କରୋନା ସହ ଲଢିବା ପାଇଁ ପିଏମ – କେୟାର୍ସ ଫଣ୍ଡ, ଅକ୍ଷୟ କୁମାର ଦେଲେ ୨୫ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ଉପରେ କାବୁ ପାଇବା ପାଇଁ ଲଗାତାର ପ୍ରୟାସ କରୁଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ (PM-CARES) ଫଣ୍ଡ କରିଛନ୍ତି । ଯେଉଁଠି ସବୁ ଦେଶବାସୀ ସ୍ଵଇଚ୍ଛାରେ ସାହାର୍ଯ୍ୟ କରି ପାରିବେ । ପିଏମ ମୋଦୀ ଆଜି ହିଁ ଟ୍ୱୀଟ କରି ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅପିଲ ବି କରିଛନ୍ତି । ପିଏମ ମୋଦୀ ଟ୍ୱୀଟରେ ଲେଖିଲେ କି, ‘ଏହି ଫଣ୍ଡ କରୋନା ଭାଇରସ କାରଣରୁ ସାମ୍ନାକୁ ଆସିଥିବା ଏହି ବିଷମ ପରିସ୍ଥିତିରେ ଦରକାରୀ ଲୋକମାନଙ୍କ ପାଇଁ ସାହାର୍ଯ୍ୟର ଜରିଆ ହେବ ।‘

ଅକ୍ଷୟ କୁମାର ଦେଲେ ୨୫ କୋଟି ଟଙ୍କା

ପିଏମ ମୋଦୀ ଅପିଲ ର କିଛି ମିନିଟ ପରେ ହିଁ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି । ଅକ୍ଷୟ କୁମାର ଟ୍ୱୀଟ କରିଛନ୍ତି କି, ଏହା ଏକ ଏମିତି ସମୟ ଅଟେ ଯେତେବେଳେ କୌଣସି ବି ମଣିଷର ଜୀବନର ଦାମ ସବୁଠୁ ଅଧିକ ଅଟେ । ଏମିତିରେ ସାହାର୍ଯ୍ୟ ପାଇଁ ଆଗକୁ ଆସିବା ଦରକାର । ଏହିଭଳି ସମୟରେ ମୁଁ ନିଜର ସେଭିଂସରୁ ୨୫ କୋଟି ଟଙ୍କା ସାହାର୍ଯ୍ୟ କରୁଛି । କାରଣ ଜୀବନ ଅଛି ତ ସବୁକିଛି ଅଛି ।‘

ଏହି ଯୁଦ୍ଧରେ ସମସ୍ତେ ହୋଇ ପାରିବେ ସାହାର୍ଯ୍ୟକାରୀ

ଏହି ସମୟରେ ପ୍ରଧାନମନ୍ତ୍ରୀ କହିଲେ କି କରୋନା  ବିରୁଦ୍ଧରେ ହେଉଥିବା ଯୁଦ୍ଧରେ ସମସ୍ତେ ସାହାର୍ଯ୍ୟ କରି ପାରିବେ । ଲୋକମାନଙ୍କ ଭାବନାକୁ ସମ୍ମାନ ଦେବା ପାଇଁ ପିଏମ – କେୟାର ଫଣ୍ଡ କରିଛନ୍ତି । ଏଥିରେ ଦାନ କରିବାର କୌଣସି ସୀମା ନାହିଁ । ଛୋଟ ରାଶି ବି ସ୍ଵୀକାର କରାଯିବ । ଲୋକମାନଙ୍କ ସାହାର୍ଯ୍ୟ ଦ୍ଵାରା ଆମର କ୍ଷମତା ବଢିବ ଓ ଏହି ପରିସ୍ଥିତିରେ ବି ଅଧିକରୁ ଅଧିକ ଲୋକମାନଙ୍କୁ ସାହାର୍ଯ୍ୟ ହୋଇ ପାରିବ ।

ପିଏମ ଦେଶବାସୀଙ୍କୁ କରିଲେ ଅପିଲ

ପିଏମ ମୋଦୀ ଟ୍ୱୀଟ କରିଲେ, ମୁଁ ନିଜର ଦେଶବାସୀଙ୍କୁ ଅନୁରୋଧ କରୁଛି କି ପିଏମ କେୟାର ଫଣ୍ଡ ନିଜର ଇଚ୍ଛା ଅନୁସାରେ ଦାନ କରନ୍ତୁ । ଏହା ଦ୍ଵାରା ଆସନ୍ତା ସମୟରେ ଏହିଭଳି ପରିସ୍ଥିତି ସହ ଯୁଦ୍ଧ କରିବା ପାଇଁ ସରକାରଙ୍କୁ ସାହାର୍ଯ୍ୟ ମିଳିବ । ଯେଉଁ ଲୋକମାନେ ଆଗକୁ ଆସି ଦାନ କରୁଛନ୍ତି ତାଙ୍କର ଭାବନାକୁ ମୁଁ ସମ୍ମାନ କରୁଛି ।

IAS ଅସୋସିଏଶନ ଦେବ ୨୧ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ପରେ ଆଇଏଏସ ଅସୋସିଏଶନ ଏହି ଫଣ୍ଡରେ ୨୧ ଲକ୍ଷ ଟଙ୍କା ଦାନ କରିବାର ଘୋଷଣା କରିଛନ୍ତି । ଏହି ଅସୋସିଏଶନର ସମସ୍ତ ମେମ୍ବର କମ ସେ କମ ନିଜର ଗୋଟିଏ ଦିନର ସ୍ୟାଲେରୀ ଦାନ ଦେବେ ।

ଆପଣ ଏମିତି କରି ପାରିବେ ସାହାର୍ଯ୍ୟ

ଯଦି ଆପଣ ବି ପିଏମ କେୟାର ଫଣ୍ଡରେ କିଛି ରାଶି ଦେବାକୁ ଚାହୁଁଛନ୍ତି, ତେବେ ତଳେ ଆକାଉଣ୍ଟ ନମ୍ବର ସମେତ ସମସ୍ତ ସୂଚନା ଦିଆ ଯାଇଛି । ଡୋନେଶନ ଡେବିଟ, କ୍ରେଡିଟ କାର୍ଡ, ଇଂଟରନେଟ ବ୍ୟାଙ୍କିଙ୍ଗ, ୟୁପୀଆଈ ଓ RTGS/NEFTରୁ କରି ପାରିବେ ।