ରାମାୟଣ ଆରମ୍ଭ ହେବା ମାତ୍ରେ ହିଁ ଲୁହ ଭରି ଆସିଲା ଦର୍ଶକମାନଙ୍କ ଆଖିରେ, ସୋସିଆଲ ମିଡିଆରେ ଆସୁଛି କିଛି ଏମିତି ରିଆକ୍ସନ

ଆପଣଙ୍କୁ କହିଦେଉଛୁ କି ଆଜି ଠାରୁ ୮୦ ଦଶକର ପ୍ରସିଦ୍ଧ ଟିଭି ସିରିୟଲ ରାମାୟଣ ପୁଣି ଥରେ ଡିଡି ନ୍ୟାସନାଲରେ ଆରମ୍ଭ ହୋଇ ଯାଇଛି । କହିବାକୁ ଗଲେ କରୋନା ଭାଇରସ କାରଣରୁ ଘରେ ବନ୍ଦ ଥିବା ଲୋକମାନଙ୍କ ପାଇଁ ଏହା ଏକ ବହୁତ ବଡ ଖୁସି ଖବର ଅଟେ । ସକାଳ ୯ ଟା ସମୟରେ ଆରମ୍ଭ ହୋଇଥିବା ଏହି ସିରିୟଲକୁ ଲୋକମାନେ ବହୁ ଦିନ ହେବ ଅପେକ୍ଷା କରିଥିଲେ । କରୋନା ଭାଇରସ କାରଣରୁ ଲକଡାଉନରେ ଥିବା ଲୋକମାନଙ୍କୁ ମନୋରଞ୍ଜନ ଦେବା ଉଦ୍ଦେଶ୍ୟରେ ଭାରତୀୟ ଟିଭି ଇତିହାସର ସବୁଠୁ ସଫଳ ଶୋ ର ପ୍ରାସାରଣ ପୁଣି ଥରେ ଆରମ୍ଭ ହୋଇ ଯାଇଛି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ଦୁଇ ଦିନ ପୂର୍ବେ ହିଁ ଏହାର ଘୋଷଣା କରିଥିଲେ । ଏହା ପରେ ରାମାୟଣ ଆରମ୍ଭ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଏହାର ରିଆକ୍ସନ ଆସିବାକୁ ଲାଗିଛି । କେହି କେହି ଚ୍ୟାନେଲର ନମ୍ବର ପଚାରୁଛନ୍ତି ତ କେହି ନିଜର ଉତ୍ସାହକୁ ଟ୍ୱିଟର ଜରିଆରେ ସମସ୍ତଙ୍କୁ କହୁଛନ୍ତି । କିଛି ଲୋକମାନେ ତ ଟିଭିର କିଛି କ୍ଲିପ କୁ ବି ଟ୍ୱିଟରରେ ଶେୟାର କରିଛନ୍ତି । କିଛି ଦର୍ଶକ ଡିଡି ନ୍ୟାସନାଲକୁ ଧନ୍ୟବାଦ ବି ଦେଉଛନ୍ତି ।

ଅରୁଣ ଗୋଭିଲ ଓ ଦୀପିକାଙ୍କ ରାମାୟଣ ଛଡା ଡିଡି ନ୍ୟାସନାଲରେ ମହାଭାରତର ବି ଟେଲିକାସ୍ଟ କରାଯିବ । ଏହାର ସୂଚନା ବି ପ୍ରକାଶ ଜାବେଦକର ଟ୍ୱିଟର କରିଆରେ ଦେଇଥିଲେ । ପ୍ରକାଶ ଜାବେଦକର ଟ୍ୱିଟର ଜରିଆରେ କହିଥିଲେ କି ୨୮ ମାର୍ଚ୍ଚରୁ ଦ୍ଵିପହର ୧୨ ଟା ଓ ସନ୍ଧ୍ୟା ୭ ଟାରେ ଡିଡି ନ୍ୟାସନାଲରେ ସବୁଦିନ ମହାଭାରତର ଦୁଇଟି ଏପିସୋଡ ଦେଖାଯିବ । ଆପଣଙ୍କୁ କହିଦେଉଛୁ କି ମହାଭାରତର ପ୍ରସାରଣ ୧୯୮୮ ରୁ ୧୯୯୦ ପର୍ଯ୍ୟନ୍ତ ଦୂରଦର୍ଶନରେ ହୋଇଥିଲା ।

ଏହି ଶୋ ର ନିର୍ମାଣ ଓ ନିର୍ଦେଶନ ଦିଗଜ ଫିଲ୍ମମେକର ବୀଆର ଚୋପଡ଼ା କରିଥିଲେ । ଏହି ମାଇଥୋଲୋଜିକାଲ ଶୋ ର କାହାଣୀ ହସ୍ତିନାପୁର ରାଜ୍ୟରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ଶାସନ ସଂଘର୍ଷ ଉପରେ ଆଧାରିତ ଥିଲା । ଶୋ ରେ ନିତୀଶ ଭାରଦ୍ୱାଜ ଭଗବାନ କୃଷ୍ଣଙ୍କ ରୋଲ କରିଥିଲେ, ଯେତେବେଳେ କି ଅର୍ଜୁନର ଅଭିନୟ ଫିରୋଜ଼ ଖ଼ାନ କରିଥିଲେ । ଏହି ଶୋ ଫିରୋଜ଼ ଖ଼ାନଙ୍କୁ ଏତେ ଲୋକପ୍ରିୟତା ଦେଲା କି ଅସଲ ଜୀବନରେ ବି ସେ ନିଜର ନାମକୁ ବଦଳାଇ ଅର୍ଜୁନ ରଖି ଦେଇଥିଲେ ।

ମୁକେଶ ଖନ୍ନା ଭୀଷ୍ମ ପିତାମହଙ୍କ ଚରିତ୍ରରେ ଅଭିନୟ କରିଥିଲେ, ଯାହା ଆଜି ବି ତାଙ୍କର ଏକ ଖାସ ପରିଚୟ ଅଟେ । ଏହା ଛଡା ଗଜେଂଦ୍ର ଚୌହାନ ଯୁଧିଷ୍ଠିର ଓ ପ୍ରବୀଣ କୁମାର ଭୀମଙ୍କ ରୋଲ କରିଥିଲେ । ଏହା ସହିତ ରୂପା ଗାଂଗୁଲୀ ଦ୍ରୌପଦୀଙ୍କ ରୋଲ କରିଥିଲେ । ଖାସ କଥା ଏହା ଅଟେ କି ଏଥିରେ ଅଧିକାଂଶ କଳାକାରଙ୍କୁ ମହାଭାରତ ହିଁ ଲୋକପ୍ରିୟତା ଦେଇଥିଲା ।