ରାଶିରୁ ଜାଣନ୍ତୁ ନିଜ ଜୀବନର ସବୁଠୁ ବଡ ଶକ୍ତି ଓ କମଜୋରି କଣ ଅଟେ !

ଯେଉଁଭଳି ଭାବରେ ବ୍ୟକ୍ତିର ନାମ ଦ୍ଵାରା ତାହାର ସ୍ଵଭାବ ବିଷୟରେ ଜଣା ପଡିଥାଏ । ଠିକ ସେହି ଭଳି ରାଶିମାନଙ୍କର ବି ନିଜର ଏକ ଅଲଗା ମହତ୍ଵ ଅଛି । ଆପଣ ରାଶି ଦ୍ଵାରା ବି ବ୍ୟକ୍ତିର ସ୍ଵଭାବ ବିଷୟରେ ସବୁକିଛି ଜାଣି ପାରିବେ । ଏମିତି ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ ଆପଣଙ୍କର କମଜୋରି ଓ ଶକ୍ତି ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି

ମେଷ ରାଶିର ସବୁଠୁ ବଡ ଶକ୍ତି ତାଙ୍କର ଊର୍ଜା ହୋଇଥାଏ । ସେ ନିଜର ଊର୍ଜା ଦ୍ଵାରା ନିଜର ସମସ୍ତ କାମ କରି ଦିଅନ୍ତି । ଏମାନଙ୍କର କମଜୋରି ଏହା ଅଟେ କି ଏମାନେ କେବଳ ନିଜ ବିଷୟରେ ହିଁ ଚିନ୍ତା କରନ୍ତି । ଯେଉଁ କାରଣରୁ ଲୋକମାନେ ଏମାନଙ୍କୁ ଘୃଣା କରନ୍ତି ।

ବୃଷ ରାଶି

ବୃଷ ରାଶିମାନଙ୍କର ସବୁଠୁ ବଡ ଶକ୍ତି ହେଉଛି ତାଙ୍କର ପରିଶ୍ରମ । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ ଏମାନଙ୍କର ସ୍ଵଭାବ ହିଁ ଏମାନଙ୍କର କମଜୋରି ହୋଇଥାଏ ।

ମିଥୁନ ରାଶି

ମିଥୁନ ରାଶିମାନଙ୍କର ଶକ୍ତି ସେମାନଙ୍କର ଭାଷାଶୈଲୀ ହୋଇଥାଏ । ଏମାନେ ଭାଷାଶୈଲୀ ଦ୍ଵାରା ବଡ ବଡ ସମସ୍ୟାକୁ ଦୂର କରି ଦିଅନ୍ତି । ଏମାନଙ୍କର କମଜୋରି ଏହା ଅଟେ କି ଏମାନେ କାହାକୁ ଜଲ୍ଦି ବୁଝାଇ ପାରନ୍ତି ନାହିଁ ।

କର୍କଟ ରାଶି

କର୍କଟ ରାଶିମାନଙ୍କର ହୃଦୟରେ ଅନ୍ୟ ଲୋକମାନଙ୍କ ପାଇଁ ପ୍ରେମ ଓ ସହାନୁଭୂତି ହିଁ ଏମାନଙ୍କର ସବୁ ବଡ ଶକ୍ତି ହୋଇଥାଏ । ଏମାନଙ୍କର କମଜୋରି କହିଲେ ଏମାନେ ବହୁତ ନିରାଶାବାଦୀ ହୋଇଥାନ୍ତି ଓ ସେଥିପାଇଁ ଲୋକମାନେ ଏମାନଙ୍କ ଠାରୁ ଦୂରେଇ ଯାଆନ୍ତି ।

ସିଂହ ରାଶି

ସିଂହ ରାଶିମାନଙ୍କର ସବୁଠୁ ବଡ ଶକ୍ତି ହେଉଛି ଏମାନେ ଲୀଡରଶିପ ହୋଇଥାନ୍ତି, ଯେଉଁ କାରଣରୁ ଏମାନଙ୍କର ସମାଜରେ ମାନ ସମ୍ମାନ ବଢିଥାଏ । ଏହା ଛଡା ଏମାନଙ୍କର କମଜୋରି ସବୁ ଜିନିଷକୁ ଦେଖାଇ ହୋଇଥାନ୍ତି । ମାନେ ଏମାନେ ନିଜର ଲଗ୍ଜରୀ ଲାଇଫକୁ ସମସ୍ତଙ୍କୁ ଦେଖାଇବାକୁ ଚେଷ୍ଟା କରନ୍ତି ।

