ମନୁଷ୍ୟ ଜୀବନରେ ସବୁବେଳେ ଭଲମନ୍ଦ ଓ ଶୁଭ ଅଶୁଭ ଲାଗି ରହିଥାଏ । ତେବେ ଏସବୁ ଘଟିବା ପୂର୍ବରୁ ପ୍ରକୃତିରୁ କିଛି ସଙ୍କେତ ମିଳିଥାଏ । ଆସନ୍ତୁ ଜାଣିବା ଏହିଭଳି କିଛି ସଙ୍କେତ ବିଷୟରେ । ଘରେ ଲାଗିଥିବା ଘଣ୍ଟା ଯଦି ବାରମ୍ବାର ଖରାପ ହୁଏ କିମ୍ବା ଘଣ୍ଟାର କାଚ ଭାଙ୍ଗିଯାଏ, ତେବେ ଅଶୁଭ ହେବାସହ ପରିବାର ପ୍ରତି ବିପଦ ପଡିବାର ସଙ୍କେତ ଦେଇଥାଏ । ରୋଷେଇ ଘରେ ରଖା ଯାଇଥିବା କାଚପାତ୍ର ଯଦି ଗୋଟିଏ ପରେ ଗୋଟିଏ ଭାଙ୍ଗିଯାଏ ତେବେ ଏହା ବଡ ଆର୍ଥିକ ସଙ୍କଟ ଆସିବାର ସଙ୍କେତ ଦେଇଥାଏ ।
ଯଦି ଘରେ ହେଉଥିବା ଶୁଭ କାର୍ଯ୍ୟରେ ବାରମ୍ବାର ବାଧାବିଘ୍ନ ଉପୁଜେ ତେବେ ଏହା ଘର ଉପରେ କିଛି ବିପଦ ପଡିବାର ସଙ୍କେତ ହୋଇଥାଏ । ଯଦି କୌଣସି ପକ୍ଷୀ ଘର ଉପରେ ଅଚାନକ କିଛି ହାଡ ପକାଏ ତେବେ ଏହା ଅଶୁଭ ସମାଚାର ମିଳିବାର ସଙ୍କେତ ଅଟେ । କ୍ଷୀର ଗରମ କରିବା ବେଳେ ଯଦି ତାହା ବାରମ୍ବାର ଉତୁରି ତଳେ ପଡେ ତେବେ ଏହା ମଧ୍ୟ ଅଶୁଭ ସଙ୍କେତ ହୋଇଥାଏ ।
ଘରର କାନ୍ଥ ଓ ଛାତରୁ ପ୍ଲାଷ୍ଟର ଛାଡିବା ମଧ୍ୟ କିଛି ଅଶୁଭ ହେବାର ସଙ୍କେତ ଦେଇଥାଏ । ଯଦି ବିନା କାରଣରେ କୁକୁର ଘର ଆଡକୁ ମୁହଁ କରି ଭୋକିବାକୁ ଲାଗେ ତେବେ ଏହା ଘରର ସଦସ୍ୟଙ୍କ ଉପରେ ବିପତ୍ତି ପଡିବାର ସଙ୍କେତ ହୋଇଥାଏ । ଯଦି ଆପଣ ପିନ୍ଧିଥିବା ବସ୍ତରରେ ତୁଳା ଲାଗିବା ଦେଖନ୍ତି ତେବେ ଏହା ଶୁଭ ଏବଂ ଭଲ ଖବର ମିଳିବାର ସଙ୍କେତ ଅଟେ ।
ଘରର ଚାବିଗୁନ୍ଥାରେ ଯଦି ବାରମ୍ବାର କଳଙ୍କି ଲାଗେ ତେବେ ସମ୍ପର୍କୀୟଙ୍କ ଥାଉର କିଛି ଜିନିଷ ପାଇବାର ସଙ୍କେତ ହୋଇଥାଏ । ଘରେ ଯଦି ଅଚାନକ ମୂଷାଙ୍କ ବୃଦ୍ଧି ହୁଏ ତେବେ ଏହା ଘର ଉପରେ କିଛି ବିପଦ ପଡିବାର ସଙ୍କେତ ହୋଇଥାଏ । ଯଦି ବହୁତ ଚେଷ୍ଟା ପରେ ବି କାର୍ଯ୍ୟ ପୂର୍ଣ୍ଣ ହୋଇପାରୁନି ତେବେ ଏହା କିଛି ଧନହାନି ହେବାର ସଙ୍କେତ ହୋଇଥାଏ ।
ଯଦି ମନ ଚିଡଚିଡା ଲାଗେ ଓ ପେଟଜନିତ ସମସ୍ଯା ଦେଖାଦିଏ ତେବେ ଏହା କିଛି ଆକସ୍ମିକ ଦୁର୍ଘଟଣା ହେବାର ସଙ୍କେତ ହୋଇଥାଏ । ଯଦି ମୁହଁରେ ଅତ୍ୟଧିକ ଲାଲ ଜନ୍ମେ ତେବେ ଆଗାମୀ ଦିନରେ ଧନହାନି ଏବଂ ଆଇନଗତ ସମସ୍ୟାରେ ପଡିବାର ସଙ୍କେତ ହୋଇଥାଏ । ଯଦି ଧଳା ରଙ୍ଗର ପ୍ରଜାପତି ଉଡୁଥିବାର ଦେଖନ୍ତି ତେବେ ଏହା ଶୁଭ ଏବଂ ଭଲ ସମୟ ଆସିବାର ସଙ୍କେତ ହୋଇଥାଏ ।
ଯଦି ଛୋଟ ବୁଢିଆଣୀ ମୁଣ୍ଡ ଉପରେ ପଡେ ତେବେ ଏହା ଶୁଭ ହୋଇଥାଏ ଏବଂ ଧନପ୍ରାପ୍ତିର ସଙ୍କେତ ଦେଇଥାଏ । ଯଦି ଘରର ଛାତ ଉପରେ କୌଣସି ପକ୍ଷୀ ମରି ପଡିଥିବାର ଦେଖନ୍ତି ତେବେ ଏହା ଗୃହରେ ପ୍ରେତ ପ୍ରବେଶ କରିଥିବାର ଅଙ୍କେତ ଅଟେ । ଯଦି ଘରେ କଳା ପିମ୍ପୁଡି ସମୂହ ହୋଇ ବୁଲୁଥିବାର ଦେଖନ୍ତି ତେବେ ଐଶ୍ଵର୍ଯ୍ୟ ବୃଦ୍ଧି ହୁଏ ଏବଂ ବିବାଦ ମଧ୍ୟ ଦେଖାଦିଏ ।
ରାସ୍ତାରେ ଯିବା ବେଳେ ପଇସା ବା ମୁଦ୍ରା ମିଳିବା ଅଶୁଭ ହୋଇଥାଏ । ଏହା କାର୍ଯ୍ୟରେ ସଫଳତା ମିଳିବାରେ ବିଳମ୍ବ ହେବାର ସଙ୍କେତ ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।