ରାତି ୧୧ ଟା ସମୟରେ ୨ ବର୍ଷର ଝିଅକୁ ନେଇ ଡ୍ଯୂଟୀକୁ ବାହାରିଗଲେ ଏହି IPS, ପୁଲିସମାନେ କହୁଥିଲେ କି, ମ୍ୟାଡମ ପିଲାକୁ ଆମକୁ ଦେଇ ଦିଅନ୍ତୁ, କିନ୍ତୁ ମ୍ୟାଡମ…

ଭାରତରେ ବର୍ତ୍ତମାନ ମହିଳାମାନେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି । ଏହା ମଧ୍ୟରେ ଆଇପିଏସ ଏବଂ ଇନ୍ଦୋରର ଏସଏସପି ରୁଚି ବର୍ଧନ ମିଶ୍ରଙ୍କର ନାମ ବି ସାମିଲ ଅଛି । ରୁଚି ବର୍ଧନ ପୁଣି ଥରେ ନିଜର ଡ୍ଯୂଟୀକୁ ନେଇ ଚର୍ଚାରେ ଆସି ଯାଇଛନ୍ତି । ସେ ସମସ୍ତ ମହିଲାଙ୍କ ପାଇଁ ଏକ ଉଦାହରଣ ଅଟନ୍ତି ।

ଆଇପିଏସ ରୁଚି ବର୍ଧନ ନିଜ ବ୍ୟାଚର ଟପର ଅଟନ୍ତି । ଆଇପିଏସ ରୁଚି ବର୍ଧନଙ୍କର ବନ୍ଧୁକ ଚାଳନା ବହୁତ ଭଲ ଅଟେ । ପ୍ରଥମ ଥର ସେ ନିଜର ଶାଶୁଙ୍କର ଗୋଡ ଛୁଇଁ ପଦଭାର ସମ୍ଭାଳିବାକୁ ନେଇ ଚର୍ଚାରେ ଆସିଥିଲେ । ଏଥର ସେ ନିଜର ଝିଅକୁ ନେଇ ଚର୍ଚାରେ ଅଛନ୍ତି । ରୁଚି ବର୍ଧନଙ୍କର ଝିଅ ବହୁତ ଛୋଟ ଏବଂ ବହୁତ ଜିଦି ଅଟନ୍ତି । କିନ୍ତୁ ସେ ଡ୍ଯୂଟୀ ଏବଂ ମମତା ଦୁଇଟିକୁ ଏକା ସହିତ ପାଳନ କରିଛନ୍ତି ।

ରାତି ୧୧ ଟା ସମୟରେ ଝିଅକୁ ନେଇ ଡ୍ଯୂଟୀ ଉପରେ ପହଞ୍ଚି ଥିଲେ ଆଇପିଏସ ମିଶ୍ର

Image courtesy: Google

ଶୁକ୍ରବାର ଦିନ ରାତି ୯ ଟା ସମୟରେ ଯେତେବେଳେ ରୁଚି ନିଜ ଘରକୁ ଆସିଲେ ସେତେବେଳେ ତାଙ୍କ ଝିଅ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ତାଙ୍କୁ ଛାଡିଲେ ନାହିଁ । ଏମିତିରେ ସେହି ସମୟରେ ତାଙ୍କୁ ଖୁଡୈଲ ଥାନାର ନିରୀକ୍ଷଣ କରିବାକୁ ବି ଯିବାର ଥିଲା ଏବଂ ଝିଅ ଜିଦ କରିବାରୁ ସେ ତାକୁ ବି ନିଜ ସହିତ ନେଇ ଗଲେ । ରାତି ପାଖାପାଖି ୧୧ ଟା ବାଜି ଯାଇଥିଲା ସେତେବେଳେ ତାଙ୍କ ଝିଅ ଶୋଇ ପଡିଥିଲେ ।

ଏହା ଦେଖି ପୁଲିସ ଅଧିକାରୀମାନେ କହିଲେ କି ମୈଡମ ପିଲାକୁ ଆମକୁ ଦେଇ ଦିଅନ୍ତୁ, କିନ୍ତୁ ସେ ନିଜ ଝିଅକୁ କାହାକୁ ବି ଦେଲେ ନାହିଁ । ଏବଂ ନିଜର ଡ୍ଯୂଟୀ କରିଲେ । କହିଦେଉଛୁ ଯେ ଆଇପିଏସ ରୁଚି ବର୍ଧନ ମିଶ୍ର ଇନ୍ଦୋରରେ ଏସଏସପି ଅଛନ୍ତି ଏବଂ ତାଙ୍କର ସ୍ଵାମୀ ବି ଉଜ୍ଜୈନର କଲେକ୍ଟର ଅଛନ୍ତି ।

ଶୁଟିଙ୍ଗ ପ୍ରତିଯୋଗିତାରେ ସେ ପ୍ରଥମ ଆସିଥିଲେ

Image courtesy: Google

ଆଇପିଏସ ହେବା ପରେ ସେ ତିନି ମାସର ଟ୍ରେନିଙ୍ଗରେ ମସୁରୀ ଯାଇଥିଲେ । ଏହା ପରେ ହାଇଦ୍ରାବାଦରେ ସରଦାର ବଲ୍ଲଭଭାଈ ପଟେଲ ନ୍ୟାସନାଲ ପୁଲିସ ଏକେଡମୀରେ ଟ୍ରେନିଙ୍ଗ ନେଇଥିଲେ । ଏବଂ ସେ ନିଜ ବ୍ୟାଚରେ ଟପର ମଧ୍ୟ ହୋଇଥିଲେ । ଏତିକି ନୁହେଁ ତାଙ୍କୁ ଶୁଟିଙ୍ଗ ପ୍ରତିଯୋଗିତାରେ ବି ୧୦ ରୁ ୧୦ ନମ୍ବର ମିଳିଥିଲା । ମାନେ ଶୁଟିଙ୍ଗରେ ମହାରଥ ହାସଲ କରିଛନ୍ତି ।

ନିଜ କାମରେ ହିଁ ନିଜର ପରିଚୟ ପ୍ରସ୍ତୁତ କରିଲେ

Image courtesy: Google

ଆଇପିଏସ ରୁଚି ବର୍ଧନ ମିଶ୍ରଙ୍କୁ ଦବଙ୍ଗ ଲେଡି ବି କୁହାଯାଏ । ୨୦୧୬ରେ ଭୋପାଳରେ ୟୂପୀଏସସୀ ଛାତ୍ରୀ ସହିତ ହୋଇଥିବା ବଳତ୍କାର ମମାଲାରେ ୪ ଜଣଙ୍କୁ ଜୀବନ ସାରା ଜେଲ ଦଣ୍ଡ ଦେବା ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏମିତି ଅଫିସରଙ୍କ ଆମେ ଆଜି ଗର୍ବିତ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।