ରସୁଣର ଚା ପିଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରିକ ଲାଭ, ଏହାର ଲାଭ ବିଷୟରେ ଜାଣିଲେ ଆଜି ଠାରୁ ଆପଣ ବି ଆରମ୍ଭ କରିଦେବେ ରସୁଣ ଚା ପିଇବା

ସାଧାରଣତଃ ରସୁଣର ପ୍ରୟୋଗ ଏମିତିରେ ଖାଦ୍ୟର ସ୍ଵାଦ ବଢାଇବା ପାଇଁ କରାଯାଇଥାଏ । କିନ୍ତୁ ଏହା ଛଡା ବି ଏଥିରେ ଥିବା ପୌଷ୍ଟିକ ତତ୍ଵ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ବି ବହୁତ ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ ରସୁଣ ଚା’ ର ଲାଭ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିଲେ ଆପଣଙ୍କର ହୋସ ଉଡିଯିବ । କହିଦେଉଛୁ କି ରସୁଣ କେବଳ ଖାଇବା ପାଇଁ ବ୍ୟବହାର କରାଯାଇ ନ ଥାଏ ଏହା ଛଡା ବି ଏହା ବହୁତ ଲାଭଦାୟକ ହୋଇଥାଏ ।

ଚାଳନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ଓ ଯେଉଁ ଲୋକମାନଙ୍କୁ ରସୁଣର ଚା’ ପ୍ରସ୍ତୁତ କରିବାର ବିଧି ବିଷୟରେ ଜଣା ନାହିଁ ତେବେ ଆମେ ଆପଣଙ୍କୁ ଏହି ଚା’ର ବିଧି ବିଷୟରେ କହିଦେଉଛୁ ।

ରସୁଣର ଚା ପ୍ରସ୍ତୁତ କରିବାର ସାମଗ୍ରୀ ଓ ବିଧି

ସାମଗ୍ରୀ – ରସୁଣ – ଗୋଟିଏ କଲି, ପାଣି – ୨ଟି ଛୋଟ ଗିଲାସ, ଅଦା – ଗୋଟିଏ ଚୁଟକି, ମହୁ – ଗୋଟିଏ ଚାମଚ ଓ ଲେମ୍ବୁ ରସ – ଗୋଟିଏ ଚାମଚ

ପ୍ରସ୍ତୁତ କରିବାର ବିଧି : ଏହି ଟେସ୍ଟୀ ଓ ହେଲ୍ଦୀ ଚା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଣିକୁ ଗରମ କରନ୍ତୁ, ଏହା ପରେ ଏଥିରେ ଅଦା ଓ ରସୁଣର ପେଷ୍ଟ ପକାନ୍ତୁ, ଯାହା ପରେ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଯେତେବେଳେ ଚା ହୋଇଯିବ ତେବେ ଏହାକୁ ୧୦ ମିନିଟ ରଖି ଦିଅନ୍ତୁ, ଏହା ପରେ ଏହାକୁ ଛାଣି ଦିଅନ୍ତୁ, ପୁଣି ଏଥିରେ ଲେମ୍ବୁ ଓ ମହୁ ମିଶାନ୍ତୁ । ବର୍ତ୍ତମାନ ଆପଣଙ୍କର ଚା’ ପ୍ରସ୍ତୁତ ହୋଇଗଲା ।

ରସୁଣ ଚା’ ର ଲାଭ

୧. ହାର୍ଟ ପାଇଁ ଲାଭଦାୟକ

ରସୁଣର ଚା’ ହାର୍ଟ ପାଇଁ ବହୁତ ଭଲ ହୋଇଥାଏ । ଏହାକୁ ପିଇବା ଦ୍ଵାରା ହାର୍ଟ ଜନିତ ରୋଗ ହୋଇ ନ ଥାଏ, ଏତିକି ନୁହେଁ ଯଦି ଆପଣଙ୍କର ହାର୍ଟ ଜନିତ ରୋଗ ଅଛି ତେବେ ଏହାର ସେବନ ନିଶ୍ଚିତ କରନ୍ତୁ ।

୨. ଓଜନକୁ କମ କରେ

ରସୁଣର ଚା’ ସବୁଦିନ ସକାଳେ ପିଇବା ଦ୍ଵାରା ଓଜନ କଣ୍ଟ୍ରୋଲରେ ଆସିଯାଏ । କହିଦେଉଛୁ କି ଏହାର ସେବନ ଖାଲି ପେଟରେ କରିବା ଉଚିତ ତେବେ ଯାଇ ଏହା ଫଳଦାୟକ ହେବ ।

୩. ଥଣ୍ଡା ଓ କାଶକୁ କଣ୍ଟ୍ରୋଲ କରେ

ଥଣ୍ଡା ହେଲେ ଏହାକୁ ନିଶ୍ଚିତ ପିଇବା ଉଚିତ । ଯଦି ଆପଣଙ୍କୁ କାଶ ହେଉଛି, କୌଣସି ଔଷଧରେ ଏହା ଠିକ ହେଉ ନାହିଁ, ତେବେ ଆପଣଙ୍କୁ ରସୁଣର ଚା’ ପିଇବା ଉଚିତ, ଏହା ଦ୍ଵାରା ବହୁତ ଆରାମ ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।