ରାଷ୍ଟ୍ରପତି ହେବା ପରେ କେଉଁ ସବୁ ସୁବିଧା ପାଉଛନ୍ତି Draupadi Murmu ? ଅବସର ପରେ କେଉଁ ସବୁ ସୁବିଧା ପାଇବେ ? ଜାଣିଲେ ହୋସ୍ ଉଡିଯିବ !

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି । ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଏଁ ତାଙ୍କ ସଫଳ ଯାତ୍ରାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଅଳ୍ପ କିଛିଦିନ ବ୍ଯବଧାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ଵିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଥିବାରୁ ତାଙ୍କୁ ନେଇ ପୁଣି ଥରେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଦେଶ ପ୍ରଥମ ନାଗରିକ ଭାବେ ଭରତ ସରକାରୀଙ୍କ ଠାରୁ କେଉଁ ସବୁ ସୁବିଧା ପାଉଛନ୍ତି ଆମ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଆସନ ଗ୍ରହଣ କରିବା ପରେ ଦେଶର ପ୍ରଥମ ନାଗରିକଙ୍କୁ ମାସିକ ପ୍ରାୟ 5 ଲକ୍ଷ ଟଙ୍କାର ବେତନ ମିଳିଥାଏ ଏବଂ ଏହାଶାଗ ବିଭିନ୍ନ ପ୍ରକାର ଭତ୍ତା ମଧ୍ୟ ତାଙ୍କୁ ମିଳିଥାଏ । ରାଷ୍ଟ୍ରପତି ବିଶ୍ଵର ଯେଉଁ ସ୍ଥାନକୁ ଯାତ୍ରା କଲେ ମଧ୍ୟ ମାଗଣା ଯାତ୍ରା କରିବାର ସୁବିଧା ଯୋଗାଇ ଦିଆଯାଏ । ରାଷ୍ଟ୍ରପତିଙ୍କ ଦେଖାଶୁଣା କରିବା ପାଇଁ ପ୍ରାୟ 200 ରୁ ଅଧିକ କର୍ମଚାରୀ ନିୟୋଜିତ ଥାଆନ୍ତି । ରାଇସିନା ହିଲ୍ ରେ ରାଷ୍ଟ୍ରପତିଙ୍କ ରହଣି ପାଇଁ 340ରୁ ଅଧିକ କୋଠରି ରହିଛି ।

ଏହାସହ ରାଷ୍ଟ୍ରପତିଙ୍କୁ ସ୍ଵତନ୍ତ୍ର ଗାଡି ମିଳିଥାଏ । ରାଷ୍ଟ୍ରପତିଙ୍କ ସୁବିଧାରେ ଯାତାୟାତ ପାଇଁ କଷ୍ଟମାଇଜଡ୍ ମର୍ଷିଡିଜ ବେଞ୍ଜ ଏସ 600 ଯୋଗାଇ ଦିଆଯାଏ । ଏହି ଗାଡିଟି 15 କେଜି ଟିଏନଟି ଆକ୍ରମଣ 2 ମିଟର ଦୂରରୁ ବି ସହ୍ୟ କରିପାରେ ଏବଂ ଏକେ 47 ଗୁଳି ମଧ୍ୟ ଏହାକୁ ଭେଦ କରିପାରେ ନାହିଁ । ଏହି ଗାଡିଟି ରାଷ୍ଟ୍ରପତିଙ୍କୁ ବିସ୍ଫୋରକ ବୋମା ଏବଂ ଗ୍ଯାସ ଆକ୍ରମଣରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ ।

ମାତ୍ର 8 ସେକେଣ୍ଡରେ ଏହି ଗାଡି ଶୂନରୁ 100 କିମି ବେଗରେ ଚାଲିପାରିବ । ଏହି ଗାଡିର ସର୍ବାଧିକ ସ୍ପିଡ୍ ଘଣ୍ଟାପ୍ରତି 108 କିମି ରହିଛି । ରାଷ୍ଟ୍ରପତିଙ୍କୁ ଅବସର ପରେ ମଧ୍ୟ ଅନେକ ସୁବିଧା ମିଳିଥାଏ । ଅବସର ପରେ ତାଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ମିଳେ ଏବଂ କର୍ମଚାରୀଙ୍କ ଖର୍ଚ୍ଚ ପାଇଁ ଅତିରିକ୍ତ 60 ହଜାର ଟଙ୍କା ମଧ୍ୟ ମିଳେ । ଏହାସହ ରହିବା ପାଇଁ ଟାଇପ-8 ବାସଗୃହ ମଧ୍ୟ ପ୍ରଦାନ କରାଯାଏ ।

ଜଣେ ସହଯୋଗୀଙ୍କ ସହ ଟ୍ରେନ ଓ ବିମାନରେ ଯାତ୍ରା ମାଗଣାରେ ଯାତ୍ରା ସୁବିଧା ମିଳିବା ସହ ଜୀବନସାରା ମାଗଣା ମେଡିକାଲ ସେବା ମଧ୍ୟ ଯୋଗାଇ ଦିଆଯାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସବୁ ସୁବିଧା ପାଉଥିବା ବେଳେ ଅବସର ପରେ ମଧ୍ୟ ଉପରୋକ୍ତ ସମସ୍ତ ସୁବିଧା ସେ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।