ଇତିହାସର ସବୁଠୁ ସୁନ୍ଦର ଓ ଧୋକେବାଜ ରାଣୀ – ଚାକର ପ୍ରେମରେ ପଡି ସ୍ଵାମୀ–ସ୍ତ୍ରୀଙ୍କ ସମ୍ପର୍କକୁ କରିଦେଲା ଏମିତି…

ହିନ୍ଦୁସ୍ଥାନର ହୃଦୟ ଅଟେ ମଧ୍ୟ ପ୍ରଦେଶ ଏବଂ ସେଠିକାର ଉଜ୍ଜୈନ ନଗରୀ, ଯାହାକୁ ଆମେ ମହାକାଳ ନଗରି ମଧ୍ୟ କହିଥାଉ । ମହାକାଳ ଏବଂ କାଳଭୈରବଙ୍କ ବ୍ୟତୀତ ଲୋକମାନେ ଏଠି ୨୫୦୦ ବର୍ଷ ପୁରୁଣା ବିଶ୍ଵପ୍ରସିଦ୍ଧ ରାଜା ଭୃର୍ତହରିଙ୍କ ଗୁମ୍ଫାକୁ ଦେଖିବାକୁ ଆସନ୍ତି । ଗୁମ୍ଫାରେ ରାଜା ଭୃର୍ତହରି ଓ ତାଙ୍କର ଭଣଜା ରାଜା ଗୋପିଚାନ୍ଦଙ୍କର ତପସ୍ଥଳି ଅଛି ।

କଳା ପଥର, ମାଟିରେ ପ୍ରସ୍ତୁତ ଏହି ଗୁମ୍ଫା ବହୁତ ଛୋଟ ହୋଇଥିବାରୁ ଲୋକମାନେ ଏହା ଭିତରକୁ ବସି ବସି ଏବଂ ମୁଣ୍ଡ ତଳକୁ କରି ଯାଆନ୍ତି । ଏଠି ନିଶ୍ଵାସ ନେବା ପାଇଁ ମଧ୍ୟ ଅସୁବିଧା ହୁଏ । ଗରମ କାରଣରୁ ଗୁମ୍ଫାର ଦର୍ଶନ କରିବା ବହୁତ କଷ୍ଟ ଅଟେ । ମାନ୍ୟତା ଅନୁସାରେ ୨୫୦୦ ବର୍ଷ ପୂର୍ବେ ଗୁରୁ ଗୋରଖନାଥଙ୍କ ପରେ ରାଜା ଭୃର୍ତହରି ଏହି ଗୁମ୍ଫାରେ ୧୨ ବର୍ଷ ତପସ୍ୟା କରିଥିଲେ । ପୂର୍ବ ସମୟରେ ଗୁମ୍ଫାରେ ଚାରିଧାମ ଯିବାର ରାସ୍ତା ମଧ୍ୟ ଥିଲା । ଚାଲନ୍ତୁ ଜାଣିବା ରାଜା ଭୃର୍ତହରିଙ୍କର ତପସ୍ଵୀ ହେବା ପଛରେ ଚର୍ଚ୍ଚିତ କାହାଣୀ ।

ଉଜ୍ଜୈନର ପ୍ରସିଦ୍ଧ ରାଜା ବିକ୍ରମାଦିତ୍ୟଙ୍କ ଭାଇଙ୍କର ନାମ ରାଜା ଭୃର୍ତହରି ଥିଲା । ସେହି ସମୟରେ ରାଜା ଭୃର୍ତହରି ବହୁତ ଜ୍ଞାନୀ ଥିଲେ, କିନ୍ତୁ ତାଙ୍କର ଦୁଇଟି ପତ୍ନୀ ଥିବା ସତ୍ତ୍ୱେ ସେ ପିଂଗଲା ନାମକ ଅତି ସୁନ୍ଦର ରାଜକୁମାରୀ ଉପରେ ମୋହିତ ହୋଇଗଲେ । ଏହା ପରେ ରାଜା ପିଂଗଲାଙ୍କୁ ନିଜର ତୃତୀୟ ପତ୍ନୀ କରିନେଲେ । ରାଜା ପିଂଗଲା ରାଣୀଙ୍କ ମୋହରେ ଅନ୍ଧ ହୋଇ ତାଙ୍କର ସମସ୍ତ କଥା ମାନିବାକୁ ଲାଗିଲେ । ପିଂଗଲା ରାଣୀ ଏହାର ଲାଭ ଉଠାଇ ବ୍ୟଭିଚାରିଣୀ ହୋଇଗଲେ ।

