ମସୂଦ ଅଜହରର ପକ୍ଷ ନେବା ପରେ ଚୀନକୁ ଘେରାବନ୍ଦୀ, ଦୁନିଆର ୩ ବଡ ଦେଶ ଚୀନ ବିପକ୍ଷରେ ନେବେ ଏହି ପଦକ୍ଷେପ

ଜୈଶ-ଏ-ମୋହମ୍ମଦ ମୁଖ୍ୟ ମସୂଦ ଅଜହରର ସାଥ ଦେଉଥିବା ଚୀନକୁ ବର୍ତ୍ତମାନ ବହୁତ ଅସୁବିଧା ହୋଇପାରେ । କାରଣ ଚୀନ ଦ୍ଵାରା ବାରମ୍ବାର ମସୂଦକୁ ବଞ୍ଚାଇ ଯାଉଥିବା ଦ୍ଵାରା ସଂଯୁକ୍ତ ସୁରକ୍ଷା ପରିଷଦର ସମସ୍ତ ଅନ୍ୟ ୧୪ ସଦସ୍ୟ ବହୁତ ରାଗିଛନ୍ତି । କୁହାଯାଉଛି କି ଏହି କଥାବାର୍ତ୍ତା ମଧ୍ୟରେ ଚୀନ ମସୂଦକୁ ଆତଙ୍କବାଦୀ ଘୋଷିତ କରିବାକୁ ନେଇ କିଛି ଚେଞ୍ଜେସ କରିବ କହିଛି । ଏବଂ ଏହା ଉପରେ ବର୍ତ୍ତମାନ ଆମେରିକା, ବ୍ରିଟେନ, ଫ୍ରାନ୍ସ ବିଚାର କରୁଛନ୍ତି ।

ଏକା ସହିତ ଆସିଲେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସମସ୍ତ ଦେଶ

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସମସ୍ତ ସଦସ୍ୟଙ୍କୁ ଏଥର ଚୀନ ମସୂଦର ପକ୍ଷ ନେବା ଠିକ ଲାଗି ନାହିଁ । ଏହାକୁ ନେଇ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ବି ଚୀନ ଉପରେ କ୍ରୋଧିତ ହୋଇ ଯାଇଛନ୍ତି । ଏହାକୁ ନେଇ ଏହି ତିନି ଦେଶ ଚୀନ ସହ ବିଚାର ବିମର୍ଶ କରିବେ ତେବେ ଚୀନ ଯଦି ମାନି ଯାଏ ତେବେ ଏହା ଚୀନ ପାଇଁ ଭଲ ହେବ । ଯଦି ଚୀନ ମାନେ ନାହିଁ ତେବେ ଓପନ ଭୋଟିଂ କରାଯାଇ ପାରେ ।

ସୁରକ୍ଷା ପରିଷଦର ଜଣେ ରାଜନୟିକ କହିଛନ୍ତି କି ଯେ ଯଦି ଚୀନ ମସୂଦକୁ ବିଶ୍ଵ ଆତଙ୍କି ସୂଚୀ ଲିସ୍ଟରେ ସାମିଲ କରିବା ପାଇଁ ମନା କରେ ତେବେ ଦ୍ଵିତୀୟ ରଣନୀତି ପାଳନ କରାଯିବ ।

୪ ଥର ମସୂଦର ପକ୍ଷ ନେଇ ସାରିଛି ଚୀନ

୧୪ ଫେବ୍ରୁୟାରୀରେ ପୁଲୱାମା ଆକ୍ରମଣ ପରେ ଚତୁର୍ଥ ଥର ମସୂଦ ବିରୁଦ୍ଧରେ ସୁରକ୍ଷା ପରିଷଦରେ ପ୍ରସ୍ତାବ ନିଆ ଯାଇଛି । କାରଣ ଏହି ଆକ୍ରମଣ ନିଜେ ମସୂଦର ଆତଙ୍କି ସଂଗଠନ କରିଛି ବୋଲି ମାନିଥିଲା । କିନ୍ତୁ ଏଥର ଚୀନ ଏହି ପ୍ରସ୍ତାବ ଉପରେ ନିଜର ସହମତି ଦେଇ ନାହିଁ । ଯେଉଁ କାରଣରୁ ଏହି ପ୍ରସ୍ତାବ ଟଳି ଯାଇଛି । ଚୀନର ଏହିଭଳି ଆଚାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁଣି ଥରେ ଚୀନ ମସୂଦ ପକ୍ଷ ନେଇ ନିଜର ବିଟୋ ପାୱାର ବ୍ୟବହାର କରିଛି ।

କହିଦେଛୁ ଯେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପାଞ୍ଚ ଜଣ ସ୍ଥାଇ ସଦସ୍ୟ ଅଛନ୍ତି ଏବଂ ଏମାନଙ୍କ ପାଖରେ ବିଟୋ ପାୱାରର ଅଧିକାର ଅଛି । ଏହି ପାୱାର ଅନ୍ତର୍ଗତ ଯଦି କୌଣସି ପ୍ରସ୍ତାବରେ ଏହି ୫ ଦେଶର (ଆମେରିକା, ଫ୍ରାନ୍ସ, ବ୍ରିଟେନ, ରୁସ ଏବଂ ଚୀନ) ମଧ୍ୟରୁ କେହି ଜଣେ ବି ସହମତି ଦିଏ ନାହିଁ ଏବଂ କୌଣସି ଗୋଟିଏ ଦେଶ ବି ନିଜର ବିଟୋ ପାୱାର ବ୍ୟବହାର କରୁଛି, ତେବେ ସେହି ପ୍ରସ୍ତାବ ଟଳି ଯାଇଥାଏ ।

ନିଜର ଏହି ପାୱାରକୁ ଚୀନ ବାବରମ୍ବାର ବ୍ୟବହାର କରୁଛି । ସେଥିପାଇଁ ଅନ୍ୟ ସ୍ଥାୟୀ ଦେଶମାନେ ବି ଏଥିରେ ଚିନ୍ତିତ ଅଛନ୍ତି । ଯେଉଁ କାରଣରୁ ଚୀନକୁ ଏହିଥର ଚେତାବନୀ ଦିଆ ଯାଇଛି । ବର୍ତ୍ତମାନ ଲାଗୁଛି କି ଚୀନ ନିଜର ଆଚାରଣ ବଦଲାଇ ପାରେ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।