କରୋନା ଅପଡେଟ 28 ମାର୍ଚ୍ଚ 2020 ରାତି – ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।

ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।

ଭାରତ ଅପଡେଟ – ୨୮ ମାର୍ଚ୍ଚ ରାତି ୮:୩୦ ପର୍ଯ୍ୟନ୍ତ

କରୋନାଭାଇରସ ସଂକ୍ରମଣ: 902

ମୃତ୍ୟୁ: ୨୦

 

କରୋନାଭାଇରସ ସଂକ୍ରମଣ: ୬,୨୧,୦୮୦ (ୱାର୍ଲ୍ଡ ୱାଇଡ)

ମୃତ୍ୟୁ: ୨୮,୬୬୩
ସୁସ୍ଥ ହେଇ ସାରିଲେଣି: ୧୩୭୩୬୩

ଟୋଟାଲ ଆକ୍ଟିଭ କେସ: ୪,୫୫,୦୫୪
ନର୍ମାଲ କଣ୍ଡିସନ: ୪,୩୧,୦୩୭ ସିରିଅସ ବା କ୍ରିଟିକଲ: ୨୪,୦୧୭

କ୍ରମିକ ସଂଖ୍ୟା ଦେଶ ସଂକ୍ରମିତ ରୋଗୀ ସଂଖ୍ୟା ମୃତ ସୁସ୍ଥ ହେଇ ସାରିଲେଣି
ଆମେରିକା ୧୦୫୦୧୯ ୧୭୧୭ ୨୫୩୭
ଇଟାଲୀ ୮୬୪୯୮ ୯୧୩୪ ୧୦୯୫୦
ଚୀନ ୮୧୩୯୪ ୩୨୯୫ ୭୪୯୭୧
ସ୍ପେନ ୭୨୨୪୮ ୫୬୯୦ ୧୨୨୮୫
ଜର୍ମାନୀ ୫୩୩୪୦ ୩୯୯ ୬୬୫୮
ଇରାନ ୩୫୪୦୮ ୨୫୧୭ ୧୧୬୭୯
ଫ୍ରାନ୍ସ ୩୨୯୬୪ ୧୯୯୫ ୫୭୦୦
ଦକ୍ଷିଣ କୋରିଆ ୯୪୭୮ ୧୪୪ ୪୮୧୧
ସୁଇଜରଲ୍ୟାଣ୍ଡ ୧୩୩୭୭ ୨୪୨ ୧୫୩୦
୧୦ ବ୍ରିଟେନ ୧୭୦୮୯ ୧୦୧୯ ୧୩୫
୧୧ ନେଦରଲ୍ୟାଣ୍ଡ ୯୭୬୨ ୬୩୯
୨୮ ପାକିସ୍ତାନ ୧୪୧୫ ୧୨ ୨୯
୩୮ ଭାରତ ୯୩୩ ୨୦ ୮୪

COVID-19 ବିଶ୍ୱ ମାନଚିତ୍ର ଟ୍ରାକର