ରାସ୍ତା ଉପରେ ଥିବା ଗାତରେ ପଡି ଲୋକମାନେ ଆଘାତ ନ ପାଆନ୍ତୁ ସେଥିପାଇଁ ନିଜେ ସେହି ଗାତକୁ ଭରିଲେ ଏହି ଟ୍ରାଫିକ ପୁଲିସବାଲା, କହିଲେ କିଛି ଏମିତି…

ସଡକ ଦୁର୍ଘଟଣାର ବହୁତ କାରଣ ଅଛି । କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ କାରଣ ରାସ୍ତାରେ ହୋଇଥିବା ଗାତ ବି ହୋଇଥାଏ । କହିବାକୁ ଗଲେ ବର୍ଷା ଦିନରେ ରାସ୍ତାରେ ଅଧିକ ଗାତ ନଜର ଆସିଥାଏ । ଯେଉଁ କାରଣରୁ ବହୁତ ଦୁର୍ଘଟଣା ହୋଇଥାଏ । କିନ୍ତୁ କେହି ବି ରାସ୍ତାର ସେହି ଗାତ ଗୁଡିକ ନେଇ କିଛି ବି କରନ୍ତି ନାହିଁ । ଏମିତିରେ ବଠିଂଡା ଟ୍ରାଫିକ ପୁଲିସରେ କାମ କରୁଥିବା ଗୁରବକ୍ଶ ସିଂହଙ୍କର ଚିନ୍ତା ଧାରା ଅଳ୍ପ ଅଲଗା ଅଟେ ।

ସେ ଏକ ଭଲ ନାଗରିକର କର୍ତବ୍ୟ କରି ଓ ସରକାରର ଅପେକ୍ଷା ନ କରି ନିଜେ ହିଁ ରାସ୍ତାର ଏକ ଗାତକୁ ଭରି ଦେଲେ । ଏହିଭଳି କରିବା ପଛରେ ବି ଏକ ବଡ ରୋମାଞ୍ଚକ କାହାଣୀ ଅଛି ।

ଗୁରବକ୍ଶ ସିଂହ କୁହନ୍ତି କି ଥରେ ମୁଁ ଲିବର୍ଟୀ ଚୌକ ପାଖରେ ଦୁଇଟି ବାଇକ ଏବଂ ସ୍କୂଟର ଏକ ଗାତ କାରଣରୁ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିବାର ଦେଖିଥିଲି । ଏହା ପରେ ଏହି ଘଟଣାଟି ମୋର ମୁଣ୍ଡରେ ବସିଗଲା । ମୋତେ ଲାଗିଲା କି ଏହି ଗାତ କାରଣରୁ କାହାର ବି ଜୀବନ ଯାଇ ପାରେ । ସେଥିପାଇଁ ମୁଁ ସେହି ଗାତକୁ ନିଜେ ଭର୍ତି କରିବାର କାମ କରିବା ଆରମ୍ଭ କରିଦେଲି ।

ଆପଣଙ୍କୁ କହିଦେଉଛୁ ଯେ ଗୁରବକ୍ଶ ସିଂହ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ରାସ୍ତାର ଗାତକୁ ଭରି ସାରିଛନ୍ତି । ରାସ୍ତାକୁ ଠିକ କରିବା କାମରେ ତାଙ୍କର ସାହାର୍ଯ୍ୟ ମୋହମ୍ମଦ ସିଂହ ବି କରିଥାନ୍ତି । ମୋହମ୍ମଦ ସିଂହ ବି ଗୁରବକ୍ଶ ସିଂହଙ୍କ ଭଳି ଏକ ଟ୍ରାଫିକ ପୁଲିସକର୍ମୀ ଅଟନ୍ତି । ଏହି ଦୁଇ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଭାଗୂ ରୋଡ, ଲିବର୍ଟୀ ଚୌକ, ଦାନା ମଂଡୀ ଓ ହାଈୱେ ଉପରେ ଓ ନିଜ ଗ୍ରାମ ବୁଲଡୂୱାଲା ରେ ଥିବା ବହୁତ ଗାତକୁ ଭରିଛନ୍ତି ।

ଅନ୍ୟ ଏକ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏମାନେ ନିଜ ଗାଡିରେ ସବୁବେଳେ ରାସ୍ତାକୁ ଠିକ କରିବାର ଜିନିଷ ଯେମିତି କି ସିମେଣ୍ଟ, ଇଂଟରଲିଂକିଂଗ ଟାଇଲ୍ସ, ମାଟି ଇତ୍ୟାଦି ନେଇ ଚାଲିଥାନ୍ତି । ଅନ୍ୟ ପଟେ ସୋସିୟାଲ ମିଡିୟାରେ ଯେତେବେଳେ ଲୋକମାନଙ୍କୁ ଗୁରବକ୍ଶ ସିଂହଙ୍କର ଏହି କାମ ବିଷୟରେ ଜଣା ପଡିଲା ତେବେ ସମସ୍ତେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ ।

ଗୁରବକ୍ଶ ସିଂହଙ୍କର କହିବା ଅଟେ କି ରାସ୍ତା ଠିକ କରିବା କୌଣସି ଟ୍ରାଫିକ ପୁଲିସର ଅଫିସିୟଲ କାମ ନୁହେଁ । କିନ୍ତୁ ତଥାପି ସମାଜ ସେବା ପାଇଁ ମୁଁ ଏହିଭଳି କରୁଛି । ଯାହା ଦ୍ଵାରା କିଛି ଲୋକମାନଙ୍କର ଜୀବନ ବଞ୍ଚିଯିବ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।