ରସିକିଆ ସାର୍ ! ଜଣେ ଛାତ୍ରୀଙ୍କ ପାଇଁ ପାଗଳ ଦୁଇ ଶିକ୍ଷକ, ଏହି ଦୁଇ ଶିକ୍ଷକଙ୍କ କାରନାମା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ଏମାନେ ପେଷାରେ ସିନା ଶିକ୍ଷକ ହେଲେ ନିଶା ହେଉଛି ପ୍ରେମ । ଖାଲି ପ୍ରେମ ନୁହେଁ ବରଂ ଯେଉଁ ସ୍କୁଲରେ ପଢାଉଛନ୍ତି ସେହି ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରିବା ଅନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ଏହି ଦୁଇ ଶିକ୍ଷକ ହଷ୍ଟେଲରେ ରହି ଜଣେ ଆଦିବାସୀ ଛାତ୍ରୀଙ୍କୁ ବାରମ୍ବାର ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ ପାଇଁ ଚାପ ପକାଉଥିଲେ । ସ୍କୁଲରେ ପାଠ ପଢାଉଥିବା ବେଳେ ଶିକ୍ଷକଙ୍କର ବଢୁଥିଲା ପ୍ରେମ ନିଶା । ଏହାସହ ଛାତ୍ରୀଙ୍କୁ ନିଜ କଥାରେ ରାଜି ହେବା ପାଇଁ ଚାପ ବି ପକାଉଥିଲେ ।

ଯଦି ତାଙ୍କ କଥାରେ ଛାତ୍ରୀ ରାଜି ନହେବେ ତେବେ ପରୀକ୍ଷାରେ ଫେଲ୍ ହେବା କହି ଧମକାଉଥିଲେ । ସମ୍ପୃକ୍ତ ଛାତ୍ରୀଙ୍କୁ ଏହି ଦୁଇ କରିତକର୍ମା ଶିକ୍ଷକ ଗାଳି ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହି ଦୁଇ ଶିକ୍ଷକ ହେଉଛନ୍ତି ସୁବର୍ଣ୍ଣ ମୁନ୍ନା ଏବଂ ରତିକାନ୍ତ ବାରିକ । ସୁନ୍ଦରଗଡ ବୀରମିତ୍ରପୁର କୁମାଝରିଆ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଏହି ଦୁଇ ଜଣ ବ୍ୟକ୍ତି ଶିକ୍ଷକତା କରୁଛନ୍ତି । ଜଣଙ୍କ ଘରେ ବରଗଡରେ ହୋଇଥିବା ବେଳେ ଆଉ ଜଣଙ୍କର ଘର ଭଦ୍ରକ ଜିଲ୍ଲାରେ ।

ହେଲେ ବୀରମିତ୍ରପୁରରେ ଏମାନେ କିଛି ଏଭଳି କାଣ୍ଡ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି । ଆଦିବାସୀ ଝିଅଙ୍କୁ ପ୍ରେମ କରିବା ସହ ଅସଦାଚରଣ କରିବା ଅବିଯୋଗ ଆସିବା ପରେ ଏହି ଦୁଇ ଶିକ୍ଷକଙ୍କୁ ନେଇ ବର୍ତ୍ତମାନ ସ୍କୁଲ କତ୍ତୃପକ୍ଷ ଚିନ୍ତାରେ ପଡି ଯାଇଛନ୍ତି ।

ଦିନକୁ ଦିନ ଶିକ୍ଷକଙ୍କ ନିର୍ଯ୍ୟାତନା ବଢିବା ପରେ ସେଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଛାତ୍ରୀଜଣକ ଏ ସମ୍ବନ୍ଧରେ ନିଜ ପିତାମାତାଙ୍କୁ ଜଣାଇଥିଲେ । ଯାହାପରେ ଉକ୍ତ ଛାତ୍ରୀଙ୍କ ପରିବାର ଓ ସ୍କୁଲର ଅନ୍ୟ ଅଭିଭାବକମାନେ କୁଆଁରମୁଣ୍ଡା ସ୍ଥିତ ବିଇଓଙ୍କ ଅଫିସକୁ ଯାଇ ବିଇଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ସଠିକ ଭାବେ କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ସୁନ୍ଦରଗଡ ଏସପି ସାଗରିକା ନାଥ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଘଟଣାର ତଦନ୍ତ ଦାୟିତ୍ଵ ତୁରନ୍ତ ବୀରମିତ୍ରପୁର ଏସଡ଼ିପିଓ ଙ୍କୁ ଦେଇଥିଲେ ।

କିନ୍ତୁ ଏହି ଘଟଣା ସମ୍ବନ୍ଧରେ ବୀରମିତ୍ରପୁର ଏସଡ଼ିପିଓ କୌଣସି ପ୍ରତିକ୍ରିୟା ଦେବାକୁ ଇଚ୍ଛାପ୍ରକାଶ କରିନାହାନ୍ତି । ଏମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ଏମାନଙ୍କୁ ଶିକ୍ଷକଙ୍କ ନାଁରେ କଳଙ୍କ ବୋଲି କହୁଛନ୍ତି ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।