କନ୍ୟା ରାଶି

କନ୍ୟା ରାଶିର ସବୁଠୁ ବଡ ଶକ୍ତି ଅବ୍ଜର୍ବେଶନ ପାୱର ହୋଇଥାଏ । ଯାହା ଦ୍ଵାରା ଏମାନଙ୍କର ମାନ ସମ୍ମାନ ବଢିଥାଏ । କିନ୍ତୁ ଏମାନଙ୍କର କମଜୋରି ସହନଶୀଲତା ହୋଇଥାଏ । ନିଜ ବିଷୟରେ କୌଣସି ବି କଥା ଶୁଣନ୍ତି ନାହିଁ ।

ତୁଳା ରାଶି

ତୁଳା ରାଶିମାନଙ୍କର ଶକ୍ତି ଏମାନଙ୍କର ତୁଳା ରୂପୀ ବ୍ୟବହାର ହୋଇଥାଏ । ଅନ୍ୟ ପଟେ ଏମାନଙ୍କର କମଜୋରି ଆଲାସ ହୋଇଥାଏ । ଅଳସୁଆ କାରଣରୁ ଏମାନେ ସବୁ କିଛି ହରାଇ ବସନ୍ତି ।

ବିଛା ରାଶି

ବିଛା ରାଶିର ଲୋକମାନଙ୍କର ଶକ୍ତି ଗୋପନୀୟତା ଦ୍ଵାରା କମ କରିବା ହୋଇଥାଏ । ଏହା ଛଡା ଏମାନଙ୍କର କମଜୋରି ସତ କହିବା ହୋଇଥାଏ । ଏହି କାରଣରୁ ଏମାନେ ଜୀବନରେ ଏକେଲା ହୋଇ ଯାଆନ୍ତି ।

ଧନୁ ରାଶି

ଧନୁ ରାଶିମାନଙ୍କର ସବୁଠୁ ବଡ ଶକ୍ତି କ୍ରିଏଟିବିଟୀ ହୋଇଥାଏ । ଏମାନେ ବୋରିଙ୍ଗକୁ ବି ଭଲ କରି ଦିଅନ୍ତି । କିନ୍ତୁ ଏମାନଙ୍କର କମଜୋରି ଏମାନେ ଜୁଆ ଖେଳି ଥାନ୍ତି । ଯେଉଁଥିରେ ସବୁ କିଛି ହାରି ଯାଆନ୍ତି ।

ମକର ରାଶି

ମକର ରାଶି ଲୋକମାନଙ୍କର ଶକ୍ତି ପଜିଟିବ ଚିନ୍ତାଧାରା ହୋଇଥାଏ । ଅନ୍ୟ ପଟେ ଏମାନଙ୍କର କମଜୋରି ପସନ୍ଦିତ ଖାଇବା ହୋଇଥାଏ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନେ ସବୁ ଅବସ୍ଥାରେ ଖୁସିରେ ରୁହନ୍ତି ଓ ସମୟ ସହିତ ତାଳ ଦେଇ ଚାଲିବା ପାଇଁ ଚେଷ୍ଟା କରନ୍ତି । ଅନ୍ୟ ପଟେ କମଜୋରି କଥା କହିଲେ ଏମାନେ ପ୍ରେମରେ ବିଲକୁଲ ଅନ୍ଧ ହୋଇ ଯାଆନ୍ତି । ଯେଉଁ କାରଣରୁ ଏମାନଙ୍କୁ ଧୋଖା ମିଳିଥାଏ ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କର ଶକ୍ତି ଆଦର୍ଶବାଦୀ ଚିନ୍ତାଧାରା ହୋଇଥାଏ । କିନ୍ତୁ ଏମାନଙ୍କର କମଜୋରି କଥା କହିଲେ ଏମାନେ ବହୁତ ଭାବୁକ ହୋଇଥାନ୍ତି ।