ରାମାୟଣ ଜ୍ଞାନ : ଖରାପ ପରିସ୍ଥିତି ଆସିଲେ ନିଜର ଲକ୍ଷ୍ୟରୁ ହଟିବା ବଦଳରେ ଚତୁରତାର ସହ ଏମିତି କାମ କରନ୍ତୁ

ସୁନ୍ଦରକାଣ୍ଡ ରାମାୟଣର ହିଁ ଏକ ଭାଗ ଅଟେ ଓ ଏହି ସୁନ୍ଦରକାଣ୍ଡ ହନୁମାନଙ୍କ କଥା ଅଟେ । ସୁନ୍ଦରକାଣ୍ଡର ଆରମ୍ଭ ହନୁମାନଙ୍କର ଲଙ୍କା ପ୍ରସ୍ଥାନରୁ ହୋଇଥାଏ ଓ ଏଥିରେ କୁହାଯାଇଛି କି କେଉଁଭଳି ଭାବରେ ହନୁମାନ ରାବଣର ସୁନାର ଲଙ୍କାରେ ନିଆଁ ଲଗାଇ ଦେଇଥିଲେ । ସୁନ୍ଦରକାଣ୍ଡ ପଢିବା ଦ୍ଵାରା ଆମକୁ ବହୁତ ଜିନିଷ ଶିଖିବାକୁ ମିଳିଥାଏ ଓ କେଉଁ ଭଳି ଭାବରେ ନିଜର ଲକ୍ଷ୍ୟକୁ ହାସଲ କରାଯାଇ ପାରିବ ଏହି ଜିନିଷର ଜ୍ଞାନ ବି ସୁନ୍ଦରକାଣ୍ଡ ଜରିଆରେ ଆମକୁ ମିଳିଥାଏ ।

କହିବାକୁ ଗଲେ ସୁନ୍ଦରକାଣ୍ଡର ଏକ ପ୍ରସଙ୍ଗ ଅନୁସାରେ ହନୁମାନ ଯେତେବେଳେ ଲଙ୍କା ଯିବାକୁ ବାହାଲେ ତେବେ ତାଙ୍କୁ ରାସ୍ତାରେ ନଦୀ ନଜର ଆସିଲା । ଏହି ନଦୀକୁ ପାର କରିବା ପାଇଁ ହନୁମାନ ଯେମିତି ଉଡିବାକୁ ଲାଗିଲେ ତେବେ ତାଙ୍କର ସାମ୍ନା ସୁରସା ନାମକ ରାକ୍ଷସୀ ସହ ହେଲା । ସୁରସା ରାକ୍ଷସୀ କାହାକୁ ବି ସେହି ନଦୀକୁ ପାର କରିବା ପାଇଁ ଦେଉ ନ ଥିଲା । ହନୁମାନଙ୍କୁ ନଦୀ ପାର କରୁଥିବାର ଦେଖି ସୁରସା ରାକ୍ଷସୀ ନିଜର ଆକାର ବଡ କରିବାକୁ ଲାଗିଲା ।

ସୁରସାକୁ ବଡ ହେଉଥିବାର ଦେଖି ହନୁମାନ ବି ନିଜର ଆକାର ବଡ କରି ନେଲେ । କିନ୍ତୁ ଯେମିତି ହିଁ ସୁରସା ନିଜର ପାଟି ଖୋଲିଲା ତେବେ ହନୁମାନ ନିଜର ଆକାର ଛୋଟ କରିନେଲେ ଓ ତା’ର ପାଟିରେ ବାହାରକୁ ବାହାରି ଗଲେ ।

ଏହି ଜିନିଷକୁ ବର୍ଣ୍ଣନା କରିବା ପାଇଁ ସୁନ୍ଦରକାଣ୍ଡରେ ଲେଖା ହୋଇଛି – ‘ସତ ଜୋଜନ ତେହିଂ ଆନନ କୀନ୍ହା । ଅତି ଲଘୁ ରୂପ ପବନସୁତ ଲୀନ୍ହା’ ।

ମାନେ ଯେମିତ ଯେମିତି ସୁରସାର ପାଟିବଢୁଥିଲା ହନୁମାନ ତାହାର ଦୁଇ ଗୁଣା ରୂପ ନେବାକୁ ଲାଗିଲେ । ଯେତେବେଳେ ସୁରସା ୧୦୦ କୋସ ପାଟୋ ଖୋଲିଦେଲା, ସେତେବେଳେ ହନୁମାନ ବହୁତ ଛୋଟ ରୂପ ଧାରଣ କରିନେଲେ ଓ ସୁରସାର ପଟି ଦେଇ ବାହାରି ଗଲେ ।

ହନୁମାନ ଚାହିଁଥିଲେ ସେ ସୁରସା ସହିତ ଯୁଧ୍ୟ କରି ପାରିଥାନ୍ତେ ଓ ସହଜରେ ସୁରସାକୁ ଯୁଧ୍ୟରେ ପରାଜୟ କରି ପରିଥାନ୍ତେ । କିନ୍ତୁ ହନୁମାନ ସୁରସା ସହିତ ଯୁଧ୍ୟ କରିଲେ ନାହିଁ । କାରଣ ହନୁମାନଙ୍କର ଲକ୍ଷ୍ୟ ସୁରସା ସହିତ ଯୁଧ୍ୟ କରିବାର ନ ଥିଲା । ତାଙ୍କର ଲକ୍ଷ୍ୟ ସୀତା ମାତାଙ୍କୁ ସହ ସାକ୍ଷାତ କରିବାର ଥିଲା ।

ଯଦି ହନୁମାନ ସୁରସାଙ୍କ ସହିତ ଯୁଧ୍ୟ କରିଥାନ୍ତେ ତେବେ ତାଙ୍କର ଊର୍ଜା ନଷ୍ଟ ହୋଇ ଯାଇଥାନ୍ତା ଓ ସେ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦେଇ ପାରି ନ ଥାନ୍ତେ । ସେଥିପାଇଁ ହନୁମାନ ଯୁଧ୍ୟ କରିବା ପରିବର୍ତ୍ତେ ବୁଦ୍ଧିର ସହ କାମ କରିଲେ ଓ ସହଜରେ ନଦୀ ପାର କରିନେଲେ । ଏହା ପରେ ହନୁମାନ ଲଙ୍କା ପହଞ୍ଚି ମାତା ସୀତାଙ୍କୁ ସାକ୍ଷାତ କଲେ ।

ରାମାୟଣର ଏହି ଅଧ୍ୟାୟକୁ ପଢି ଗୋଟିଏ ଶିକ୍ଷା ମିଳିଲା କି ଆମକୁ ସବୁବେଳେ ନିଜ ଲକ୍ଷ୍ୟ ଉପରେ ହିଁ ଧ୍ୟାନ ଦେବା ଉଚିତ । କିଛି ଥର ଲକ୍ଷ୍ୟ ହାସଲ କରିବା ସମୟରେ କିଛି ଏମିତି ପରିସ୍ଥିତି ଆସିଥାଏ ଯାହା ଦ୍ଵାରା ଆମେ ଆମ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରି ପାରି ନଥାଉ । କିନ୍ତୁ ଯଦି ଆପଣ ହନୁମାନଙ୍କ ଭଳି ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦେବେ ତେବେ ଆପଣ ନିଶ୍ଚିତ ସଫଳ ହେବେ ।