ହନୁମାନ ନିଜ ଜୀବନର ଗୋଟିଏ ହିଁ ଯୁଧ୍ୟ ହାରିଥିଲେ, ଜାଣନ୍ତୁ କେମିତି ହନୁମାନ ହାରିଯାଇଥିଲେ ଏହି ଯୁଧ୍ୟ

ନମସ୍କାର ବନ୍ଧୁମାନେ । ଆଜି ଆମେ ଆପଣଙ୍କୁ ମଚ୍ଛିନ୍ଦ୍ରନାଥ ଓ ମହାବଳୀ ହନୁମାନଙ୍କର ବିଷୟରେ କହିବୁ । ଗୋଟିଏ ସମୟର କଥା ଅଟେ ମଚ୍ଛିନ୍ଦ୍ରନାଥ ରାମେଶ୍ଵରକୁ ଆସିଥିଲେ । ଏହା ପରେ ସେ ଭଗବାନ ଶ୍ରୀରାମଙ୍କର ଦ୍ଵାରା ନିର୍ମିତି ସେତୁ ଦେଖି ବହୁତ ପ୍ରସନ୍ନ ହେଲେ । ଏବଂ ସେହି ସମୁଦ୍ରରେ ସ୍ନାନ କରିବାକୁ ଲାଗିଲେ । ସେହି ସମୟରେ ସେଠି ଉପସ୍ଥିତ ଥିବା ହନୁମାନ ଏକ ବୁଦ୍ଧ ବାନର ରୂପ ନେଇ ସେଠି ବସିଥିଲେ ।

ତାଙ୍କର ନଜର ମଚ୍ଛିନ୍ଦ୍ରନାଥଙ୍କ ଉପରେ ପଡିଲା ଏବଂ ହନୁମାନ ଜାଣିଥିଲେ କି ମଚ୍ଛିନ୍ଦ୍ରନାଥ ଏକ ସିଦ୍ଧ ପୁରୁଷ ଅଟନ୍ତି ତଥାପି ହନୁମାନ ମଚ୍ଛିନ୍ଦ୍ରନାଥଙ୍କର ଶକ୍ତିର ପରୀକ୍ଷା ନେବା ପାଇଁ ସେହି ସ୍ଥାନରେ ଅଚାନକ ବର୍ଷା କରିବା ଆରମ୍ଭ କରିଦେଲେ । ଏହା ପରେ ହନୁମାନ ଯିଏକି ବାନର ରୂପରେ ଥିଲେ ସେ ବର୍ଷାରୁ ବଞ୍ଚିବା ପାଇଁ ଏକ ପାହାଡ ଉପରେ ପ୍ରହାର କରି ଗୁମ୍ଫା କରିଦେଲେ ।

ମଚ୍ଛିନ୍ଦ୍ରନାଥ ଏହ ଦେଖି ବାନରକୁ କହିଲେ କି ତୁମେ ଏହା ସବୁ କଣ କରୁଛ, ଯେତେବେଳେ ଶୋଷ ଲାଗେ ତେବେ କୂଅ ଖୋଲା ଯାଏ ନାହିଁ । ତୁମକୁ ନିଜ ଘରର ବ୍ୟବସ୍ଥା ପୂର୍ବରୁ କରିବା ଉଚିତ ।

ମଚ୍ଛିନ୍ଦ୍ରନାଥଙ୍କର କଥା ଶୁଣି ହନୁମାନ ତାଙ୍କୁ ପଚାରିଲେ କି ଆପଣ କିଏ ? ଏହା ଉପରେ ମଚ୍ଛିନ୍ଦ୍ରନାଥ କହିଲେ କି ମୁଁ ଜଣେ ସିଦ୍ଧ ପୁରୁଷ ଅଟେ ଏବଂ ମୋତେ ମୁର୍ତ୍ୟୁ ଶକ୍ତି ପ୍ରାପ୍ତ ଅଛି । ତାଙ୍କର ଏହି କଥା ଶୁଣି ହନୁମାନ ଚିନ୍ତା କରିଲେ କି ମଚ୍ଛିନ୍ଦ୍ରନାଥଙ୍କର ପରୀକ୍ଷା ନେବାର ଏହା ଏକ ଶୁଭ ଅବସର ଅଟେ । ହନୁମାନ ମଚ୍ଛିନ୍ଦ୍ରନାଥଙ୍କୁ କହିଲେ କି ମହାବଳୀ ହନୁମାନଙ୍କ ଠାରୁ ଶ୍ରେଷ୍ଠ ଏବଂ ବଳବାନ ବ୍ୟକ୍ତି ଏହି ସଂସାରରେ କେହି ନାହାନ୍ତି ।

