ରାମାୟଣର ସେହି ସିନ ଯାହାକୁ ଶୁଟ କରିବାରେ ‘ଶ୍ରୀରାମ’ଙ୍କ ବାହାରି ଯାଇଥିଲା ଝାଳ, ନିଜେ ପ୍ରଭୁ କହିଲେ ଏମିତି

କରୋନା ଭାଇରସ କାରଣରୁ ଦେଶରେ ବର୍ତ୍ତମାନ ଲକଡାଉନ ୩.୦ ଚାଲିଛି । ଏମିତିରେ ଲୋକମାନେ ନିଜ ଘରେ ରହିବାକୁ ବାଧ୍ୟ ହୋଇ ଯାଇଛନ୍ତି । ଅନ୍ୟ ପଟେ କେତେକ ଲୋକମାନେ କେବଳ ଜରୁରୀ କାମ ପାଇଁ ହିଁ ବାହାରକୁ ଯାଉଛନ୍ତି । କହିବାକୁ ଗଲେ ସର୍ବ ପ୍ରଥମେ ଦେଶରେ ଯେତେବେଳେ ଲକଡାଉନ ଘୋଷଣା କରାଯାଇଥିଲା, ତେବେ ପ୍ରଥମେ ପ୍ରଥମେ ଲୋକମାନେ ଘରେ ରହି ବ୍ୟସ୍ତ ହୋଇଗଲେ ।

ଏହା ପରେ ଲୋକମାନେ ସରକାରଙ୍କୁ ଅନୁରୋଧ କରିଲେ କି ସେ ପୌରାଣିକ ଶୋ ‘ରାମାୟଣ’କୁ DD National ରେ ପୁନଃ ପ୍ରସାରଣ କରନ୍ତୁ । ଏହା ପରେ ଲୋକମାନଙ୍କ ଅନୁରୋଧ କର୍ମେ ରାମାୟଣର ପୁନଃ ପ୍ରସାରଣ କରାଗଲା । କିନ୍ତୁ ବର୍ତ୍ତମାନ ସମୟରେ ରାମାୟଣର ପ୍ରସାରଣ ଶେଷ ହୋଇ ଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ରାମାୟଣର ସମସ୍ତ କିରଦାର ସୋସିଆଲ ମିଡିଆରେ ବହୁତ ଚର୍ଚିତ ରହିଥିଲେ ।

କିନ୍ତୁ ରାମାୟଣରେ ମୁଖ୍ୟ ଭୂମିକା ଶ୍ରୀରାମଙ୍କ କିରଦାର କରୁଥିବା ଅରୁଣ ଗୋଭିଲ ସବୁଠୁ ଅଧିକ ଚର୍ଚିତ ରହିଛନ୍ତି । ଅରୁଣ ଗୋଭିଲ ଏହି ସମୟରେ ନିଜର ଟ୍ୱିଟର ଆକାଉଣ୍ଟରେ ନିଜର ଫ୍ୟାନମାନଙ୍କ ସହିତ ରାମାୟଣ ସିରିୟଲକୁ ନେଇ ଚର୍ଚା ବି କରୁଥିଲେ ଓ ସେହି ସମୟର ନିଜର କିଛି ଅନୁଭବକୁ ବି ଅରୁଣ ଗୋଭିଲ ନିଜର ଫ୍ୟାନମାନଙ୍କ ସହିତ ଶେୟାର ବି କରୁଥିଲେ ।

କହିବାକୁ ଗଲେ କିଛି ଦିନ ତଳେ ଅରୁଣ ଗୋଭିଲ ନିଜର ଟ୍ୱିଟର ହ୍ୟାଣ୍ଡେଲ ରେ #ASKARUN ନାମକ ଏକ ସେଶନ ରଖିଥିଲେ । ଏଠି ତାଙ୍କର ଫ୍ୟାନମାନେ ତାକୁ ତାଙ୍କର ପର୍ସନାଲ ଲାଇଫ ଓ କ୍ୟାରିୟର ସହ ଜଡିତ ପ୍ରଶ୍ନ କରିଲେ । ଯାହାର ଜବାବ ବି ଅରୁଣ ଗୋଭିଲ ହସି ହସି ନିଜର ଫ୍ୟାନମାନଙ୍କୁ ଦେଉଥିଲେ ।

ଏହା ମଧ୍ୟରେ ଜଣେ ଫ୍ୟାନ ପଚାରିଲା କି, ‘ସେହି ସମୟର ଆପଣଙ୍କ ପାଇଁ ସବୁଠୁ କଠିନ କେଉଁ ସିନ ଥିଲା?’ ଅରୁଣ ଗୋବିଲ ଏହାର ଜବାବ ଦେଲେ କି, ‘ରାଜା ଦଶରଥଙ୍କ ନିଧନର ସମାଚାର ଶୁଣି ତାହା ଉପରେ ପ୍ରତିକ୍ରିୟା ଦେବା ସବୁଠୁ କଠିନ ସିନ ଥିଲା ।‘

ଏହା ପରେ ଅନ୍ୟ ଏକ ଫ୍ୟାନ ପଚାରିଲା କି, କରୋନା ଭାଇରସରୁ କେବେ ମୁକ୍ତି ମିଳିବ ପ୍ରଭୁ ।‘ ଏହା ପରେ ଅରୁଣ ଗୋଭିଲ ଜବାବ ଦେଲେ କି, ‘ସମସ୍ତଙ୍କ ପ୍ରୟାସରେ ଜଲ୍ଦି ହିଁ ମୁକ୍ତି ମିଳିଯିବ ।‘ ଏହା ଛଡା ଅରୁଣ ଗୋଭିଲ ନିଜର ଫ୍ୟାନମାନଙ୍କ ଅନ୍ୟ କେତେକ ପ୍ରଶ୍ନର ବି ଜବାବ ଦେଲେ ।

ଆପଣ ସମସ୍ତଙ୍କୁ କହିଦେଉଛୁ କି ଡିଡି ନ୍ୟାସନାଲ ରେ ‘ରାମାୟଣ’ର ପୁନଃ ପ୍ରସାରଣ ଶେଷ ହୋଇ ଯାଇଛି । କିନ୍ତୁ ପୁଣି ଥରେ ଆପଣଙ୍କ ପାଇଁ ଅନ୍ୟ ଏକ ଖୁସି ଖବର ଚାଲି ଆସିଛି । କାରଣ ବର୍ତ୍ତମାନ ରାମାୟଣ ସ୍ଥାନରେ ରାମାନନ୍ଦ ସାଗରଙ୍କ ଅନ୍ୟ ଏକ ସିରିୟଲ ‘ଶ୍ରୀ କୃଷ୍ଣ’ ରବିବାର ଅର୍ଥାତ ୩ ମେ ରାତିରୁ ପ୍ରସାରଣ ହେଉଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।