ଏଭଳି ଭୁଲ କରୁଛନ୍ତି କି ? ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ ଆପଣଙ୍କ ପ୍ୟାନ କାର୍ଡ ! ଦେଖନ୍ତୁ ଏଥିରୁ ବଞ୍ଚିବା ପାଇଁ କଣ କରିବାକୁ ହେବ

ଆଧାର କାର୍ଡ ଓ ପ୍ୟାନକାର୍ଡ ଲିଙ୍କ କରିବାକୁ ନେଇ ପୁଣି ଥରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯେଉଁମାନେ ଏବେ ଯାଏଁ ଆଧାର ସହ ପ୍ୟାନକାର୍ଡ ଲିଙ୍କ କରିନାହାନ୍ତି ସେମାନଙ୍କୁ ଆଗକୁ ବଡ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ସୂଚନା ଅନୁଯାୟୀ ଏବେ ପର୍ଯ୍ୟନ୍ତ ଜାରି ହୋଇଥିବା ପ୍ରାୟ 61 କୋଟିରୁ ମାତ୍ର 48 କୋଟି ପ୍ୟାନକାର୍ଡ ଆଧାର ସହ ଲିଙ୍କ କରାଯାଇଛି । ହେଲେ ଯେଉଁମାନେ ଏବେ ପର୍ଯ୍ୟନ୍ତ ଆଧାର ସହ ପ୍ୟାନ ଲିଙ୍କ କରିନାହାନ୍ତି ସେମାନେ ଆସନ୍ତା ମାର୍ଚ୍ଚ 31 ତାରିଖ ଭିତରେ କରିନେବା ଉଚିତ ।

ନହେଲେ ଅନେକ ସୁବିଧାରେ ସେମାନେ ବାଦ୍ ପଡିପାରନ୍ତି । ଆଧାର ସହ ଯଦି ପ୍ୟାନ ଲିଙ୍କ ନ ହୋଇଥିବ ତେବେ ପ୍ୟାନକାର୍ଡକୁ ନିଷ୍କ୍ରିୟ କରି ଦିଆଯିବା ବୋଲି ଶୁଣିବାକୁ ମିଳୁଛି । ସରକାର ପୂର୍ବରୁ ହିଁ ଆଧାର ଓ ପ୍ୟାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରି ସାରିଛନ୍ତି । ପୂର୍ବରୁ ଆଧାର ସହ ପ୍ୟାନ ଲିଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡୁ ନଥିବା ବେଳେ ଗତ ବର୍ଷ ଠାରୁ ଏଥିପାଇଆନ ଶୁଳ୍କ ଦେବାକୁ ଘୋଷଣା କରିଛନ୍ତି ସରକାର ।

କାରଣ ବାରମ୍ବାର ଲୋକଙ୍କୁ କହିବା ସତ୍ତ୍ୱେ ମଧ୍ୟ ଅନେକ ଲୋକ ଆଧାର ସହ ପ୍ୟାନ ଲିଙ୍କ କରି ନଥିଲେ । ଯେଉଁଥି ପାଇଁ ପରବର୍ତ୍ତୀ ସମୟରେ ମାଗଣା ଆଧାର ଓ ପ୍ୟାନ ଲିଙ୍କ ସେବାକୁ ସରକାର ହଟେଇ ଦେଇଥିଲେ । ଏଣିକି ଆଧାର ସହ ପ୍ୟାନ ଲିଙ୍କ ପାଇଁ ଗ୍ରାହକଙ୍କୁ ହଜାର ଟଙ୍କା ଦେବାକୁ ପଡିବ ।

ଆଧାର ଓ ପ୍ୟାନ ଦୁଇଟି ଯାକ ପରିଚୟ ପତ୍ର ସବୁ କ୍ଷେତ୍ର ପାଇଁ ବାଧ୍ୟତାମୂଳକ କରି ଦିଆଯାଇଛି । ବ୍ଯାଙ୍କ କାର୍ଯ୍ୟ ଏବଂ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆଧାର ସହ ପ୍ୟାନକୁ ମଧ୍ୟ ବାଧ୍ୟତାମୂଳକ କରି ଦିଆଯାଇଛି । ଘରଭଡା ନେବାକୁ ହେଲେ ମଧ୍ୟ ଆଧାର ଓ ପ୍ୟାନର ଆବଶ୍ୟକ ପଡୁଛି । ଏଭଳି ସ୍ଥିତିରେ ଯଦି ଆପଣଙ୍କ ପ୍ୟାନ କାର୍ଡ ନିଷ୍କ୍ରିୟ କରି ଦିଆଯାଏ ତେବେ ଆପଣ ଅନେକ ଅସୁବିଧାର ସାମ୍ନା କରିପାରନ୍ତି ।

ତେଣୁ ବେଳ ଥାଉ ଥାଉ ଦାୟିତ୍ଵପୂର୍ବକ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନିଜ ଆଧାର ସହ ପ୍ୟାନକାର୍ଡକୁ ଲିଙ୍କ କରେଇ ନିଅନ୍ତୁ । ଆଉ ବିନା କୌଣସି ଅସୁବିଧାରେ ସମସ୍ତ ସରକାରୀ ସହାୟତାର ଲାଭ ଉଠାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।