ଜାଣିଛନ୍ତି କି ? ପେଟ୍ରୋଲ ପମ୍ପରେ ରହିଛି ଆପଣଙ୍କ ଅଧିକାର, ପେଟ୍ରୋଲ ଠକାମିରୁ ବର୍ତ୍ତିବା ପାଇଁ ଜାଣି ରଖନ୍ତୁ ଏହିସବୁ ଖାସ୍ ନିୟମ

ପେଟ୍ରୋଲ ପମ୍ପର କିଛି ନିୟମ ବିଷୟରେ ଆପଣ ଜାଣିରଖିବା ନିହାତି ଜରୁରୀ । କାରଣ ପେଟ୍ରୋଲ ପମ୍ପରେ ବି ରହିଛି ଆପଣଙ୍କ ଅଧିକାର । ବର୍ତ୍ତମାନ ପେଟ୍ରୋଲ ଦାରାକୁ ନେଇ ସବୁଆଡେ ଚିନ୍ତା । କାରଣ ପେଟ୍ରୋଲ ଦର ଶହେ ଉପରକୁ ଥିବାବେଳେ ମହଙ୍ଗା ଦର ସମସ୍ତଙ୍କୁ ବାଧୁଛି । ଆଉ ଏଭଳି ସମୟରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଠକେଇ ନେଇ ଅନେକ ଥର ଅଭିଯୋଗ ଆସେ । ପେଟ୍ରୋଲ ପମ୍ପରେ ପେଟ୍ରୋଲ ଠକେଇ ହୋଇଛି ବା ଅଧିକ ପଇସା ଦେଇ କମ୍ ପେଟ୍ରୋଲ ମିଳିଛି ବୋଲି ଅନେକେ କୁହନ୍ତି ।

ଅନେକ ସମୟରେ ପେଟ୍ରୋଲର ଗୁଣବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠେ । ହେଲେ ଏସବୁ ସମସ୍ୟାର ସମାଧାନ ଓ ଠକେଇରୁ ବର୍ତ୍ତିବାକୁ ଚାହୁଁଥିଲେ ଆପଣଙ୍କୁ ପେଟ୍ରୋଲ ପମ୍ପରେ ଆପଣଙ୍କ ଅଧିକାର ବିଷୟରେ ଜାଣିବାକୁ ହେବ । ଆଜ୍ଞା ହଁ, ଗ୍ରାହକ ଭାବେ ପେଟ୍ରୋଲ ପମ୍ପରେ ଆପଣଙ୍କର କିଛି ସ୍ଵତନ୍ତ୍ର ଅଧିକାର ରହିଛି । ଯାହାକି ଆପଣ ପେଟ୍ରୋଲ ଓ ଡିଜେଲ ପକାଇବା ସମୟରେ ବ୍ୟବହାର କରିପାରିବେ । ଜଣେ ଗ୍ରାହକ ଭାବେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଗୁଣବତା ଯାଞ୍ଚ କରିବା ଆପଣଙ୍କର ଅଧିକାର ଅଟେ ।

ଏଥିପାଇଁ ଆପଣ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଫିଲ୍ଟର ପେପର ମାଗି ପେପରର ଗୁଣବତା ଯାଞ୍ଚ କରିପାରିବେ । ପେଟ୍ରୋଲ ପମ୍ପରେ ଆପଣଙ୍କୁ ସଠିକ ପରିମାଣର ତେଲ ମିଳୁଛି କି ନାହିଁ ତାହା ମଧ୍ୟ ଆପଣ ଯାଞ୍ଚ କରିପାରିବେ । ସବୁ ପେଟ୍ରୋଲ ପମ୍ପରେ ତେଲର ପରିମାଣ ମାପିବା ପାଇଁ ଏକ ୫ ଲୋଟର ଜାର୍ ରହିଛି। ଯେଉଁଥିରେ ଆପଣ ତେଲର ପରିମାଣ ମାପିପାରିବେ । ଏହା ମଧ୍ୟ ଆପଣଙ୍କର ଏକ ଅଧିକାର ଅଟେ ।

ତେଲ ପକାଇବା ପରେ ଅନେକ ଲୋକ ବିଲ୍ ମାଗି ନଥାନ୍ତି । କିନ୍ତୁ ଯଦି ଆପଣ ବିଲ୍ ମାଗୁଛନ୍ତି ତେବେ ପେଟ୍ରୋଲ ପମ୍ପ କର୍ମଚାରୀ ଏଥିପାଇଁ ଆପଣଙ୍କୁ ମନା କରିପାରିବେ ନାହିଁ । ଏହିପରି ପେଟ୍ରୋଲ ଓ ଡିଜେଲର ଘନତା ବିଷୟରେ ଜାଣିବା ଆପଣଙ୍କର ଅଧିକାର ଅଟେ । ପେଟ୍ରୋଲ ପମ୍ପର ଭେଣ୍ଡିଂ ମେସିନରେ ଏହା ଲେଖା ହୋଇଥାଏ ଯାହା ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ କିଛି ସେବା ମଧ୍ୟ ଉପଲବ୍ଧ ଥାଏ ।

ଯେମିତିକି ଆପଣ ମାଗଣାରେ ଗାଡିର ପ୍ରେସର ଦେଇପାରିବେ । ସବୁବେଳେ ତେଲ ପକାଇବା ପୂର୍ବରୁ ମିଟର ଶୂନ ଥିଲେ ଯାଇ ତେଲ ପକାନ୍ତୁ । ଏହିସବୁ ଅଧିକାର ବିଷୟରେ ଜାଣିପାରିଲେ ଆପଣ ଠକାମିରୁ ବଞ୍ଚିତ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।