ଲାଗିବାକୁ ଯାଉଛି ବର୍ଷର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେବେ, କେମିତି ଓ କେଉଁଠି ଯିବ ଦେଖା

ହିନ୍ଦୁଧର୍ମ ଅନୁସାରେ ଗ୍ରହଣ ଲିଗିବା ଗୋଟେ ଘଟଣା ବୋଲି ଜଣାଯାଏ, ଯାହାର ନିଜର ଏକ ଜ୍ୟୋତିଷୀୟ ମହତ୍ୱ ମଧ୍ୟ ରହିଛି । ଏହି ବର୍ଷର 2020 ରେ ଟୋଟାଲ 6 ଟି ଗ୍ରହଣ ଲାଗିବ । ଯାହା ଭିତରୁ ଗୋଟେ ଗ୍ରହଣ 10 ଜାନୁଆରୀରେ ଲାଗି ସାରିଛି । ଯେଉଁ ଗୋଟେ ଚନ୍ଦ୍ରଗ୍ରହଣ ଥିଲା ଓ ଏବେ ଦ୍ଵିତୀୟ ଗ୍ରହଣ 5 ଜୁନକୁ ଲାଗିବ । 5 ଜୁନକୁ ଯେଉଁ ଗ୍ରହଣ ଲାଗିବ ସେ ବି ଚନ୍ଦ୍ରଗ୍ରହଣ ଅଟେ । ଏହି ବର୍ଷ ଜୁନ ମାସରେ ହିଁ ଚନ୍ଦ୍ର ଓ ସୂର୍ଯ୍ୟ ଦୁହେଁ ହିଁ ଗ୍ରହଣ ଲାଗୁଛନ୍ତି । ଜୁନ ରେ ହିଁ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବ । ଯେମିତି ବିଜ୍ଞାନ ଦୃଷ୍ଟିରେ ଗ୍ରହଣର ଅଲଗା ମହତ୍ୱ ରହିଥାଏ, ସେହିପରି ଜ୍ୟୋତିଷଙ୍କ ଅନୁସାରେ ବି ଗ୍ରହଣର ଗୋଟେ ଅଲଗା ମହତ୍ୱ ରହିଥାଏ । ଗ୍ରହଣର ପ୍ରଭାବ ସବୁ ଲୋକଙ୍କ ଉପରେ ପଡିଥାଏ ।

5 ଜୁନରେ ଉପଛାୟା ଚନ୍ଦ୍ର ଗ୍ରହଣ ଲାଗିବ । ଯାହାର ପ୍ରଭାବ ରାତି 11.16 ବେଳଠୁ ହୋଇଯିବ ଏବଂ ଏହାର ସମାପ୍ତି 2.32 am ରେ ହେବ । ଏହା ମଧ୍ୟରେ ତାରିଖ 6 ଜୁନ ହୋଇସାରିଥିବ । ଏହି ଗ୍ରହଣ ନିଜର ପୂର୍ଣ୍ଣ ପ୍ରଭାବରେ ରାତି 12.54 ବାଜିବା ସମୟରେ ଲାଗିବ । ଭାରତ ସମେତ ଏହି ଗ୍ରହଣ ୟୁରୋପ , ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆରେ ଦେଖା ଯାଇପାରେ ।

ଜ୍ୟୋତିଷଙ୍କ ଅନୁସାରେ ଉପଛାୟା ଚନ୍ଦ୍ରଗ୍ରହଣ ହେବା କାରଣରୁ ଏହାର ସୁତକ କାଳ ମାନ୍ୟ ହେବନାହିଁ । କାରଣ ସେହି ଗ୍ରହଣର ସୁତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖା ଯାଇ ପାରିବ ।

 

କଣ ହୋଇଥାଏ ଉପଛାୟା ଗ୍ରହଣ : ଉପଛାୟା ଚନ୍ଦ୍ରଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ କିନ୍ତୁ ସେ ତିନିଜଣ ଗୋଟେ ସିଧା ଲାଇନରେ ନଥାନ୍ତି । ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ରମା ପୃଥିବୀର ଉପଛାୟାରେ ପ୍ରବେଶ କରିଥାଏ ଓ ଏହାପରେ ସେ ପୃଥିବୀର ବାସ୍ତବିକ ଛାୟାରେ ପରବେଶ କରିଥାଏ । ଯେତେବେଳେ ଏମିତି ହୋଇଥାଏ ତେବେ ଚନ୍ଦ୍ର ଗ୍ରହଣ ଲାଗିଥାଏ ।

କିନ୍ତୁ କେତେ ଥର ଏମିତି ବି ହୋଇଯାଇଥାଏ କି ଚନ୍ଦ୍ରମା କେବଳ ପୃଥିବୀର ଉପଛାୟାରେ ହିଁ ପ୍ରବେଶ କରି ପୁଣି ଫେରି ଆସିଥାଏ । ଏହି ସମୟାରେ ଚନ୍ଦ୍ରମାର ପ୍ରତିବିମ୍ବ କେବଳ ପାଉଁସିଆ ନଜର ଆସିଥାଏ କଳା ନୁହଁ । ଏହି ଗ୍ରହଣକୁ ସାମାନ୍ୟ ରୁପରେ ଦେଖା ଯାଇ ପାରେନି ।

ଜାଣନ୍ତୁ କାହିଁକି ଲାଗିଥାଏ ଗ୍ରହଣ : ଚଦ୍ର ଗ୍ରହଣ ସେତେବେଳେ ଲାଗିଥାଏ ଯେବେ ପୃଥିବୀ ଚନ୍ଦ୍ରମାର ଠିକ ପଛରେ ତାର ଛାୟାରେ ଅସିଯାଇ ଥାଏ । ସେହିପରି ସୂର୍ଯ୍ୟ ଗ୍ରହଣ ସେତେବେଳେ ଲାଗିଥାଏ ଯେବେ ଚନ୍ଦ୍ରମା ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସି ଯାଇଥାଏ । ଏହା ହେଉଛି ଗ୍ରହଣ ଲାଗିବାର ବୈଜ୍ଞାନିକ କାରଣ ।

ଏହା ସହିତ ଗ୍ରହଣ ଲାଗିବାକୁ ନେଇ କିଛି ଧାର୍ମିକ କାରଣ ବି ରହିଥାଏ । ଯାହା ଅନୁସାରେ ରାହୁ କେତୁ କାରଣରୁ ଗ୍ରହଣ ଲାଗିଥାଏ । କାହିଁକି ନା ରାହୁ, କେତୁ , ସୂର୍ଯ୍ୟ ଓ ଚନ୍ଦ୍ରମାକୁ ନିଜର ଶତୃ ମାନିଥାନ୍ତି ଯିଏ କେବେ କେବେ ପୂର୍ଣ୍ଣିମା ଦିନ ଚନ୍ଦ୍ରମାକୁ ଅମାବାସ୍ୟା ଦିନ ସୂର୍ଯ୍ୟକୁ ଗ୍ରାସ କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।