ମୁଁ ତାଙ୍କର କିଛି ସମୟ ପାଇଁ ସେବା କରିଥିଲି ଏବଂ ସେ ସେଥିରେ ପ୍ରସନ୍ନ ହୋଇ ନିଜ ଶକ୍ତିର ୧ % ଶକ୍ତି ମୋତେ ଦେଇଥିଲେ । ଯଦି ଆପଣଙ୍କ ଭିତରେ ବହୁତ ଶକ୍ତି ଅଛି ତେବେ ଆପଣ ମୋ ସହିତ ଯୁଧ୍ୟ କରନ୍ତୁ । ଏହ ପରେ ମଚ୍ଛିନ୍ଦ୍ରନାଥ ହନୁମାନଙ୍କ ସହ ଯୁଧ୍ୟ କରିଲେ ।

ହନୁମାନ ବାୟୁରେ ଉଡି ଯାଇ ମଚ୍ଛିନ୍ଦ୍ରନାଥଙ୍କ ଉପରେ ଏକ ପଥର ଫୋପାଡିଲେ । କିନ୍ତୁ ମଚ୍ଛିନ୍ଦ୍ରନାଥ ତାଙ୍କର ମନ୍ତ୍ର ବଳରେ ପଥର ଗୁଡିକୁ ଆକାଶରେ ହିଁ ସ୍ତିର କରିଦେଲେ ଏବଂ ସେ ଗୁଡିକୁ ତାଙ୍କର ମୂଳ ସ୍ଥାନରେ ରଖିଦେଲେ ।

ଏହି ସବୁକୁ ଦେଖି ହନୁମାନ କ୍ରୋଧିତ ହୋଇ ଅନ୍ୟ ଏକ ବଡ ପଥରକୁ ହାତରେ ଉଠାଇ ମଚ୍ଛିନ୍ଦ୍ରନାଥଙ୍କ ଉପରେ ଫୋପାଡିବା ପାଇଁ ଆକାଶରେ ଉଡି ଗଲେ । ସେହି ସମୟରେ ମଚ୍ଛିନ୍ଦ୍ରନାଥ ସମୁଦ୍ରର କିଛି ପାଣି ନେଇ ମନ୍ତ୍ର ବଳରେ ହନୁମାନଙ୍କ ଉପରେ ଫୋପାଡି ଦେଲେ । ଏହା ପରେ ହନୁମାନ ପବନରେ ହିଁ ସ୍ଥିର ହୋଇଗଲେ ।

ହନୁମାନଙ୍କର ସବୁ ଶକ୍ତି ଶିଥିଲ ପଡିଗଲା ଏବଂ ସେ ପର୍ବତର ଭାର ଉଠାଇ ପାରିଲେ ନାହିଁ । ଏହା ଦେଖି ହନୁମାନଙ୍କର ପିତା ବାୟୁ ଦେବତା ଡରି ଯାଇ ମଚ୍ଛିନ୍ଦ୍ରନାଥଙ୍କୁ ପ୍ରାର୍ଥନା କରି କହିଲେ କି ହନୁମାନଙ୍କୁ କ୍ଷମା କରି ଦିଅନ୍ତୁ । ଏହା ପରେ ମଚ୍ଛିନ୍ଦ୍ରନାଥ ହନୁମାନଙ୍କୁ କ୍ଷମା କରି ଦେଇଥିଲେ । ହନୁମାନ ନିଜର ମୂଳ ରୂପରେ ଆସିଗଲେ ଏବଂ କହିଲେ କି ମୁଁ ଜାଣିଛି ଆପଣ ନାରାୟଣଙ୍କର ଅବତାର ଅଟନ୍ତି ଏହା ଜାଣି ବି ମୁଁ ଆପଣଙ୍କର ଶକ୍ତିର ପରୀକ୍ଷା ନେବାକୁ ଚେଷ୍ଟା କରିଲେ ମୋତେ କ୍ଷମା କରି ଦିଅନ୍ତୁ । ଏହା ଶୁଣି ମଚ୍ଛିନ୍ଦ୍ରନାଥ ହନୁମାନଙ୍କୁ କ୍ଷମା କରି ଦେଲେ ।

ଯଦି ଆପଣଙ୍କୁ ଆମର ଏହି ପୌରାଣିକ କଥାଟି ଭଲ ଲାଗିଥାଏ ତେବେ ସେଆର କରିବେ ଓ ଆଗକୁ ଏମିତି ନୂଆ ନୂଆ କଥା ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।