ଆପଣମାନେ ଯଦି ଗୁଟୁକା ଖାଇ ଯେଉଁଠି ନାହିଁ ସେଠି ଛେପ ପକାଇ ଦେଉଛନ୍ତି, ତେବେ ପୁନେ ରେ ଆପଣମାନଙ୍କୁ ଏହି ଅଭ୍ୟାସକୁ ବଦଳାଇବାକୁ ପଡିବ । କାରଣ ଏଠି ସାର୍ବଜନୀକ ସ୍ଥାନରେ ଛେପ ପକାଇଲେ ୧୦୦ ଟଙ୍କା ଫାଇନ ଦେବାକୁ ପଡିଥାଏ । ଏହା ଛଡା ଏହି ଅଭ୍ୟାସକୁ ଛାଡିବା ପାଇଁ ବିବବେୱାଡୀ ଅଞ୍ଚଳରେ ନଗର ନିଗମର ଅଧିକାରୀମାନେ ଛେପ ପକାଉଥିବା ଲୋକମାନଙ୍କ ଦ୍ଵାରା ହିଁ ସେହି ଛେପକୁ ସଫା କରାଉଛନ୍ତି ।
ଏହା ଦ୍ଵାରା ଲୋକମାନେ ଶିଖିବେ ଅନୁଶାସନ
ବିବବେୱାଡୀର ୱାର୍ଡ ଅଧିକାରୀ ଅବିନାଶ ଶାକପାଳ ଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ କରାଯାଇଛି, ଯାହାର ଲକ୍ଷ୍ୟ ସ୍ଵଚ୍ଛତା ବିଷୟରେ ସମସ୍ତଙ୍କୁ ଜାଗୃତ କରାଇବା ଏବଂ ଲୋକମାନଙ୍କୁ ଅନୁଶାସନ ଶିଖାଇବା ଅଟେ । ଅଭିଯାନର ପ୍ରଥମ ଦିନରେ ହିଁ ଅଧିକାରୀମାନେ ସାର୍ବଜନିକ ସ୍ଥାନରେ ଛେପ ପକାଉଥିବା ୨୫ ଜଣ ବ୍ୟକ୍ତିଙ୍କୁ ଦଣ୍ଡିତ କରିଛନ୍ତି ।
କେଉଁଠି ବି ଛେପ ପକାଇବା ପୂର୍ବରୁ ଦୁଇ ଥର ଚିନ୍ତା କରନ୍ତୁ
ସାକପାଳ କହିଛନ୍ତି କି ଯେଉଁ ଲୋକମାନେ କେଉଁଠି ବି ପାନ – ମସଲା ଖାଇ ଛେପ ପକାଇ ଦିଅନ୍ତି, ଆମେ ତାଙ୍କର ଏହି ଅଭ୍ୟାସକୁ ସୁଧାରିବାକୁ ଚାହୁଁଛୁ । ଆମେ ଜାଣିଛୁ କି ଏହା ସବୁଠୁ କଠୋର ଦଣ୍ଡ ଅଟେ, କିନ୍ତୁ ଏହା ଦ୍ଵାରା ଭବିଷ୍ୟତରେ ସାର୍ବଜନିକ ସ୍ଥାନରେ ଯିଏ ବି ଗୁଟୁକା କିମ୍ବା ତମ୍ବାକୁର ପିଚକାରୀ ମାରିବ, ତା ପୂର୍ବରୁ ଦୁଇ ଥର ଚିନ୍ତା କରିବ ।
୪୧ ଅଧିକାରୀ ରଖୁଛନ୍ତି ନଜର
ସାର୍ବଜନିକ ସ୍ଥାନରେ ଯେମିତି କୌଣସି ବ୍ୟକ୍ତି ଛେପ ନ ପକାଇବେ, ସେଥିପାଇଁ ୪୧ଜଣ ଅଧିକାରୀ ସବୁଦିନ ରାସ୍ତା ଉପରେ ନଜର ରଖୁଛନ୍ତି । ଏହା ସହିତ ସେ ନିଜର ଆଖପାଖ ସଫା ରଖିବା ପାଇଁ ମଧ୍ୟ ଲୋକମାନଙ୍କୁ ଜାଗୃତ କରୁଛନ୍ତି । ଅଧିକାରୀଙ୍କର ଉଦ୍ଦେଶ୍ୟ ପୁନେକୁ ଏକଦମ ସଫା ରଖିବା । ପୁନେ ର କିଛି ଅଞ୍ଚଳରେ ଲୋକମାନଙ୍କୁ ଏମିତି ଦଣ୍ଡ ଦିଆ ଯାଉଛି କି ଯାହା ଦ୍ଵାରା ସେମାନେ ପୁଣି ଥରେ ରାସ୍ତାରେ କୌଣସି ପ୍ରକାର ଆବର୍ଜନା ପକାଇବା ପାଇଁ ଡରିବେ ।