ଆଜିର ଆଧୁନିକ ଯୁଗରେ ମଣିଷ ଅସମ୍ଭବ କାମକୁ ବି ସମ୍ଭବ କରି ଦେଖାଉଛି । ବୁଦ୍ଧି ଓ କୌଶଳ ବଳରେ ମଣିଷ ପାହାଡରେ ମଧ୍ୟ ରାସ୍ତା ତିଆରି କରି ଦେଉଛି ଏବଂ ଗଭୀର ସମୁଦ୍ରରେ କଣ ଅଛି ତା’ର ରହସ୍ୟ ଜାଣିବା ପାଇଁ ମଧ୍ୟ ଅତ୍ୟାଧୁନିକ ଜାହାଜ ପ୍ରସ୍ତୁତ କରି ପାରୁଛି । ସେହିପରି ଆଜି ଆମେ ଆପଣଙ୍କୁ ଏପରି ଏକ ଅସମ୍ଭବ କାମ ବିଷୟରେ ଜଣାଇବୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଅତ୍ୟାଧୁନିକ ଯନ୍ତ୍ରପାତି ଓ କୌଶଳବିଦ୍ୟା ସାହାଯ୍ୟରେ ମଣିଷ ଚାହିଁଲେ ଏବେ ଗୋଟିଏ ଘର ବା ବିଲଡିଙ୍ଗକୁ ମଧ୍ୟ ଅନ୍ୟ ଏକ ସ୍ଥାନକୁ ଉଠେଇ ନେଇ ପାରୁଛି ।

ଶୁଣିବାକୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥାଟି ଏକଦମ ସତ । ଜାପାନ ପରି ଅତ୍ୟଧିକ ଭୂମିକମ୍ପ ହେଉଥିବା ଦେଶରେ ଏହିଭଳି ଟେକନିକ ଅତ୍ୟଧିକ ମାତ୍ରାରେ ବ୍ୟବହାର କରାଯାଏ । କିନ୍ତୁ ଏହି ଟେକନିକ ଏବେ ସାରା ବିଶ୍ବରେ ଖୁବ ଆଦୃତ । ତେବେ ଆମ ଭାରତ ମଧ୍ୟ ଏଥିରେ କିଛି ପଛରେ ନାହିଁ । ନିକଟରେ ପଞ୍ଜାବର ଏକ ସ୍ଥାନରେ ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠାକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରା ଯାଉଥିବାର ଦେଖିବାକୁ ମିଳିଛି ।
ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଘରଟିକୁ ଭୂମି ଉପରୁ ଉଠା ଯାଇଥାଏ ଓ ଏହାକୁ ରଥ ଭଳି ଧୀରେ ଧୀରେ ଗଡେଇ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଏ । ଏହି ପଞ୍ଜାବରେ ହୋଇଥିବା ଏହି ଘର ସ୍ଥାନାନ୍ତିକରଣର ଭିଡିଓ ବର୍ତ୍ତମାନ ସାରା ଦେଶରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ବାସସ୍ଥାନକୁ ଗୋଟିଏ ସ୍ଥାନରୁ ଆଉଏକ ସ୍ଥାନକୁ ନେବା ପୂର୍ବରୁ ସେହି ସ୍ଥାନରେ ପ୍ରଥମେ ଏକ ଫାଉଣ୍ଡେସନ ପ୍ରସ୍ତୁତ କରାଯାଏ, ଯେଉଁଠିକୁ ଆପଣ ଘରକୁ ନେଇଯିବାକୁ ହୋଇଥାଏ ।

ଏହାପରେ ଘର ତଳୁ ମାଟି ଖୋଳି ତା’ ତଳେ ଜାଗା ବନେଇବାକୁ ହୋଇଥାଏ । ଘରର ମୂଳଦୁଆ ତଳେ କିଛି ଉପକରଣ ଖଞ୍ଜାଯାଏ ଓ ଅନେକ ଗୁଡିଏ ଜ୍ୟାକ ସାହାଯ୍ୟରେ ଘରକୁ ଧୀରେ ଧୀରେ ଉପରକୁ ଉଠାଯାଏ । ଘର ଉପରକୁ ଉଠିବା ପରେ ଏହାତଳେ ରୋଲର ଫିଟ୍ କରି ଦିଆଯାଏ ଓ ସେହି ରୋଲର ଉପରେ ଥିବାବେଳେ ଘରକୁ ଅତି ସାବଧାନତାର ଧୀରେ ଧୀରେ ଗଡେଇ ନେଇ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଫାଉଣ୍ଡେସନ ଉପରେ ରଖି ଦିଆଯାଏ ।
ବଲିଉଡ ଫିଲ୍ମ “ସର୍ଦ୍ଦାର କା ଗ୍ରାଣ୍ଡସନ” ରେ ମଧ୍ୟ ଏହି ଟେକନିକକୁ ଖୁବ ଭଲ ଭାବେ ପ୍ରଦର୍ଶନ କରାଯାଇଛି । ଆପଣଙ୍କୁ ଏହି ଟେକନିକ ବିଷୟରେ ଜାଣି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।