ସେ ଘୋଡାଶାଳରେ ଥିବା ଜଗୁଆଳି ସହ ପ୍ରେମ କରିବାକୁ ଲାଗିଲେ । ରାଜା ଭୃର୍ତହରି ଏହି ବିଷୟରେ କିଛି ଜାଣି ନଥିଲେ । ଏହା ପରେ ସାନ ଭାଇ ବିକ୍ରମାଦିତ୍ୟଙ୍କୁ ଯେତେବେଳେ ଏହି କଥାର ସୂଚନା ମିଳିଲା ସେତେବେଳେ ସେ ତାଙ୍କର ବଡ ଭାଇଙ୍କ ସାମ୍ନାରେ ଯାଇ ସବୁକିଛି କହି ଦେଲେ । କିନ୍ତୁ ସେତେବେଳେ ରାଜା ପିଂଗଲାଙ୍କର ଚାଲାକି କଥା ଉପରେ ବିଶ୍ଵାସ କରି ନିଜ ଭାଇ ବିକ୍ରମାଦିତ୍ୟଙ୍କୁ ରାଜ୍ୟରୁ ବାହାର କରିଦେଲେ ।

ବହୁତ ବର୍ଷ ପରେ ପିଂଗଲାଙ୍କର ଚରିତ୍ରହୀନତା ସେତେବେଳେ ଜଣା ପଡିଲା ଯେତେବେଳେ ଜଣେ ତପସ୍ଵୀ ବ୍ରାହ୍ମଣ ଏକ ଅମର ଫଳ ରାଜାଙ୍କୁ ପ୍ରଦାନ କଲେ । କିନ୍ତୁ ରାଜା ସେହି ଅମର ଫଳକୁ ପିଂଗଲା ରାଣୀଙ୍କୁ ଦେଇଦେଲେ, ଯାହା ଦ୍ଵାରା ସେ ସେହି ଫଳକୁ ଖାଇ ସବୁ ଦିନ ପାଇଁ ଅମର ଓ ଯବାନ ହୋଇ ତାଙ୍କ ସହିତ ରହିବେ ।

ଏହା ପରେ ପିଂଗଲା ରାଣୀ ସେହି ଫଳକୁ ଜଗୁଆଳିକୁ ଦେଇଦେଲେ, କିନ୍ତୁ ଜଗୁଆଳି ସେହି ଫଳକୁ ଏକ ବେଶ୍ୟାକୁ ଦେଇଦେଲେ ଯାହାକୁ ସେ ଭଲ ପାଉଥିଲା । କିନ୍ତୁ ବେଶ୍ୟା ମହିଳା ଜଣକ ଭାବିଲେ କି ଏହି ଫଳକୁ ଖାଇଲେ ସେ ଜୀବନ ସାରା ଏହି ପାପ କର୍ମରେ ବୁଡି ରହିବ । ସେଥିପାଇଁ ସେ ଏହି ଫଳକୁ ରାଜାଙ୍କୁ ଭେଟିଦେଇ କହିଲେ କି ଆପଣ ଏହି ଫଳକୁ ସେବନ କରି ଅମର ହୋଇ ପ୍ରଜାମାନଙ୍କର ସେବା କରନ୍ତୁ ।

ପିଂଗଲାଙ୍କୁ ଦେଇଥିବା ଫଳ ବେଶ୍ୟା ପାଖରେ ଦେଖି ରାଜାଙ୍କର ହୋସ ଉଡିଗଲା । ଏହା ପରେ ତାଙ୍କ ଭାଇଙ୍କ କଥା ଏବଂ ପିଂଗଲା ରାଣୀଙ୍କର ବିଶ୍ଵାସଘାତକତା ସେ ବୁଝିଗଲେ । କିନ୍ତୁ ରାଜା ପିଂଗଲା ରାଣୀ ଓ ଜଗୁଆଳିକୁ ଦଣ୍ଡ ନ ଦେଇ ସ୍ତ୍ରୀ ଓ ସଂସାର ଉପରୁ ତାଙ୍କର ମୋହ ଉଠିଗଲା । ସଙ୍ଗେ ସଙ୍ଗେ ରାଜା ସମସ୍ତ ରାଜ କାର୍ଯ୍ୟକୁ ତ୍ୟାଗ କରିଦେଲେ ।

ଆତ୍ମଜ୍ଞାନ ସ୍ଥିତିରେ ରାଜା ଭର୍ତୃହରି, ଭର୍ତୃହରି ଶତକ ଗ୍ରଂଥରେ ଥିବା ଶୃଙ୍ଗାର ଶତକ ଜରିଆରେ ସ୍ତ୍ରୀ ସୋନ୍ଦର୍ଜ ଉପରେ ଏମିତି କିଛି ଲେଖିଛନ୍ତି, ଯାହାକୁ କୌଣସି ମନୁଷ୍ୟ ଅମାନ୍ୟ କରି ପାରିବ ନାହିଁ । ସେ କହିଲେ କି ଶରୀରରୁ ସୁନ୍ଦର ଦେଖାଯାଉଥିବା ମହିଳାଙ୍କ ଉପରେ ବିଶ୍ଵାସ କରନାହିଁ , ଏତିକି କହି ସେ ଗୁମ୍ଫାରେ ତପସ୍ୟା କରିବାକୁ ଚାଲିଗଲେ ।