ନିଜର ବୟସ ହିସାବରେ ଜାଣନ୍ତୁ, ବାହାଘର ପରେ ପ୍ରଥମ ପିଲା କେବେ କରିବା ଠିକ ହେବ ?

ଆଜିକାଲି ପ୍ରେମ ବହୁତ ଜଲ୍ଦି ହୋଇଥାଏ କିନ୍ତୁ ଏହି ସମୟରେ ପ୍ରେମୀ – ପ୍ରେମିକା ମାନେ ବାହାଘରର ନାମ ଶୁଣିବା ମାତ୍ରେ ହିଁ ବୋଝ ଭାବନ୍ତି କିନ୍ତୁ ବାହାଘର ତ ଏକ ବନ୍ଧନ ଅଟେ, ଯାହାକୁ ନ ଇଛା ଥିଲେ ବି କରିବାକୁ ପଡେ । ବାହାଘର ପରେ ସବୁଠୁ ବଡ କଥା ନିଜ ସାମନାକୁ ଆସିଥାଏ ତାହା ହେଉଛି ପିଲାର ପ୍ଲାନିଂଗ । ନିଜର ନୂଆ ନୂଆ ବାହାଘରକୁ ନେଇ ମୁଣ୍ଡରେ ଟେନସନ ବୁଲୁଥାଏ ଏବଂ ତାହା ଉପରେ ପିଲାର ଚିନ୍ତା ।

ସ୍ଵାମୀ ସ୍ତ୍ରୀ ଭାବନ୍ତି କି ସେମାନେ କଣ ପିଲାର ଦାୟିତ୍ଵ ଉଠାଇ ପାରିବେ । ସେଥିପାଇଁ ସେମାନେ ବୁଝି ପାରନ୍ତି ନାହିଁ କି ପିଲା ବିଷୟରେ କଣ କରିବେ । ଏବଂ ଫ୍ୟାମିଲୀ ପ୍ଲାନିଂଗ ଉପରେ ବିଚାର କରନ୍ତି । କିନ୍ତୁ ସ୍ଵାମୀ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପିଲା କରିବାର ଏକ ନିର୍ଧାରିତ ସମୟ ହୋଇଥାଏ ଯାହା ଆପଣଙ୍କର ବୟସ ଉପରେ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ପିଲାର ପ୍ଲାନିଂଗ କେବେ କରିବା ଉଚିତ ।

ଯଦି ଆପଣଙ୍କର ବାହାଘର ୨୦ ବର୍ଷ ରୁ କମ ବୟସରେ ହୋଇଛି ତେବେ ଭୁଲରେ ବି ପିଲାର ପ୍ଲାନିଂଗ କରନ୍ତୁ ନାହିଁ କାରଣ ଏହା ଦ୍ଵାରା ଆପଣଙ୍କର ଶରୀର ଖରାପ ହୋଇପାରେ । ଝିଅମାନେ ଅତି କମରେ ୨୦ ବର୍ଷ ହୋଇଯିବା ପରେ ହିଁ ଗର୍ଭବତୀ ହେବା ଉଚିତ ।

ଯେଉଁ ଦମ୍ପତିଙ୍କର ବାହାଘର ୨୦ ରୁ ୨୫ ବର୍ଷ ବୟସ ମଧ୍ୟରେ ହୋଇଥିବ ତେବେ ସେମାନେ ଏହି ସମୟରେ ପିଲାର ପ୍ଲାନିଂଗ କରିବା କିଛି ଅସୁବିଧା ନାହିଁ ଏବଂ ଏହି ସମୟରେ ପିଲାମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି । ଏବଂ ଏହି ସମୟରେ ଏକ ସ୍ତ୍ରୀ ମା ର ଦାୟୁତ୍ଵ ବିଷୟରେ ବି ଜାଣି ସାରିଥାଏ ।

ଯଦି ଆପଣଙ୍କର ବାହାଘର ୨୫ ରୁ ୩୦ ବର୍ଷ ବୟସ ମଧ୍ୟରେ ହୋଇଥାଏ ତେବେ ଆପଣ ବାହାଘର ଠିକ ସମୟରେ କରିଛନ୍ତି । ସେଥିପାଇଁ ପିଲା କରିବା ପାଇଁ ଏହି ସମୟ ସବୁଠୁ ଉତ୍କୃଷ୍ଠ ଅଟେ।

ଯେଉଁ ଦମ୍ପତିଙ୍କର ବାହାଘର ୩୦ ରୁ ୩୫ ବର୍ଷ ମଧ୍ୟରେ ହୋଇଥାଏ ତେବେ ସେମାନଙ୍କୁ ସାବଧାନ ହେବା ଜରୁରୀ ଅଟେ । ଯଦି ଆପଣ ଗର୍ଭବତୀ ହେଉ ନାହାନ୍ତି ତେବେ ତାହା ଆପଣଙ୍କ ପାଇଁ ଖରାପ ହୋଇପାରେ ଏମିତିରେ ମହିଳାମାନଙ୍କର ଗର୍ଭ ରହି ନଥାଏ । ଏହି ବୟସରେ ମହିଳାମାନଙ୍କୁ ଗୋଟିଏରୁ ବେଶୀ ପିଲା କରିବା ଉଚିତ ନୁହେଁ । ନହେଲେ ମାଆଙ୍କର ଜୀବନ ପ୍ରତି ଡର ଥାଏ ।

ଯଦି ଆପଣଙ୍କର ବାହାଘର ୩୫ ରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥାଏ ତେବେ ବାହାଘରର ପର ଦିନ ହିଁ ପିଲାର ପ୍ଲାନିଂଗ କରନ୍ତୁ । ଏହା ପୂର୍ବରୁ ଡାକ୍ତରଙ୍କ ଠାରୁ ପରାମର୍ଶ ନିଶ୍ଚିତ ନିଅନ୍ତୁ କାରଣ ଅଧିକ ବୟସ ହୋଇଥିବାରୁ ପିଲା ଅସୁସ୍ଥ ବି ହୋଇ ପାରେ । ଏହିଭଳି ମାମଲାରେ ପିଲା ବହୁତ କମଜୋର ଜନ୍ମ ହୋଇଥାନ୍ତି ।

ସେଥିପାଇଁ ସମସ୍ତଙ୍କୁ ସଠିକ ବୟସରେ ହିଁ ବିବାହ କରିବା ଉଚିତ । ଏବଂ ଏହି ଲେଖାକୁ ଆପଣମାନେ ନିଜର ପରିଜନ ଏବଂ ବନ୍ଧୁ ମାନଙ୍କୁ ଶେୟାର କରି ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ ।