ବର୍ତ୍ତମାନ ହିଁ ମୋଦୀ ସରକାରଙ୍କର ମନ୍ତ୍ରୀମାନେ ଗାଡିରୁ ନାଲି ବତୀ ହଟାଇ ଦେଇଛନ୍ତି । ସେମାନେ ଦେଶରୁ VVIP ପ୍ରଥା ଶେଷ କରିବା ପାଇଁ ଏହା କରିଛନ୍ତି । ଭାରତରେ ସାଧାରଣ ମଣିଷଙ୍କ ପାଇଁ ନିୟମ ଅଲଗା ଅଟେ କିନ୍ତୁ ମାନନୀୟ ବା ଉଚ୍ଚ ପଦାଧିକାରୀ ଲୋକମାନଙ୍କ ପାଇଁ ଏହା ଅଲଗା ଅଟେ । ଯେମିତି କି ଭାରତର ରାଷ୍ଟ୍ରପତିଙ୍କ କାରରେ ନମ୍ବର ପ୍ଲେଟ ନଥାଏ । ଏହା ପଛରେ ଏକ ବଡ କାରଣ ଅଛି ଏବଂ ଆଜି ଆମେ ଆପଣଙ୍କୁ ଏହି କାରଣ ବିଷୟରେ ଅବଗତ କରାଇବୁ ।
କଣ ଅଟେ ନମ୍ବର ପ୍ଲେଟର ଆଇନ
ବିନା ରେଜିସ୍ଟ୍ରେଶନରେ ଗାଡି ନେଇ ବାହାରକୁ ବାହାରିଲେ ପୁଲିସ ଗାଡିକୁ ଧରି ପାରିବେ କିମ୍ବା ଚାଲାଣ କାଟି ପାରନ୍ତି । କିନ୍ତୁ ରାଷ୍ଟ୍ରପତିଙ୍କ ପାଇଁ ଆଇନ ଅଲଗା ଅଟେ । କହିଦେଉଛୁ ଯେ ଦେଶର ରାଷ୍ଟ୍ରପତିଙ୍କ ପାଖରେ ୧୪ ଟି ଏମିତି ଗାଡି ଅଛି ଯାହାର ନମ୍ବର ପ୍ଲେଟ ନାହିଁ । କାହିଁକି ଅଟେ ସାଧାରଣ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ଭେଦବାଦ ? ଚାଲନ୍ତୁ ଆପଣଙ୍କୁ ଏହାର ଉତ୍ତର ବିଷୟରେ କହିବା ।
ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ରାସ୍ତାରେ ଗାଡି ଚଲାଇବା ପାଇଁ ସାର୍ଟିଫିକେଟ ଅଫ ରେଜିସ୍ଟ୍ରେଶନ କିମ୍ବା RC ଦରକାର ହୋଇଥାଏ ଯାହାକୁ ସରକାର ଦ୍ଵାରା ଦିଆଯାଏ । ଏହି ରେଜିସ୍ଟ୍ରେଶନ ନମ୍ବର ଆପଣଙ୍କର ଗାଡି ଉପରେ ଲେଖା ହୋଇଥାଏ । ଏହା ବିନା କୌଣସି ବି ଗାଡି ରାସ୍ତାରେ ଚାଲିବ ନାହିଁ।
ଏହି କାରଣରୁ ହୋଇନଥାଏ ନମ୍ବର ପ୍ଲେଟ
କହିଦେଉଛୁ ଯେ ବ୍ୟକ୍ତି ଯଦି ନୂଆ ଗାଡି ନେଇଥାଏ ତେବେ ରେଜିସ୍ଟ୍ରେଶନ ନମ୍ବର ମିଳିବା ପର୍ଯ୍ୟନ୍ତ ତାହକୁ ଏକ ଟେମ୍ପରରୀ ରେଜିସ୍ଟ୍ରେଶନ ନମ୍ବର ଦିଆଯାଏ । ଯେବେ ଆପଣ ଭାରତର କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶରୁ ଗାଡି କିଣୁଛନ୍ତି ତେବେ ଗାଡିର ରେଜିସ୍ଟ୍ରେଶନ ନମ୍ବର ସବୁ ରାଜ୍ୟରେ ଚାଲି ପାରିବ । କିନ୍ତୁ ଆପଣ ଯେଉଁ ରାଜ୍ୟରେ ଗାଡି କିଣିଛନ୍ତି ତାହାକୁ ଛାଡି ଅନ୍ୟ ରାଜ୍ୟରେ ଆପଣ ୧ ବର୍ଷ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେହି ନମ୍ବର ରେ ଗାଡି ଚଳାଇ ପାରିବେ ନାହିଁ ।
ଆପଣଙ୍କୁ ସେହି ରାଜ୍ୟରେ ପୁଣିଥରେ ଗାଡିର ରଜିସ୍ଟ୍ରେଶନ କରିବାକୁ ପଡିବ । ବ୍ରିଟିଶ ସିଷ୍ଟମ ଅନୁସାରେ ‘ଗୋଟିଏ ରାଜା କେବେ ବି ଭୁଲ କରି ପାରେ ନାହିଁ’ ସେଥିପାଇଁ ରାଷ୍ଟ୍ରପତି ଏବଂ ଅନ୍ୟ ମାନନୀୟଙ୍କ ଗାଡିରେ ରେଜିସ୍ଟ୍ରେଶନ ନମ୍ବର ନଥାଏ । ଏହି କାରଣରୁ ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଲେଟ ନଥାଏ । ବ୍ରିଟିଶଙ୍କ ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ସହିତ VVIPଙ୍କ ଗାଡିରେ ନମ୍ବର ପ୍ଲେଟ ନଥାଏ । ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ।