ବାର୍ତ୍ତା ବଡ଼, ବୁଝିଲେ ହେଲା ! ଦେଖନ୍ତୁ ଏମିତି କ’ଣ ବାର୍ତ୍ତା ଦେଲା ଭାରତର ରାଷ୍ଟ୍ରପତି ନିର୍ବାଚନ ?

ନମସ୍କାର ବନ୍ଧୁଗଣ । କଣ ବାର୍ତ୍ତା ଦେଲା ଭାରତର ରାଷ୍ଟ୍ରପତି ନିର୍ବାଚନ ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବାର୍ତ୍ତା ଦେଲା ବିରୋଧୀ ଦଳ ଏକତ୍ରିତ ନୁହେଁ । ଏକତ୍ରିତ ହୋଇଥିଲେ ଏତେ କ୍ରଶ ଭୋଟିଂ ହୋଇଥାନ୍ତା ଏମିତି ? ବାର୍ତ୍ତା ଦେଲା ବିଜେପିର ଅଧିକ ନିକଟତର ହୋଇଛି ବିଜେଡି । ତାହା ନ ହୋଇଥିଲେ ଦରକାର ନ ଥାଇ ବି ସମର୍ଥନ ଦିଆନ୍ତା କାହିଁକି ? ବାର୍ତ୍ତା ଦେଲା ଏନଡିଏକୁ ସମର୍ଥନ ଦେବ ପାଇଁ ଦଳର ଅଭାବ ନାହି । ତାହା ନ ହୋଇଥିଲେ ଏନଡିଏରେ ନ ଥାଇ ମଧ୍ୟ ଏତେ ଦଳ ସମର୍ଥନ ଦେଇଥାନ୍ତେ କେମିତି ?

ରାଷ୍ଟ୍ରପତି ନିର୍ବଚନର ଫଳାଫଳ ଆସିବା ପରେ ଏତିକି କୁହା ଯାଇପାରେ ଏହି ନିର୍ବାଚନ ବିଜେପି ପାଇଁ ୱିନ ୱିନ ସ୍ଥିତି ଆଣି ଦେଇଛି । ଯାହା କେବଳ ଦେଶର ନୂଆ ରାଷ୍ଟ୍ରପତି ନିର୍ବଚିତ କରିବାରେ ସହାୟକ ହୋଇଛି ତାହା ନୁହେଁ ବରଂ ଆଗାମୀ ଦିନରେ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନରେ ବି ପଡିପାରେ । ରାଷ୍ଟ୍ରପତି ନିର୍ବାଚନର ସବୁଠାରୁ ବଡ ବାର୍ତ୍ତା ହେଲା ବିରୋଧୀ ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲେ ସତ କିନ୍ତୁ ଏକତ୍ରିତ ହୋଇ ନିର୍ବାଚନ ଲଢିବାର ମାନସିକତା ବୋଧେ ନ ଥିଲା ।

ତାହା ହୋଇ ନ ଥିଲେ ଏକାଧିକ ରାଜ୍ୟରୁ କ୍ରଶ ଭୋଟିଙ୍ଗ ଭଳି ଖବର ଆସିଥାନ୍ତା କେମିତି ! ଏମିତି ଅନେକ ବିଧାୟକ ଅଛନ୍ତି ଯେଉଁ ମାନେ ଦଳୀୟ ନିସ୍ପତି ବାହାରକୁ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଦ୍ଵିତୀୟ ବଡ ବାର୍ତ୍ତା ହେଲା ହୁଏ ତ କୁହାଯାଇ ପାରେ ବିଜୁ ଜନତା ଦଳ ଏବେ ବିଜେପିର ନିକଟତର ହୋଇଛି । ଏ କଥା ଏଥିପାଇଁ କୁହା ଯାଉଛି କାରଣ ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡିଆର ସଂଖ୍ୟା ନ ଥିଲା । ଦ୍ରୌପଦୀ ମୁର୍ମୁ ଙ୍କୁ ଓଡିଆ ଝିଅ କହି ଆଗୁଆ ସମର୍ଥନ ଦେବାକୁ ଆସିଥିଲା ବିଜେଡି । ଯୁକ୍ତି କି ଗ୍ରହଣୀୟ ବୋଲି ବିଚାର କରାଯାଇପାରେ ।

କିନ୍ତୁ କେଉଁ ବାଧ୍ୟ ବାଧ୍ୟକତା ଥିଲା ବା ଭଲ ପାଇବା ଥିଲା ଏ ଉପ-ରାଷ୍ଟ୍ରପତି ନିର୍ବାଚନ ରେ ବି ଏନଡିଏ ପ୍ରାର୍ଥୀ ନ୍କୂ ସମର୍ଥନ କରିବାକୁ ବାହାରି ଆସିଲା ବିଜେଡି । ବିଜେଡି ସମର୍ଥନ ନ ଦେଲେ ବି ଉପ-ରାଷ୍ଟ୍ରପତି ନିର୍ବାଚନ ରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧାକଡ ଜିତିବେ । ତେବେ ଅବାଞ୍ଛିତ ସମର୍ଥନକୁ ବିଜେପି ପ୍ରତି ବିଜେଡି ର ଭଲ ପାଇବାର ନାଁ ଦେଲେ ସମସ୍ଯା ଉଠିଛି ବ କେଉଁଠି । ତୃତୀୟ ବାର୍ତ୍ତା ଦେଲା ଏନଡିଏକୁ ସମର୍ଥନ ଦେବା ପାଇଁ ଦଳର ଅଭାବ ପଡିବ ନାହି ।

ଶିବ ସେନା, ବିଏସପି, JMM, YSRCP କଂଗ୍ରେସ ଭଳି ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଥିଲେ । ଏହା ପ୍ରମାଣିତ କରୁଛି ଏନଡିଏ ଦରକାର ବେଳେ ଏଭଳି ଚେହେରା ସାମନାକୁ ଆଣିବ ଯେବେ ଅଣ ବିଜେପି ଓ ଅଣ ଇଣ୍ଡିଆ ଦଳ ବି ଏନଡିଏ ପାଇଁ  ଆଗରେ ଆସିଥିବେ । ରାଷ୍ଟ୍ରପତି ନିର୍ବାଚନକୁ କେବଳ ଯେ ରାଷ୍ଟ୍ରପତି ନିର୍ବାଚନର ଏକ ପ୍ରକ୍ରିୟା ବୋଲି ବିଚାର କରିଲେ ଭୁଲ ହେବ । ବରଂ ଏହାକୁ ଆଗାମୀ ଦିନର ରାଜନୀତି ପାଇଁ ରଣନୀତି କୁହାଯାଇପାରେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।