୧ ଅପ୍ରିଲ୍ ୨୦୧୯ ଠାରୁ ଦେଶରେ ଲାଗୁ ହେଲା ୮ ଟି ନୁଆ ନିୟମ, ଜାଣି ନିଅନ୍ତୁ ନଚେତ ହଇରାଣରେ ପଡି ପାରନ୍ତି

ବର୍ତ୍ତମାନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ ବଡ ଖବର ଆସିଛି । ଏପ୍ରିଲ ୧ ରୁ ଭାରତରେ ୮ ଟି ବଡ ନିୟମ ଲାଗୁ ହୋଇଯାଇଛି । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ପିଏମ ମୋଦୀଙ୍କ ତରଫରୁ ପୁରା ଦେଶ ପାଇଁ କେଉଁ ସବୁ ବଡ ଖବର ଆସିଛି ତାହା ବିଷୟରେ କହିବୁ ।

୧.ଏପ୍ରିଲ ଠାରୁ ଗାଡି ଚଳାଇବା ଆପଣଙ୍କୁ ଅଧିକ ମହଙ୍ଗା ପଡିପାରେ । କାରଣ ଏପ୍ରିଲ ୧ ରୁ ପ୍ରାକୃତିକ ଗ୍ୟାସର ଦାମ ୧୮ % ବଢିବ ବୋଲି କୁହାଯାଉଛି । ଏଥିରେ ଅଟୋରେ ବ୍ୟବହାର ହେଉଥିବା CNGର ଦାମ ବଢିଯିବ ।

୨.  ଏପ୍ରିଲ ମାସ ଠାରୁ ରୋଷେଇ କରିବା ଆପଣଙ୍କ ଉପରେ ଭାରି ପଡିପାରେ । କାରଣ ଡୋମେଷ୍ଟିକ ନାଚୁରାଲ ଗ୍ୟାସର ଦାମ ବି ବଢିପାରେ ।

୩. ଏପ୍ରିଲ ୧ ଠାରୁ ଜୀବନ ବୀମା ପଲିସି ଶସ୍ତା ହୋଇଯିବ, କାରଣ କମ୍ପାନୀମାନେ ଜୀବନ ବୀମାର ନୂଆ ନିୟମକୁ ପାଳନ କରିବେ । ଏହି ନିୟମରେ ସବୁଥି ଅଧିକ ଲାଭ ୨୨ ରୁ ୫୦ ବର୍ଷ ଲୋକମାନଙ୍କୁ ମିଳିବ ।

୪. ଏପ୍ରିଲ ମାସ ଠାରୁ ସମସ୍ତ ପ୍ରକାର ଲୋନ ମଧ୍ୟ ଶସ୍ତା ହୋଇଯିବ । ବ୍ୟାଙ୍କ ବର୍ତ୍ତମାନ ଏମସୀଏଲଆର ବଦଳରେ, ଆରବିଆଇ ରିପୋ ରେଟ ଆଧାରରେ ଲୋନ ଦେବ ।

୫. ଏପ୍ରିଲ ମାସ ଠାରୁ କାର ଏବଂ ବାଇକର ଦାମ ବଢି ଯାଇପାରେ । କହିବାକୁ ଗଲେ ଏପ୍ରିଲ ମାସ ଠାରୁ କମ୍ପାନୀମାନେ ସମସ୍ତ କାର ଏବଂ ବାଇକର ଦାମକୁ ବଢାଇବା ପାଇଁ ଘୋଷଣା କରିଛନ୍ତି । ପ୍ରାୟତଃ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢି ଯାଇପାରେ ।

୬. ଏପ୍ରିଲ ୨୦୧୯ ଠାରୁ ଆପଣ ବହୁତ କମ ଦାମରେ ଘର କିଣି ପାରିବେ । GST କାଉନ୍ସିଲ ୧ ଏପ୍ରିଲରୁ GSTର ନୂଆ ଦର ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଅଣ୍ଡର କଂଷ୍ଟ୍ରକ୍ସନ ଘର ଗୁଡିକରେ ୧୨ %ଜାଗାରେ ୫ % ଟାକ୍ସ ଲାଗିବ ।

୭. ଏପ୍ରିଲ ମାସ ଠାରୁ ଆୟକର ବିଭାଗର ନୂଆ ନିୟମ ଲାଗୁ ହୋଇ ଯାଇଛି । ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗିବ ନାହିଁ ।

୮. ଏପ୍ରିଲ ମାସ ଠାରୁ ଗାଡି ଗୁଡିକରେ ଲାଗିବ ଅତ୍ୟାଧୁନିକ ସିକ୍ୟୁରିଟି ନମ୍ବର । ଏହି ନମ୍ବର ପ୍ଳେଟ କମ୍ପାନୀମାନେ ଦେବେ ।

ସେଆର କରି ଅନ୍ୟମାନଙ୍କୁ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟକୁ ଲାଇକ କରନ୍ତୁ ।