ରିଲାଇନ୍ସର ଏହି ପାୱାରଫୁଲ୍ ବ୍ୟକ୍ତି କିଏ ? ୟାଙ୍କୁ କୁହାଯାଏ Mukesh Ambani ଙ୍କ ଡାହାଣ ହାତ, ଯାହାଙ୍କ ପାଇଁ ଆଜି ଏତେ ସଫଳ ହୋଇଛି ରିଲାଇନ୍ସ କମ୍ପାନୀ !

ଫେସବୁକ ଭଳି ଦୁନିଆର ଅନ୍ୟ ବଡ ବଡ କମ୍ପାନୀ ମଧ୍ୟ ରିଲାଇନ୍ସ ଜିଓରେ ମୋଟାଅଙ୍କର ଅର୍ଥ ନିବେଶ କରିଛନ୍ତି । ଏସବୁ ବଡ ବଡ କର୍ପୋରେଟ ଡିଲ୍ ଏତେ ସହଜ ହୋଇ ନଥାଏ । ଏଥିପାଇଁ ତୀଖ୍ମ ବୁଦ୍ଧିମତାର ସହ ଯୋଜନା କରିବାକୁ ପଡିଥାଏ । ଯିଏ କି ପରଦା ପଛରେ ରହି ସବୁ କାମ ସମ୍ଭାଳି ଥାଆନ୍ତି । ଏସବୁ ଗୁରତ୍ଵପୂର୍ଣ୍ଣ ଦାୟିତ୍ଵ ବହନ କରୁଥିବା ବ୍ୟକ୍ତିଙ୍କ ବିଷୟରେ କିନ୍ତୁ ଖୁବ କମ୍ ଲୋକ ଜାଣିଥିବେ । ଆମେ କହୁଛୁ ମନୋଜ ମୋଦିଙ୍କ କଥା ।

 

ଦେଶର ଧନୀ ବ୍ୟବସାୟୀ ଭାବେ ମୁକେଶ ଅମ୍ବାନୀଙ୍କ ନାମ ଶୀର୍ଷରେ ରହିଛି । ବ୍ୟବସାୟ କ୍ଷେତ୍ରରେ ସଫଳତାର ଶୀର୍ଷ ଛୁଇଁଛନ୍ତି ମୁକେଶ ଅମ୍ବାନୀ । ତାଙ୍କ କମ୍ପାନୀ ରିଲାଇନ୍ସ ବିଭିନ୍ନ ସେକ୍ଟରରେ ଡିଲ୍ କରେ । ତେବେ ଏସବୁ ଡିଲ୍ ପଛରେ ମୁକେଶ ଅମ୍ବାନୀଙ୍କ ଡାହାଣ ହାତ କୁହା ଯାଉଥିବା ମନୋଜ ମୋଦିଙ୍କ ହାତ ରହିଛି । ଅଧିକାଂଶ ଲୋକ ତାଙ୍କୁ ଜାଣି ନଥିଲେ ମଧ୍ୟ ମୁକେଶ ଅମ୍ବାନୀ ପରିବାରର ସେ ଅତିପ୍ରିୟ ଓ ବିଶ୍ଵସ୍ତ ବ୍ୟକ୍ତି ।

ପରିବାର ସଦସ୍ୟ ନହେଲେ ମଧ୍ୟ ରିଲାଇନ୍ସର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି ମନୋଜ । ରିଲାଇନ୍ସର ବଡ ବଡ ପ୍ରୋଜେକ୍ଟକୁ ସଫଳ କରିବାରେ ମନୋଜଙ୍କର ସବୁଠୁ ବଡ ଅବଦାନ ରହିଛି । ରିଲାଇନ୍ସରେ ସ୍ଵତନ୍ତ୍ର ପୋଜିଶନ ଥିବା ମନୋଜ ହେଉଛନ୍ତି ଅମ୍ବାନୀଙ୍କର ସହପାଠୀ । ସୋସିଆଲ ମିଡିଆରେ ସେ ଏତେ ସକ୍ରିୟ ନାହାନ୍ତି । ହେଲେ ତାଙ୍କ ପାଇଁ ଆଜି ସଫଳତାର ଉତ୍କର୍ଷରେ ପହଞ୍ଚି ପାରିଛି ରିଲାଇନ୍ସ ।

କମ୍ପାନୀର ବ ବଡ ନିଷ୍ପତ୍ତିରେ ମନୋଜ ମୋଦିଙ୍କର ମୁଣ୍ଡ ଥାଏ । ପୁରା କମ୍ପାନୀରେ ସେ MM ଭାବେ ଜଣାଶୁଣା । ଯେତେବେଳେ ମନୋଜଙ୍କ ପାଖେ କୌଣସି ପଦ ନଥିଲା ସେତେବେଳେ ବି ତାଙ୍କ ପାଖେ ଯଥେଷ୍ଟ ପାୱାର ଥିଲା । ଏବେ ସେ ରିଲାଇନ୍ସ ରିଟେଲ୍ସ ଓ ରିଲାଇନ୍ସ ଜିଓର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି । ଖବର ମୁତାବକ ରିଲାଇନ୍ସ ଜିଓରେ ଫେସବୁକ 43,574 କୋଟି ନିବେଶ କରିବାରେ କେବଳ ମନୋଜ ମୋଦିଙ୍କର ହାତ ଥିଲା ।

କମ୍ପାନୀକୁ ଏମିତି ଅନେକ ବଡ ବଡ ସେ ଭେଟି ଦେଇଛନ୍ତି । ମନୋଜ ରିଲାଇନ୍ସକୁ ଇଣ୍ଟରନେଟ ଟେକ୍ନୋଲୋଜି କମ୍ପାନୀ ଭାବେ ବିଶ୍ଵ ସ୍ତରରେ ସ୍ଥାପଜ୍ନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇନ ଆମ ପେଜ୍ କୁ ଲାଇକ କରନ୍ତୁ ।