୟନ୍ତ ଆପଣ ପ୍ରତ୍ଯେକ ବୁଧବାର ଦିନ ଏହି ଉପାୟ ଶ୍ରଦ୍ଧା ଓ ବିଶ୍ବାସର ସହ କରନ୍ତୁ ।

ଦେଖିବେ ନିଶ୍ଚିତ ଭାବେ ଆପଣଙ୍କ ବିଘ୍ନ ଦୂର ହୋଇ ଆପଣ ଶୁଭଫଳ ପ୍ରାପ୍ତି କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।